Narasinghpur-Pig-Farming Photograph: (OTV)
ଅଳ୍ପ ଖର୍ଚ୍ଚରେ ଲକ୍ଷପତି ହେବାର ସୁଯୋଗ। ଧଳା ଘୁଷୁରୀ ଚାଷ କରି ଲକ୍ଷପତି ହେଉଛନ୍ତି ଚାଷୀ। ବଡମ୍ବା ଖଇରପଙ୍ଗା ବଡ଼କମ୍ବିଲୋ ଗାଁର ଉତ୍କଳ ଦଳେଇ। ଅଞ୍ଚଳରେ ପ୍ରଥମଥର ପାଇଁ ଧଳା ଘୁଷୁରୀ ଚାଷ ତାଙ୍କୁ କରିଦେଇଛି ମାଲେମାଲ୍। ନିଜେ ସ୍ୱାବଲମ୍ୱୀ ହେବା ସହିତ ଆଉ ୨ ପରିବାରକୁ ଯୋଗାଉଛନ୍ତି ରୋଜଗାର। ଗାଁରେ ଥିବା ପୈତୃକ ଜମିରେ ଗତ ୪ବର୍ଷ ତଳେ ଘୁଷୁରି ଫାର୍ମ ନିର୍ମାଣ କରିଥିଲେ ଉତ୍କଳ। ପ୍ରଥମ ପର୍ଯ୍ୟାୟରେ ୧୭ଟି ଘୁଷୁରିରୁ ଚାଷ ଆରମ୍ଭ କରିଥିଲେ। ଆଉ ଏବେ ୭୦ରୁ ଅଧିକ ଧଳା ଘୁଷୁରି ଫାର୍ମରେ ରହିଛନ୍ତି। ଘୁଷୁରୀ ଚାଷରୁ ବର୍ଷକୁ ୪ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ଏବେ ଅଞ୍ଚଳରେ ଚର୍ଚ୍ଚାରେ ଉତ୍କଳ ।
ବିଦେଶୀ ପ୍ରଜାତିର ଏହି ଘୁଷୁରୀଙ୍କ ନିୟମିତ ଯତ୍ନ ନେବାକୁ ପଡ଼ିଥାଏ। ଖାଇବାଠାରୁ ଆରମ୍ଭ କରି ଟିକାକରଣ ପର୍ଯ୍ୟନ୍ତ ସବୁ କାମ ପର୍ଯ୍ୟାୟକ୍ରମେ କରିବାକୁ ପଡ଼ିଥାଏ। ଓଡ଼ିଶା ସମେତ ନାଗାଲାଣ୍ଡ, ମଣିପୁର ଆଦି ରାଜ୍ୟରେ ମାଂସ ପାଇଁ ଏହି ଘୁଷୁରିର ଅଧିକ ଚାହିଦା ରହୁଛି। ପ୍ରତି ୬ ମାସରେ ଥରେ ଘୁଷୁରୀ ପ୍ରସବ କରନ୍ତି। ଆଉ ଥରକେ ପ୍ରାୟ ୮ରୁ ୧୨ଟି ଛୁଆ ଜନ୍ମ କରନ୍ତି। ଗୋଟିଏ ଘୁଷୁରି ପ୍ରାୟ ଦୁଇରୁ ପାଞ୍ଚ କ୍ୱିଣ୍ଟାଲ ଓଜନର ହୋଇଥାଆନ୍ତି। ଏବେ ଏକ କୁଇଂଟାଲକୁ ୧୫ ହଜାର ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ଉତ୍କଳ। ଏହା ସହ ଘୁଷୁରିର ମଳରୁ ସୃଷ୍ଟି ହେଉଥିବା ଖତକୁ ସାର ଭାବେ ବ୍ୟବହାର କରାଯାଉଛି। ତେବେ କେବଳ ଘୁଷୁରି ପାଳନ ନୁହଁ ତାସହ ବିଭିନ୍ନ ପ୍ରକାରର ଫଳ ଚାଷ କରିଛନ୍ତି ଉତ୍କଳ। ସ୍ଥାନୀୟ ଏକ ପୋଖରୀ ରେ ମଧ୍ୟ ମାଛ ଚାଷ କରିଛନ୍ତି। ଆଉ ଜଣେ ସଫଳ ଚାଷୀ ଭାବେ ଆଗାମୀ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ରାସ୍ତା ଦେଖାଇଛି।
ବଡମ୍ବା ଅଂଚଳର ଉତ୍କଳ ଏବେ ଜଣେ ସଫଳ ଘୁଷୁରି ଚାଷୀ। ତାଙ୍କଠାରୁ ଏହି ଚାଷ ସମ୍ପର୍କରେ ବୁଝିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଚାଷୀ ଆସୁଥିବା ଜଣା ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/11/narasinghpur-pig-farming-2025-10-11-16-18-09.jpg)