Advertisment

Sharp Spike in Gold Rates: ଦିନକରେ ସୁନା ଭରି ୨ ହଜାରରୁ ଅଧିକ ଟଙ୍କା ମହଙ୍ଗା, ସୁନା ଖୁବଶୀଘ୍ର ଦେଢ ଲକ୍ଷ ଛୁଇଁବା ଅନୁମାନ

ବିବାହ ସିଜିନ ପୂର୍ବରୁ ଲମ୍ବା ଡିଆଁ ମାରୁଛି ସୁନା ଦର। ହୁ ହୁ ହୋଇ ବଢୁଛି। ଆଜି ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି ସୁନା ଦାମ୍। ଦିନକରେ ଭରି ୨ ହଜାରରୁ ଅଧିକ ଟଙ୍କା ମହଙ୍ଗା ହୋଇଛି।

GOLD

GOLD Photograph: (OTV)

Advertisment

ବିବାହ ସିଜିନ ପୂର୍ବରୁ ଲମ୍ବା ଡିଆଁ ମାରୁଛି ସୁନା ଦର। ହୁ ହୁ ହୋଇ ବଢୁଛି। ଆଜି ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି ସୁନା ଦାମ୍। ଦିନକରେ ଭରି ୨ ହଜାରରୁ ଅଧିକ ଟଙ୍କା ମହଙ୍ଗା ହୋଇଛି। ଆଜି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମକୁ ଦାମ୍ ରହିଛି ୧ ଲକ୍ଷ ୨୭ ହଜାର ଟଙ୍କା। ଖୁବଶୀଘ୍ର ଦେଢ଼ ଲକ୍ଷ୍ୟ ଟପିଯିବା ଆଶଙ୍କା କଲେଣି ବିଶେଷଜ୍ଞ। ସେହିପରି ଦିନକରେ ରୁପା କିଲୋ ୩୦୦୦ ଟଙ୍କା ବି ବଢିଛି। 

Advertisment

ପୁଣି ସୁନାର ଲମ୍ବା ଡିଆଁ  । ଦିନକରେ ୨ ହଜାରରୁ ଅଧିକ ମହଙ୍ଗା । ଖୁବଶୀଘ୍ର ଦେଢ ଲକ୍ଷ ଛୁଇଁବ ସୁନା ଦର ।
ଆଗକୁ ଆସୁଛି ବିବାହ ଋତୁ। ଏବେଠୁ ପୁଣି ବେକାବୁ ହୋଇଛି ସୁନା ଦର। ନିଇତି ହୁ ହୁ ହୋଇ ବଢୁଛି ସୁନା। ଛାନିଆ କରୁଛି ଗ୍ରାହକଙ୍କୁ। ଶହେ କି ଦୁଇ ଶହ ନୁହେଁ, ଏକାଥରେ ହଜାରେ, ୨ ହଜାରେ ଟଙ୍କା ବଢୁଛି ରେଟ୍। ଆଜି ପୁଣିଥରେ ସବୁ ରେକର୍ଡ ଭାଙ୍ଗିଛି ସୁନା ଦର । ଦିନକରେ ସୁନା ୨୪୦୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ୩ ହଜାର ଟଙ୍କା ବଢିଛି ରୁପା । ଏହି ବୃଦ୍ଧି ଜାରି ରହିଲେ ସୁନା ଯେ, ଦେଢ ଲକ୍ଷ ଟପିଯିବ ସେଦିନ ବେଶୀ ଡେରି ନୁହେଁ। 

୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧ ଲକ୍ଷ ୨୭ ହଜାର ଟଙ୍କା

ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୧ ଲକ୍ଷ ୩୮ ହଜାର ୫୫୦ ଟଙ୍କା। ଏହା ଗତକାଲିଠାରୁ ୨୪ ଶହ ଟଙ୍କା ଅଧିକ। ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨୨ ଶହ ଟଙ୍କା ବଢି ୧ ଲକ୍ଷ ୨୭ ହଜାର ଟଙ୍କା ହୋଇଛି । ଆଜି ସର୍ବକାଳୀନ ରେକର୍ଡ କରିଛି ସୁନା ଦର । 

Advertisment

ସୁନାର ଆକାଶଛୁଆଁ ଦର

ତେବେ ଭାରତୀୟ ପରମ୍ପରାରେ ସୁନାର ଚାହିଦା ସର୍ବଦା ଅଧିକ ରହି ଆସିଛି । ବାହାଘର ହେଉ ଅବା ଅନ୍ୟ କିଛି ପର୍ବ ଉପହାର ଦେବା ଲାଗି ସୁନାର ଆବଶ୍ୟକ ପଡିଥାଏ । ତେବେ ବର୍ତ୍ତମାନ ୨୪ ଓ ୨୨ କ୍ୟାରେଟ ସୁନାର ଆକାଶଛୁଆଁ ଦର ଦେଖି ଲୋକେ ଏବେ ୧୮ ଓ ୧୪ କ୍ୟାରେଟ ଉପରେ ବେଶୀ ଭରସା କରିବା ଆରମ୍ଭ କରିଛନ୍ତି । ଉଭୟ ୧୮ ଓ ୧୪ କ୍ୟାରେଟ୍ ସୁନା ଦର କମ ମଧ୍ୟ ରହୁଛି। ତେଣୁ ଲୋକେ ଏହି ଦୁଇ ପ୍ରକାରର ସୁନା ଉପରେ ଅଧିକ ଗୁରୁତ୍ବ ଦେଉ ଥିବା ଦେଖିବାକୁ ମିଳିଛି। ଏପରିକି ଆଗକୁ ଆହୁରି କମ୍ କ୍ୟାରେଟ୍ ସୁନା ବଜାରକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । 

କେବଳ ସୁନା ନୁହେଁ ରୁପା, ପ୍ଲାଟିନମ୍ ଭଳି ଧାତୁର ମୂଲ୍ୟ ବଢିବାରେ ଲାଗିଛି । ରୁପା ଦାମ୍ ବର୍ତ୍ତମାନ କେଜି ପିଛା ରହିଛି ୨ ଲକ୍ଷ ୩୪ ହଜାର ଟଙ୍କା । ଏକଦା ପ୍ଲାଟିନମର ଚାହିଦା ସୁନାଠାରୁ ଅଧିକ ଥିଲା । ହେଲେ ଏବେ ଲୋକେ ପ୍ଲାଟିନମ୍ ଅପେକ୍ଷା ସୁନାକୁ ଅଧିକ ପସନ୍ଦ କରୁଛନ୍ତି । ସୁନା ଦର ମଧ୍ୟ ପ୍ଲାଟିନମଠାରୁ ପାଖାପାଖି ତିନି ଗୁଣା ଅଧିକ ହୋଇଗଲାଣି । ପ୍ଲାଟିନମ୍ ଅପେକ୍ଷା ସୁନା ଉପରେ ନିବେଶ ଦ୍ବାରା ଅଧିକ ଫାଇଦା ମିଳୁଥିବାରୁ ଏହି ହଳଦିଆ ଧାତୁକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଲୋକେ । ତେବେ ୨୦୨୬ରେ ସୁନା ଦର ଆହୁରି ବୃଦ୍ଧି ହୋଇ ଦେଢ ଲକ୍ଷ ପାର୍ କରିବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । 

Advertisment

Gold Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ