Advertisment

24-Carat Gold Falls 13 Hundred Rupees: କମିଲା ସୁନାଦର, ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି; ୨୪ କ୍ୟାରେଟ୍ ସୁନା ଦର ୧୩ ଶହ ୧୦ ଟଙ୍କା ହ୍ରାସ

କମିଲା ସୁନାଦର, ଗ୍ରାହକଙ୍କୁ ମିଳିଲା ଆଶ୍ବସ୍ତି। ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନାଦର ହ୍ରାସ। ୩ ଲକ୍ଷ ତଳକୁ ଖସିଲା ରୁପା, ସମସ୍ତେ ଖୁସି। ୨୪ କ୍ୟାରେଟ୍ ସୁନା ଦର ୧୩ ଶହ ୧୦ ଟଙ୍କା ହ୍ରାସ।

24-Carat Gold Falls 13 Hundred Rupees

କମିଲା ସୁନାଦର, ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି Photograph: (OTV)

Advertisment

କମିଲା ସୁନାଦର । ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନାଦର ହ୍ରାସ ହୋଇଛି । ୩ ଲକ୍ଷ ତଳକୁ ଖସିଛି ବି ରୁପା । ସୁନାପ୍ରେମୀଙ୍କୁ ଏବେ ଯେମିତି ଛାନିଆଁ କରୁଛି ସୁନାର ଦାମ୍ । କମୁଛି କମ୍, ବଢ଼ୁଛି ବେଶି । ଗତ କିଛି ଦିନର ବୃଦ୍ଧି ପରେ ଏବେ ପୁଣି ସୁନା ଦର ସ୍ବଳ୍ପ ହ୍ରାସ ଘଟିଛି । ହେଲେ ସେମିତି କିଛି ଦରରେ ବିରାଟ ହ୍ରାସ ନଘଟିଥିବାରୁ ଗ୍ରାହକ ସେତେଟା ଖୁସି ନାହାନ୍ତି।

Advertisment

କମିଲା ସୁନାଦର । ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନାଦର ହ୍ରାସ । ୩ ଲକ୍ଷ ତଳକୁ ଖସିଛି ବି ରୁପା । ସୁନାପ୍ରେମୀଙ୍କୁ ଏବେ ଯେମିତି ଛାନିଆଁ କରୁଛି ସୁନାର ଦାମ୍ । କମୁଛି କମ୍, ବଢ଼ୁଛି ବେଶି । ଗତ କିଛି ଦିନର ବୃଦ୍ଧି ପରେ ଏବେ ପୁଣି ସୁନା ଦର ସ୍ବଳ୍ପ ହ୍ରାସ ଘଟିଛି । ହେଲେ ସେମିତି କିଛି ଦରରେ ବିରାଟ ହ୍ରାସ ନଘଟିଥିବାରୁ ଗ୍ରାହକ ସେତେଟା ଖୁସି ନାହାନ୍ତି । 

ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୩ ଶହ ୧୦ ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୬ ହଜାର ୪୪୦ ଟଙ୍କା ହୋଇଛି । ସେହିପରି, ୨୨ କ୍ୟାରେଟ୍ ସୁନା ଦର ୧୨ ଶହ ଟଙ୍କା ଖସି ୧୦ ଗ୍ରାମ୍ ପିଛା ୧ ଲକ୍ଷ ୪୩ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । 

Advertisment

ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ସବୁଦିନ ଦରରେ ପରିବର୍ତ୍ତନ ଘଟି, ସୁନା ଓ ରୁପା ଦର କେବେ ତଳମୁହାଁ ତ ପୁଣି କେବେ ଉପରମୁହାଁ ହେଉଛି । ଏବେ ପୁଣି ସୁନା ଦର ୧୨ ଶହ ଟଙ୍କା ହ୍ରାସ ପାଇଥିବାବେଳେ ରୁପା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଗତ ୩ ଦିନ ହେବ ଦର ଅପରିବର୍ତ୍ତିତ ରହି ରୁପା କେଜି ପ୍ରତି ୨ ଲକ୍ଷ ୮୦ ହଜାର ଟଙ୍କା ରହିଛି । 

ସବୁଠାରୁ ବଡ଼ କଥା ହେଉଛି, ସୁନା ଓ ହୀରା ଠାରୁ ପ୍ଲାଟିନମକୁ ଆହୁରି ମୂଲ୍ୟବାନ ବୋଲି ମନାଯାଏ । ହେଲେ ବର୍ତ୍ତମାନ ପ୍ଲାଟିନମର ମୂଲ୍ୟ ଠାରୁ ଢେର ଆଗକୁ ଯାଇସାରିଛି ସୁନା ଦର । ଫଳରେ ପ୍ଲାଟିନ ସୁନା ଆଗରେ ଫିକା ପଡ଼ିଛି । ତେବେ ଆଗକୁ ଆହୁରି ସୁନା ଦର ଆହୁରି ବଢ଼ିବାରେ ସମ୍ଭାବନା ରହିଛି।

Advertisment


ସେପଟେ ୧୮ କ୍ୟାରେଟ ସୁନା ପ୍ରତି ଏବେ ଗ୍ରାହକଙ୍କ ଚାହିଦା ବଢ଼ୁଛି । ବର୍ତ୍ତମାନ ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୯୮୦ ଟଙ୍କା ହ୍ରାସ ପାଇଥିବା ବେଳେ ଏବେ ଲକ୍ଷେ ୧୭ ହଜାର ୩୩୦ ଟଙ୍କା ରହିଛି । ତେବେ ସୁନା ବଜାରରେ ସୁନା-ରୁପା ଦରକୁ ନେଇ ଧାରଣ ଗ୍ରାହକ ଟିଏର ଚିନ୍ତା ବଢ଼ିଛି । 

Gold And Silver Prices Update Silver Price Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ