Advertisment

Aadhaar Update Fees Hiked: ମହଙ୍ଗା ହେଲା ଆଧାର କାର୍ଡ ଅପଡେଟ୍, ଏବେ ଦେବାକୁ ପଡିବ ଅଧିକ ଟଙ୍କା

ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତ୍ତୃପକ୍ଷ ଆଧାର ସମ୍ବନ୍ଧୀୟ ସେବା ପାଇଁ ଶୁଳ୍କ ବୃଦ୍ଧି କରିଛନ୍ତି। ପ୍ରାୟ ପାଞ୍ଚ ବର୍ଷ ପରେ ଏହି ଶୁଳ୍କ ବୃଦ୍ଧି ହୋଇଛି। ତେବେ ନୂଆ ଆଧାର କାର୍ଡ ତିଆରି ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହା ପୂର୍ବ ପରି ଫ୍ରି ରହିବ।

Aadhar-Update-Fees

Aadhar-Update-Fees Photograph: (OTV)

Advertisment

ଭାରତୀୟ ସ୍ୱତନ୍ତ୍ର ପରିଚୟ କର୍ତ୍ତୃପକ୍ଷ ଆଧାର ସମ୍ବନ୍ଧୀୟ ସେବା ପାଇଁ ଶୁଳ୍କ ବୃଦ୍ଧି କରିଛନ୍ତି। ପ୍ରାୟ ପାଞ୍ଚ ବର୍ଷ ପରେ ଏହି ଶୁଳ୍କ ବୃଦ୍ଧି ହୋଇଛି। ତେବେ ନୂଆ ଆଧାର କାର୍ଡ ତିଆରି ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହା ପୂର୍ବ ପରି ଫ୍ରି ରହିବ।

Advertisment

UIDAIର ସିଇଓ ଭୁବନେଶ୍ୱର କୁମାର କହିଛନ୍ତି ଯେ ୧୦ ବର୍ଷରୁ ପୁରୁଣା ଆଧାର କାର୍ଡଗୁଡ଼ିକୁ ଅପଡେଟ୍ କରିବା ବାଧ୍ୟତାମୂଳକ ହେବ। ଯଦି ଆପଣ ଗତ ଦଶନ୍ଧି ମଧ୍ୟରେ ଆଧାର ଅପଡେଟ୍ କରିନାହାଁନ୍ତି, ତେବେ ଆପଣଙ୍କୁ ଏବେ ଡକ୍ୟୁମେଣ୍ଟ ଦାଖଲ କରିବା ସହିତ ଏକ୍ସଟ୍ରା ଫି ଦେବାକୁ ପଡିବ।

ପୂର୍ବରୁ ଆଧାର କାର୍ଡ ଅପଡେଟ୍ କରିବା ପାଇଁ ୫୦ ଟଙ୍କା ଫିସ୍ ଥିବାବେଳେ ଏବେ ୭୫ ଟଙ୍କା ଦେବାକୁ ହେବ। ସେହିପରି, ଆଧାର ବାୟୋମେଟ୍ରିକ୍ସ ଅପଡେଟ୍ କରିବା ପାଇଁ ପୂର୍ବରୁ ୧୦୦ ଟଙ୍କା ଥିବାବେଳେ ବର୍ତ୍ତମାନ ୧୨୫ ଟଙ୍କା ଦେବାକୁ ପଡିବ। ଏହାର ଅର୍ଥ ଆପଣ ଯଦି ନା’, ଠିକଣା, ବାୟୋମେଟ୍ରିକ୍ସ କିମ୍ବା ଅନ୍ୟାନ୍ୟ ଡାଟା ଅପଡେଟ୍ କରନ୍ତି ଏବେ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ। ନବଜାତ ଶିଶୁଙ୍କ ପାଇଁ ଆଧାର କାର୍ଡ ମାଗଣା ରହିବ।

Advertisment

ନବଜାତ ଶିଶୁର ଆଧାର କାର୍ଡ ଜାରି ହେବା ପରେ, ପାଞ୍ଚ ବର୍ଷ ବୟସରେ ଏକ ବାୟୋମେଟ୍ରିକ୍ ଅପଡେଟ୍ ହୋଇଥାଏ। ପରବର୍ତ୍ତୀ ଅପଡେଟ୍ ୫ ରୁ ୭ ବର୍ଷ ଏବଂ ୧୫ ରୁ ୧୭ ବର୍ଷ ବୟସ ମଧ୍ୟରେ ଆବଶ୍ୟକ ପଡେ।

UIDAI ଏହି ବୟସର ପିଲା ଏବଂ ଯୁବକଙ୍କ ପାଇଁ ରିହାତି ପ୍ରଦାନ କରିଛି। ଏବେ, ଏହି ବୟସରେ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ପୂର୍ବରୁ, ଏହି ଶୁଳ୍କ ୫୦ ଟଙ୍କା ଥିଲା। କିନ୍ତୁ, ଏହି ଅପଡେଟ୍ ବାଧ୍ୟତାମୂଳକ ରହିବ।

Advertisment

ତେବେ ଆପଣଙ୍କୁ ଘରକୁ ହେଉ କି ସୁବିଧାଜନକ ଠିକଣାରେ ମେସିନ୍ ପହଞ୍ଚାଇ ଆଧାର ଅପଡେଟ୍ କରିବାର ଶୁଳ୍କ ବୃଦ୍ଧି କରାଯାଇ ନାହିଁ। ଏହି ଶୁଳ୍କ ପୂର୍ବ ପରି ୭୦୦ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ