Advertisment

Boom in Gold Market: ମହରଗ ସୁନା ବଜାର, ୧୮ କ୍ୟାରେଟରେ ଆସିଲାଣି ନୂଆ ଡିଜାଇନ୍

ପ୍ରତିଦିନ ରଙ୍ଗ ବଦଳାଉଛି ସୁନା। ଯେଉଁ ଦର ଘରେ ଶୁଣିଥିବେ ଜୁଏଲାରୀକୁ ଯିବା ବେଳେ ବଦଳି ଯାଉଛି। ଯେତିକି ଟଙ୍କାରେ ହାର ହେବା କଥା ସେତିକିରେ ହାତ ମୁଦି ବି ହେଉନି। ଏଭଳି ପରିସ୍ଥିତିରେ ଆସିଲାଣି ବାହାଘର ସିଜନ୍। ତେଣୁ ଏବେ ଗ୍ରାହକ ମୁହାଁଇଛନ୍ତି ୧୮ କ୍ୟାରେଟ୍ ଆଡ଼କୁ।

GOLD

GOLD Photograph: (OTV)

Advertisment

ମହରଗ ସୁନା ବଜାର
ହାତ ମାରିବାକୁ ଲାଗୁଛି ଡର 
ଏବେ ଖାଲି ଭରସା ୧୮ କ୍ୟାରେଟ୍ 

୫ ଦିନ କମିଲା ଆଉ ଗଲା ଦୁଇ ଦିନ ଧରି ବଢ଼ିବାରେ ଲାଗିଛି। ନିଜ ପୁରୁଣା ଅଭ୍ୟାସକୁ ଫେରିଛି ସୁନା। ମହଙ୍ଗା ଆଡ଼କୁ ମୁହାଁଇଛି। ଗତକାଲି ପ୍ରାୟ ହଜାରେ ଟଙ୍କା ବଢ଼ିବା ପରେ ଆଜି ପୁଣି ଥରେ ସୁନା ମାରିଛି ଲମ୍ବା ଡିଆଁ। ତେଣୁ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାକୁ ଛାଡ଼ି ଏବେ ଗ୍ରାହକ ଖୋଜିଲେଣି ୧୮ କ୍ୟାରେଟ୍।...

Advertisment

କ୍ୟାରେଟ୍ କମିଲେ ଟଙ୍କା କମିବ, ତେଣୁ ଲୋକେ ଚିରାଚରିତ ୨୨ କ୍ୟାରେଟ୍ ନକିଣି ୧୮ କ୍ୟାରେଟ୍ ଆଡ଼େ ଗଲେଣି। ଆଉ ଲୋକଙ୍କ ଚାହିଦା ଦେଖି ଏବେ ୧୮ କ୍ୟାରେଟ୍ ରେ ୨୨ କ୍ୟାରେଟ୍ ଭଳି ଅଳଙ୍କାର ବଜାରକୁ ଆସିଲାଣି। ଭୁବନେଶ୍ବର କ୍ୟାରେଟଲେନ୍ ଶୋ’ ରୁମ୍। ବଢ଼ୁଥିବା ସୁନା ଦର ଓ ଗ୍ରାହକଙ୍କ ପକେଟକୁ ଦେଖି ୧୮ କ୍ୟାରେଟ୍ ରେ ଗଢ଼ା ହେଲାଣି ନୂଆ ଡିଜାଇନ୍। ନେକଲେସ୍, ଚେନ୍, ମୁଦି ସବୁ କିଛି ଏବେ ୧୮ କ୍ୟାରେଟରେ ଆସିଲାଣି।  

ଲାଗୁଛି ଡର

ସୁନା ଦର ଉପରେ ଆଉ ଭରସା କରି ହେଉନି। ସକାଳେ ଗୋଟେ, ସଂଧ୍ୟାରେ ଆଉ ଗୋଟେ। ଆଜି ମାର୍କେଟ ବନ୍ଦ ହେବା ବେଳକୁ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢ଼ି ଲକ୍ଷେ ୪୬ ହଜାର ପାର କରିଥିବା ବେଳେ ୨୪ କ୍ୟାରେଟ୍ କଥା ଭାବିଲା ବେଳେ ଛାତି ଧଡ଼ ଧଡ଼ କରୁଛି। ଯେଉଁଠି ୨୨ କ୍ୟାରେଟ୍ ଲକ୍ଷେ ୪୬ ଓ ୨୪ କ୍ୟାରେଟ୍ ଲକ୍ଷେ ୫୩ ହଜାର ରହିଛି ସେଠି ୧୮ କ୍ୟାରେଟ୍ ରହିଛି ଲକ୍ଷେ ୧୫ ହଜାର ଟଙ୍କା।

Advertisment

ତେଣୁ ଏଭଳି ପରିସ୍ଥିତିରେ କିଛି ଜୁଏଲର୍ସ ୧୮ କ୍ୟାରେଟ୍ ରେ ଭଲ ଅଳଙ୍କାର ବଜାରକୁ ଆଣିଛନ୍ତି। 
ସୁନା ନିଇତି ନିଜ ରଙ୍ଗ ବଦଳାଉଛି। ଆଗକୁ ବାହାଘର ସିଜନ୍ ଥିବାରୁ ଗ୍ରାହକ ଚିନ୍ତାରେ।...
 


Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ