• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 4th Nov 2023: ଏହି ରାଶିର ବ୍ୟକ୍ତିଙ୍କର ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ..

ସୈାର ତୁଳା ମାସ  କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର। ଚନ୍ଦ୍ର - କର୍କଟ ଅହୋରାତ୍ର, ତିଥି - ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି – ଭୂମି, ଅନ୍ନ ଓ   ତିଳକାଞ୍ଚନ ଦାନ ପ୍ରାତଃ  ୦୭.୫୭  ଗତେ ୨ ପାଦ - କୃଷି ଓ  ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୧୨.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

Taurus

ବୃଷ

Saturday 04 Nov 2023

କୃତିକା- ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ନିଜ ପରିସରରେ କୌଣସି ସାଧାରଣ ଘଟଣାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ। ଆଜିର କାମ ସବୁ ଠିକ୍ ଠିକ୍ ହୋଇଯିବ।

ରୋହିଣୀ- କର୍ମକ୍ଷେତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ। ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ ମଧ୍ୟମ ଧରଣର ଫଳ ପାଇବେ ।

ମୃଗଶିରା- ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । ଚାକିରିଆ ବ୍ୟକ୍ତି ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ କରିପାରିବେ ।

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :