Advertisment

‘ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ଚାଲିପାରିବନି ପ୍ରକ୍ସି ଗଭର୍ଣ୍ଣମେଣ୍ଟ’ କହିଲେ ଅପରାଜିତା

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ । ତାଙ୍କ ବଦଳରେ ସମସ୍ତଙ୍କୁ ବାଇପାସ୍ କରି ଲୋକଙ୍କ ସାମ୍ନାକୁ ଆସୁଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଫାଇଭ୍ ଟି ସଚିବଙ୍କ ଗସ୍ତକୁ ନେଇ ଏଥର ଆଉ ତାଙ୍କୁ ନୁହେଁ, ସିଧା ନବୀନଙ୍କୁ ନିଶାନା। ଖୋର୍ଦ୍ଧା ମଳିପଡ଼ାରେ ବିଜେପିର ଜୋନ୍ ସ୍ତରୀୟ ମିଟିଂରେ ଯୋଗଦେଇ ଅପରାଜିତା କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧି ଭାବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାକୁ ଆସିବା ଦରକାର

Advertisment

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ । ତାଙ୍କ ବଦଳରେ ସମସ୍ତଙ୍କୁ ବାଇପାସ୍ କରି ଲୋକଙ୍କ ସାମ୍ନାକୁ ଆସୁଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଫାଇଭ୍ ଟି ସଚିବଙ୍କ ଗସ୍ତକୁ ନେଇ ଏଥର ଆଉ ତାଙ୍କୁ ନୁହେଁ, ସିଧା ନବୀନଙ୍କୁ ନିଶାନା। ଖୋର୍ଦ୍ଧା ମଳିପଡ଼ାରେ ବିଜେପିର ଜୋନ୍ ସ୍ତରୀୟ ମିଟିଂରେ ଯୋଗଦେଇ ଅପରାଜିତା କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧି ଭାବେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାକୁ ଆସିବା ଦରକାର। ଯଦି ଆସୁନାହାନ୍ତି, ତାହେଲେ ସାଂସଦ, ମନ୍ତ୍ରୀ, ବିଧାୟକଙ୍କୁ ପ୍ରତିନିଧି ଭାବେ ପଠାଇବା ଦରକାର। କିନ୍ତୁ ତା ନକରି ସଚିବ ସ୍ତରର ଜଣେ ନିମ୍ନ ପଦସ୍ଥ ଅଧିକାରୀଙ୍କୁ କାହିଁକି ପ୍ରତିନିଧି ଭାବେ ପଠାଉଛନ୍ତି। ଏହା ଆମ ପାଇଁ ଘୋର ଅପମାନ। ଆମକୁ ପ୍ରକ୍ସି ରୁଲ୍ ଓ ରିମୋଟ୍ କଣ୍ଟ୍ରୋଲ ସରକାର ଦରକାର ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ।

Advertisment
Aparajita Sarangi Odisha CM. Naveen Patnaik Bhubaneswar MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ