Aravind Srinivas Photograph: (OTV)
ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ (Hurun India Rich List)୨୦୨୫ର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଭାରତର ସବୁଠୁ ଧନୀ ବ୍ୟକ୍ତି ମାନେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଯେଉଁ ନାମ ସବୁଠୁ ଅଧିକ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି, ତାହା ହେଉଛି ଚେନ୍ନାଇରେ ରହୁଥିବା ଅରବିନ୍ଦ ଶ୍ରୀନିବାସ। ମାତ୍ର ୩୧ ବର୍ଷ ବୟସରେ ସେ ୨୧ ହଜାର କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି ।
ଅରବିନ୍ଦ ଶ୍ରୀନିବାସ ହେଉଛନ୍ତି ପ୍ରସିଦ୍ଧ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ପରପ୍ଲେକ୍ସିଟି (Perplexity CEO)ର ସିଇଓ। ହୁରୁନ ରିଚ୍ ଲିଷ୍ଟ ଅନୁସାରେ ତାଙ୍କର ମୋଟ ଆୟ ୨୧ ହଜାର କୋଟି ଟଙ୍କାରୁ ଅଧିକ।
ଅରବିନ୍ଦ ଶ୍ରୀନିବାସ କିଏ?
ଅରବିନ୍ଦ ଶ୍ରୀନିବାସଙ୍କର ଜନ୍ମ ୭ ଜୁନ ୧୯୯୪ରେ ତାମିଲନାଡୁର ଚେନ୍ନାଇରେ ହୋଇଥିଲା। ପିଲାଦିନୁ ତାଙ୍କର ବିଜ୍ଞାନ ପ୍ରତି ଆଗ୍ରହ ଥିଲା। ପ୍ରାରମ୍ଭିକ ଶିକ୍ଷା ଶେଷ କରିବା ପରେ ଅରବିନ୍ଦ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଆଇଟି ମାଡ୍ରାସରେ ପହଞ୍ଚିଥିଲେ। ପାଠପଢା ସମୟରେ ସେ ଆଇଆଇଟିରେ ପଢାଇବା ଆରମ୍ଭ କରିଥିଲେ। ସେଠାରେ ସେ ଛାତ୍ରମାନଙ୍କୁ ରି-ଏନଫୋର୍ସମେଣ୍ଟ ଲର୍ଣ୍ଣିଂ ଏବଂ ଆଡଭାନ୍ସଡ ରି-ଏନଫୋର୍ସମେଣ୍ଟ ଲର୍ଣ୍ଣିଂ ପଢାଇଥିଲେ।ଏହାପରେ ଉଚ୍ଚଶିକ୍ଷା ପାଇଁ ଅରବିନ୍ଦ ଆମେରିକା ଚାଲିଯାଇଥିଲେ।
ସେଠାରେ ବର୍କଲେ ସ୍ଥିତ କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ସେ କମ୍ପ୍ୟୁଟର ସାଇନ୍ସରେ ପିଏଚଡି ସମ୍ପୂର୍ଣ୍ଣ କରିଥିଲେ। ୨୦୨୧ରେ ପିଏଚଡି ଶେଷ ହେବା ପରେ ଶ୍ରୀନିବାସଙ୍କର ପୂରା ଧ୍ୟାନ ଗବେଷଣା ଉପରେ ଥିଲା । ଏହି ସମୟରେ ସେ ଏଭଳି ମଡେଲଗୁଡିକ ଉପରେ କାମ କରିବା ଆରମ୍ଭ କରିଥିଲେ ଯାହା ଟ୍ରାନ୍ସଫର୍ମର ଆଧାରିତ ମଡେଲ ମାଧ୍ୟମରେ ଚିତ୍ର ତିଆରି, ଚିହ୍ନିବା ଏବଂ ଏଆଇ ଦ୍ୱାରା ଭିଡିଓ ଜେନେରେଟ କରୁଥିଲା। ତାଙ୍କ ଲିଙ୍କଡଇନ ପ୍ରୋଫାଇଲ ଅନୁସାରେ, ୨୦୨୦ ଓ ୨୦୨୧ରେ ଛୁଟି ସମୟରେ ସେ ଡିପ ଲର୍ଣ୍ଣିଂ ଉପରେ କାମ କରିଥିଲେ ।
ଓପନ ଏଆଇରେ ମଧ୍ୟ କାମ କରିଛନ୍ତି
ଶ୍ରୀନିବାସ ବିଶ୍ୱର କିଛି ପ୍ରମୁଖ ଟେକ ଦିଗଜଙ୍କ ସହ କାମ କରିଛନ୍ତି। ସେ ଓପନଏଆଇରେ ରି-ଏନଫୋର୍ସମେଣ୍ଟ ଲର୍ଣ୍ଣିଂ ଉପରେ କାମ କରିଥିଲେ ଏବଂ ପରେ ଲଣ୍ଡନ ସ୍ଥିତ ଡିପମାଇଣ୍ଡରେ ଯୋଗଦେଇଥିଲେ। ଏହାପରେ, ସେ ଗୁଗଲରେ ହେଲୋନେଟ ଏବଂ ରେସନେଟ-ଆରଏସ ଭଳି ଭିଜନ ମଡେଲ ବିକଶିତ କରିଥିଲେ। ପରେ ସେ ଓପନଏଆଇରେ ଜଣେ ରିସର୍ଚ୍ଚର ଭାବେ ଫେରିଥିଲେ ଏବଂ ଟେକ୍ସଟ-ଟୁ-ଇମେଜ ଜେନେରେସନ ମଡେଲ, DALL-E 2ରେ ଯୋଗଦାନ କରିଥିଲେ।
ପରପ୍ଲେକ୍ସିଟିର ମୂଳଦୁଆ ପକାଇଲେ
ଅଗଷ୍ଟ ୨୦୨୨ରେ ଶ୍ରୀନିବାସ ଡେନିସ ୟାରାଟ୍ସ ଏବଂ Andy Konwinskiଙ୍କ ସହ ମିଶି ପରପ୍ଲେକ୍ସିଟି ଏଆଇର ମୂଳଦୁଆ ପକାଇଥିଲେ। କମ୍ପାନୀ ଏଆଇ ଦ୍ୱାରା ଚାଳିତ ଚାଟ-ଆଧାରିତ ସର୍ଚ୍ଚ ଇଞ୍ଜିନ, GPT-3 ଭଳି ମଡେଲ ବ୍ୟବହାର କରି ଉପଭୋକ୍ତାଙ୍କ ପ୍ରଶ୍ନର ଦ୍ରୁତ, ସଠିକ ଏବଂ ନିର୍ଭୁଲ ଉତ୍ତର ଦେଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/03/aravind-srinivas-2025-10-03-11-31-03.jpg)