Advertisment

Gold Price Alert: ଏବେ ସୁନା କିଣିବେ ନା କିଣିବେନି, ଆଜି ସୁନା କମିଲା ସାଢ଼େ ୪ ହଜାର ଟଙ୍କା

ସୁନା, ରୁପା କିଣିବା ଏବେ ଠିକ୍ ହେବ ନା ଆଉ ଟିକେ ଅପେକ୍ଷା କରିବେ। ଗତ ସପ୍ତାହର ରେଟ୍ ଗ୍ରାହକଙ୍କୁ ଦ୍ବନ୍ଦ୍ବରେ ପକାଉଛି। କେବେ ଖସୁଛି ତ ପୁଣି କେବେ ବଢୁଛି। ସକାଳ ରେଟ୍ ସଞ୍ଜ ବେଳକୁ ବଦଳିଯାଉଛି। ୨ଦିନ ବଢ଼ିବା ପରେ ଆଜି ପୁଣି କମିଛି ସୁନା ଓ ରୁପା।

GOLD

GOLD Photograph: (OTV)

Advertisment

କେବେ ଖସୁଛି, ପୁଣି କେଉଁ ଦିନ ବଢୁଛି
ରେକର୍ଡ ଦର ବୃଦ୍ଧି ପରେ ସୁପର କ୍ରାସ୍
ପ୍ରତିଦିନ ରଙ୍ଗ ବଦଳାଉଛି ସୁନା-ଚାନ୍ଦି
ଦୁଇ ଦିନ ବଢ଼ିବା ପରେ ଆଜି ପୁଣି ହ୍ରାସ

Advertisment

ସୁନା, ରୁପା କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ଦ୍ବନ୍ଦ୍ବରେ ପକାଉଛି ଗୋଲଡ, ସିଲଭର ରେଟ୍। ଏବେ କିଣିବେ ନା ଆଉ ଟିକେ ଅପେକ୍ଷା କରିବେ। ବିବାହ ଋତୁ ପୂର୍ବରୁ ଗତ ସପ୍ତାହର ରେଟ୍ ଚାର୍ଟ ସାଧାରଣ ଲୋକଙ୍କୁ ବାଉଳା କରୁଛି। କାରଣ ଆଜି ଦର ତଳମୁହାଁ ହେଉଥିଲେ, କାଲି ପୁଣି ଉପରମୁହାଁ। ଏପରିକି ସକାଳେ ଗୋଟେ ରେଟ୍ ଥିବା ବେଳେ ସଞ୍ଜରେ ଜୁଏଲାରୀ ଦୋକାନରେ ପହଞ୍ଚିଲା ବେଳକୁ ବଦଳିଯାଉଛି ଦର।

ଆଜି କମିଛି ସୁନା ଓ ରୁପା ଦାମ୍। ଆଜି ୨୪ କ୍ୟାରେଟ୍ ସୁନା ୫ ହଜାର ୨୦ ଓ ୨୨ କ୍ୟାରେଟ୍ ୪ହଜାର ୬୦୦ ଟଙ୍କା ଶସ୍ତା ହୋଇଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଓ ୨୨ କ୍ୟାରେଟ୍ ଦାମ୍ ରହିଛି ୧ ଲକ୍ଷ ୪୧ ହଜାର ୫୫୦ ଟଙ୍କା। ସେହିପରି ସୁନା ଭଳି ଖସିଛି ଚାନ୍ଦି। ଆଜି ରୁପା ରେଟ୍ କିଲୋ ପିଛା ୨୦ ହଜାର କମିି ୩ ଲକ୍ଷ ଟଙ୍କା ହୋଇଛି। ... 

Advertisment

 ବାହାଘର ସିଜିନରେ ସୁନା, ରୁପାର ଆକାଶଛୁଆଁ ଡିମାଣ୍ଡ ଗ୍ରାହକଙ୍କ ହୋସ୍ ଉଡ଼ାଉ ଦେଉଛି। ତେଣୁ ବିକଳ୍ପ ଭାବରେ ୧୮ କ୍ୟାରେଟ୍ ଗୋଲ୍ଡକୁ କେହି କେହି ବାଛୁଛନ୍ତି। ଅନ୍ୟପଟେ ସୁନା, ଚାନ୍ଦିର ଭାଉ ଭିତରେ ଚାହିଦା ହରାଉଛି ପ୍ଲାଟିନମ୍।

ପ୍ଲାଟିନମ୍ ବଜାରକୁ କାଟିଛି ସୁନା

ଦିନେ ଗୋଲ୍ଡ ଅପେକ୍ଷା ପ୍ଲାଟିନମର ଭାଉ ଅଧିକ ଥିଲା। ଦାମ ବି ଢ଼େର ଅଧିକ ରହୁଥିଲା। କିନ୍ତୁ ଏବେ ପ୍ଲାଟିନମ୍ ବଜାରକୁ କାଟିଛି ସୁନା। ଏବେ ୧୦ ଗ୍ରାମ୍ ପ୍ଲାଟିନମ୍ ଦାମ୍ ୫୯ହଜାର ୬୧୦ ଟଙ୍କା ରହିଛି। ଯେଉଁଠି ସୁନା ଦାମ୍ ପ୍ଲାନିଟମ୍ ଅପେକ୍ଷା ଦୁଇ ଗୁଣାରୁ ଅଧିକ। ବିଶେଷଜ୍ଞଙ୍କ ମତରେ, ସୁନାର ଚାହିଦା ଓ ଏଥିରେ ନିବେଶ ବଢୁଛି। କିନ୍ତୁ ପ୍ଲାଟିନମରେ ନିବେଶ କମ୍ ଥାଏ। 

Advertisment

ଗତ ସପ୍ତାହରେ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଥିଲା ସୁନା ଓ ରୁପା ଦାମ୍। ତାପରେ ୫ ଦିନ କମିବା ପରେ ଗତ ୨ ଦିନରେ ପୁଣି ଭାଉ ଦେଖାଇଥିଲା ଗୋଲ୍ଡ, ସିଲଭର। ଆଜି ପୁଣି ଥରେ ତଳମୁହାଁ ପ୍ରାଇସ୍ ଗ୍ରାଫ। ଦର ଏଭଳି ଉପର ତଳ ହେବା ବିବାହ ଋତୁରେ ଗ୍ରାହକଙ୍କ ଦ୍ବନ୍ଦ୍ବ ବଢ଼ାଉଛି। ... 

Silver gold rate update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ