Advertisment

Real Estate Disputes: ଆଉ ବର୍ଷ ବର୍ଷ ଧରି ପଡ଼ିରହିବନି ରିୟଲ ଇଷ୍ଟେଟ୍ ମାମଲା, କ୍ରେତା ବିକ୍ରେତାଙ୍କ ମଧ୍ୟରେ ହେବ ଆପୋଷ ବୁଝାମଣା

ରିୟଲ ଇଷ୍ଟେଟ୍ ମାମଲାର ହେବ ଆଶୁ ସମାଧାନ। କ୍ରେତା ବିକ୍ରେତାଙ୍କ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ବର୍ଷ ବର୍ଷ ଧରି ଲାଗି ରହିଥିବା ବିବାଦର ହେବ ସମାଧାନ। ଏଥିପାଇଁ ଓଡିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି ବା ଓରେରା କରିଛି ବିକଳ୍ପ ସମାଧାନର ବାଟ।

CDR CELL

CDR CELL Photograph: (OTV)

Advertisment

ହଟିବ ବିବାଦ, ଫିଟିବ ସମାଧାନର ବାଟ। ଦୀର୍ଘ ମିଆଦି ବିବାଦର ହେବ ଆଶୁ ସମାଧାନ। ନୂଆ CDR ସେଲ ଖୋଲି ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରମୋଟର, ବିଲଡର ଏବଂ କ୍ରେତାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆପୋଷ ବୁଝାମଣାରେ ସମାଧାନ କରିବାକୁ ଉଦ୍ୟମ କରିଛି ରେରା। CDR ବା କନସିଲେସନ ଆଣ୍ଡ ଡିସପୁଟ୍ ରିଜଲୁସନ ସେଲରେ କେଉଁ କେଉଁମାନେ ରହିବେ ଏବଂ କେମିତି କରିବେ ସମାଧାନ ? ସମାଧାନର ସୂତ୍ର କଣ ରହିବ ? ଏମିତି ଅନେକ ପ୍ରଶ୍ନ ଭିତରେ ଏହାର ସରଳ ସମାଧାନ ପାଇଁ ରେରା ରାଜ୍ୟ ସରକାରଙ୍କ ସୀକୃତି ପାଇବା ପରେ ଧାରା ୩୨ ଅନୁଯାୟୀ ଏହି ସେଲ ଖୋଲିଛି।

Advertisment

ତେବେ ରେରାର ଦୁଇ ଜଣ କନସୁଲେଟର ଏହି ସେଲରେ ରହିବେ। ତାଙ୍କ ସହ କ୍ରେଡାଇ ଏବଂ ବାୟର୍ସ ଆସୋସିଏସନର କିଛି ସଦସ୍ୟଙ୍କୁ ଏଥିରେ ସଦସ୍ୟ ପାଇଁ ଆହ୍ବାନ କରାଯାଇଛି। କ୍ରେତା, ବିକ୍ରେତା ଏବଂ ପ୍ରମୋଟର ଭିତରେ କମ୍ପ୍ଲିସନ ସାର୍ଟିଫିକେଟ୍, ଅକ୍ୟୁପେନ୍ସି ସାର୍ଟିଫିକେଟ୍, ପାଣି, ନିଆଁ କିମ୍ବା କମନ୍ ପ୍ଲେସ ରେଜିଷ୍ଟ୍ରେସନ ଭଳି ବିବାଦକୁ ଦୁଇ ମାସ ଭିତରେ ସମାଧାନ ପାଇଁ ଚେଷ୍ଟା କରିବେ। ଏହା ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ଜରିଆରେ କରିବା ପାଇଁ ଲକ୍ଷ୍ୟ ରଖିଛି ରେରା। ସମାଧାନ ନହେଲେ ଟ୍ରିବ୍ୟୁନାଲ କିମ୍ବା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଛୋଟ ଛୋଟ ବିବାଦ ପାଇଁ ବର୍ଷ ବର୍ଷ ଅଦଲତକୁ ଆଉ ଧାଇଁବାକୁ ପଡିବନି।    

ସ୍ବତନ୍ତ୍ର ଗାଇଡ ଲାଇନ୍

CDR ସେଲରେ ଆବେଦନ କରିବା ପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ପ୍ରକାଶ କରିଛି ରେରା । ରିୟଲ ଇଷ୍ଟେଟ୍ ସଂକ୍ରାନ୍ତୀୟ ପ୍ରାୟ ୭ଶହ ମାମଲା ଏବେବି ବିଚାର ନହୋଇ ପଡିରହିଛି। ଯେଉଁଥିରେ ଅଧିକାଂଶ କ୍ରେତା ଓ ବିକ୍ରେତା ମଧ୍ୟରେ ବିବାଦ ସଂକ୍ରାନ୍ତୀୟ ମାମଲା ରହିଛି। ତେବେ ରେରାର ଏଭଳି ଉଦ୍ୟମକୁ ଉଭୟ ବିଲଡର ଓ ହାଉସ୍ ଓନର ଆସୋସିଏସନ ସ୍ବାଗତ କରିଥିଲେ ବି CDR ସେଲ ନୂଆ ନୁହେଁ। ଆଗରୁ ଏହି ସେଲ ରାଜ୍ୟ ସରକାରଙ୍କ ବିନା ସ୍ୱୀକୃତିରେ ଖୋଲିଥିଲା। ଯାହା କ୍ରେତା ଓ ବିକ୍ରେତାଙ୍କ ସମସ୍ୟା ସମାଧାନରେ ସହାୟକ ହୋଇନପାରିବାରୁ ଶେଷରେ ବନ୍ଦ ହୋଇଯାଇଥିଲା । ଏବେ ପୁଣି ଥରେ ନୂଆ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ସ୍ୱୀକୃତିରେ ଖୋଲିଛନ୍ତି । କ୍ରେତା ଓ ରିୟଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା ଆପୋଷ ଆଲୋଚନା କୌଣସି ଫୋରମର ସାକ୍ଷ୍ୟ ପ୍ରମାଣ ଭାବେ ଗ୍ରହଣୀୟ ନୁହେଁ । ତେଣୁ ଏହା କେତେ ଫଳପ୍ରଦ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସବୁ ପକ୍ଷ । 

 ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟମାନଙ୍କରେ ରେରା କାର୍ଯ୍ୟ କରୁଛି । ସେଠାରେ ୧୦ରୁ ୧୫ ପ୍ରତିଶତ ମାମଲା ସମାଧାନରେ ସହାୟକ ହେଉଛି ରେରା। ତେବେ ଆମ ରାଜ୍ୟରେ କେତେ ସୁଫଳ ମିଳୁଛି ତାକୁ ଅପେକ୍ଷା।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ