Advertisment

Gold and Silver Prices Skyrocket Ahead: ବିବାହ ଋତୁ ଆରମ୍ଭରୁ ଡରାଇଲାଣି ସୁନା ଓ ରୁପା ଦର; ଟ୍ରମ୍ପ ହିଁ କାରଣ!

ବିବାହ ଋତୁ ଆରମ୍ଭରୁ ଡରାଇଲାଣି ସୁନା ଓ ରୁପା ଦର। ନିଇତି ନୂଆ ରେକର୍ଡ ଭାଙ୍ଗୁଛି ସୁନା ଓ ରୁପା ଦର। ସପ୍ତାହ ଭିତରେ ସୁନା ୧୦ ହଜାର ଟଙ୍କା ବଢି ଦେଢଲକ୍ଷ ମୁହାଁ। ୨୦ ଦିନରେ ୬୪ ହଜାର ବଢି ସାଢେ ତିନିଲକ୍ଷ ମୁହାଁ ରୂପା। ଅସ୍ଥିର ବଜାର ଓ ଟ୍ରମ୍ପଙ୍କ ଶୁଳ୍କ ଧମକ ପ୍ରମୁଖ କାରଣ ହୋଇଛି।

Gold and Silver Prices Skyrocket Ahead

ବିବାହ ଋତୁ ଆରମ୍ଭରୁ ଡରାଇଲାଣି ସୁନା ଓ ରୁପା ଦର Photograph: (OTV)

Advertisment

ବିବାହ ଋତୁ ଆରମ୍ଭରୁ ଡରାଇଲାଣି ସୁନା ଓ ରୁପା ଦର। ନିଇତି ଭାଙ୍ଗୁଛି ନୂଆ ରେକର୍ଡ। ସପ୍ତାହ ଭିତରେ ସୁନା ୧୦ ହଜାର ଟଙ୍କା ବଢି ଦେଢ ଲକ୍ଷ ମୁହାଁ ହୋଇଥିବା ବେଳେ ରୂପା ୨୦ ଦିନ ଭିତରେ ୬୪ ହଜାର ବଢି ସାଢେ ତିନିଲକ୍ଷ ମୁହାଁ । ଯାହାକୁ ନେଇ ଗ୍ରାହକ ଚିନ୍ତାରେ। ଏପଟେ ବଜାର ଏକ୍ସପର୍ଟଙ୍କ କହିବା କଥା ବଜାର ଅସ୍ଥିରତା ଏବଂ ବିଶ୍ୱ ବାଣିଜ୍ୟରେ ଟ୍ରମ୍ପଙ୍କ ଶୁଳ୍କ ଧମକ ଏହା ପଛରେ ପ୍ରମୁଖ କାରଣ।

Advertisment

ସୁନାକୁ ଛୁଇଁବାକୁ ଡର ଲାଗୁଛି। ଚାନ୍ଦୀ ଚହଟୁ ଥିଲେ ବି କିଣିବାକୁ ସାହସ ହେଉନି। ସୁନା ଓ ରୁପା ନିଇତି ଭାଙ୍ଗୁଛି ନୂଆ ନୂଆ ରେକର୍ଡ। ରୁପା ବଜାରରେ ସତେ ଯେମିତି ନିଆଁ ଲାଗିଛି। ଦିନକୁ ଦିନ ଏହି ଦୁଇ ଧାତୁର ଦର ଦେଖି ଛାନିଆ ଗ୍ରାହକ। ସୁନା ଦର ଦେଢ଼ଲକ୍ଷ ଆଡ଼କୁ ମୁହାଁଇଛି। ମଙ୍ଗଳବାର ଭୁବନେଶ୍ୱର ବଜାରରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ୨୧୩୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୪୮ ହଜାର ୩୭୦ ଟଙ୍କାରେ ପହଞ୍ଚିଛି। 

ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୯୫୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୩୬, ହଜାର ଟଙ୍କାରେ ପହଞ୍ଚିଛି। ଗତ ୨୦ ଦିନ ମଧ୍ୟରେ ସୁନା ଦର ପ୍ରାୟ ୯ ଦଶମିକ ୮୫ ପ୍ରତିଶତ ବଢ଼ିସାରିଲାଣି। ସୁନା ତୁଳନାରେ ଗତ କିଛିଦିନ ହେଲା ରୁପା ଦର ଅଧିକ ମାତ୍ରାରେ ବଢ଼ୁଛି। ଗତ ୨୦ ଦିନ ମଧ୍ୟରେ ଏହାର ଦର ୨୮ ଦଶମିକ ୯୧ ପ୍ରତିଶତ ବଢ଼ିଛି। 

Advertisment

ଭୁବନେଶ୍ୱରରେ ରୁପା କିଲୋ ଜାନୁଆରୀ ପହିଲାରେ ୨ ଲକ୍ଷ ୫୬ ହଜାର ଟଙ୍କା ଥିବା ବେଳେ ଏହାରି ଭିତରେ ୮୪ ହଜାର ଟଙ୍କା ମହଙ୍ଗା ହୋଇ ୩ ଲକ୍ଷ ୪୦ ହଜାର ଅତିକ୍ରମ କଲାଣି। ଯାହାକୁ ନେଇ ଗ୍ରାହକ ଛାନିଆ ହୋଇପଡ଼ିଥିବା ବେଳେ ବ୍ୟବସାୟୀ ବି ଚିନ୍ତାରେ। 

ଆଗକୁ ବିବାହ ଓ ବ୍ରତଘର ଋତୁ ଥିବାରୁ ସୁନା ଓ ରୁପା ରେଟ ଆହୁରି ବଢ଼ିପାରେ ଅନୁମାନ କରାଯାଉଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଏବଂ ବଜାର ଅସ୍ଥିରତା ଯୋଗୁ ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପ୍ରତି ମୂଲ୍ୟ ବଢୁଛି। ଏହି ସମୟରେ ସୁନା ଓ ରୁପାର ଡୋମେଷ୍ଟିକ ଏବଂ କନଜୁମର ଭ୍ୟାଲୁ ବଢୁଥିବାରୁ କିଛି ଗ୍ରାହକ ଏଥିରେ ନିବେଶ କରିବା ପାଇଁ କିଣୁଛନ୍ତି । 

Advertisment

ତେବେ ଏହି ଦୁଇ ମୂଲ୍ୟବାନ ଧାତୁର ମୁଲ୍ୟ ବଢିବା ପଛରେ ମୁଖ୍ୟ କାରଣ ହେଲା ଦେଶମାନେ ନିଜର ଡେବ୍ଟ ବା ଋଣ ପରିଶୋଧ ହେଉ ଅବା ଡଲାର ବିନିମୟରେ ଅସ୍ଥିରତା ବୃଦ୍ଧି ପାଉଥିବାରୁ ଟନ୍ ଟନ୍ ସୁନା କିଣି ଗଚ୍ଛିତ ରଖୁଛନ୍ତି । ଆଉ କିଛି ଦେଶ ଗୋଲ୍ଡ ଭୋଲ୍ଟ ବା ଲକରରେ ସୁନାକୁ ଇନଭେଷ୍ଟ କରୁଥିବା କାରଣରୁ ସୁନାର ଦାମ୍ ହୁ ହୁ ହୋଇ ବଢୁଛି। 

ସେହିପରି ରୁପା ବହୁଳଭାବେ ଶିଳ୍ପରେ ବ୍ୟବହାର ହେଉଥିବାରୁ ତାର ଦାମ୍ ମଧ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଯେପର୍ଯ୍ୟନ୍ତ ଆମେରିକାର ତାର ନୀତିରେ ପରିବର୍ତ୍ତନ ନକରିଛି ସେ ପର୍ଯ୍ୟନ୍ତ ସୁନା ବଜାରରେ ଏଭଳି ଅସ୍ଥିରତା ଲାଗିରହିବ ବୋଲି କହିଛନ୍ତି ଅନୁମାନ କରିଛନ୍ତି ବଜାର ଏକ୍ସପର୍ଟ।

ବିଶ୍ୱ ବାଣିଜ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଧମକକୁ ନେଇ ଚିନ୍ତା ବଢ଼ିଥିବା ବେଳେ ନିବେଶକମାନେ ସୁନା ଓ ରୂପା ଭଳି ନିରାପଦ ଧାତୁରେ ନିବେଶ ପାଇଁ ପସନ୍ଦ କରୁଛନ୍ତି । ଯାହର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ୁଛି। 

Gold Price Silver Price Wedding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ