Advertisment

Gold–Silver Become Cheaper: ଆହୁରି ଶସ୍ତା ହେଲା ସୁନା-ରୁପା, ଜାଣନ୍ତୁ କେତେ କମିଲା ଦାମ୍

ପୁଣି ଖସିଲା ସୁନା ଓ ରୁପା ଦର। ୦୨ ଫେବୃଆରୀ ୨୦୨୬ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସୋମବାର ସୁନା ଓ ରୁପାର ମୂଲ୍ୟ କମିଥିବା ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୬ ରେ ବଜେଟ୍ ଉପସ୍ଥାପନ କରିଥିଲେ।

Gold and silver rate

Gold and silver rate Photograph: (OTV)

Advertisment

ଗହଣା କ୍ରେତାଙ୍କ ପାଇଁ ଖୁସି ଖବର। ପୁଣି ଖସିଲା ସୁନା ଓ ରୁପା ଦର। ୦୨ ଫେବୃଆରୀ ୨୦୨୬ ଅର୍ଥାତ୍ ସପ୍ତାହର ପ୍ରଥମ ଦିନ ସୋମବାର ସୁନା ଓ ରୁପାର ମୂଲ୍ୟ କମିଥିବା ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୬ ରେ ବଜେଟ୍ ଉପସ୍ଥାପନ କରିଥିଲେ । ଏହି ସମୟରେ MCX ରେ କାରବାର ଚାଲିଥିଲା। ବଜେଟ୍ ପୂର୍ବରୁ ଏବଂ ପରେ ସୁନା ଏବଂ ରୁପାର ମୂଲ୍ୟରେ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି ।

Advertisment

ଗୋଟିଏ ଝଟକାରେ ୨୪ କ୍ୟାରେଟ ସୁନା ୯ ହଜାର ୫୦ ଟଙ୍କା ତଳକୁ ଖସିଛି । ବର୍ତ୍ତମାନ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି । ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କାରେ ପହଞ୍ଚିଛି । 

ସେହିପରି ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି । ଗତ ସପ୍ତାହର ଗୁରୁବାର ଦିନ ପ୍ରଥମ ଥର ପାଇଁ ରୁପା ମୂଲ୍ୟ ୪ ଲକ୍ଷ ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲା। ତା’ପରଠାରୁ ନିରନ୍ତର ରୁପା ମୂଲ୍ୟରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି।  

Advertisment
Gold Price Gold And Silver Prices Update gold price drop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ