By: Sarbeswar
Last updated: 15 June 2023, 09:32 PM IST
ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର। ରଜ ଦୋଳିର ପାରମ୍ପରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେ ତାଳେ ଝୁମିଛନ୍ତି କୁଆଁରୀ ଓ ଝିଅ ବୋହୂ। ରଜ ସଂକ୍ରାନ୍ତିରେ ଉତ୍ସବମୁଖର ପୁରପଲ୍ଲୀ। ରଜପାନ ଓ ପୋଡ଼ପିଠାର ବାସ୍ନାରେ ମହକୁଛି ପରିବେଶ।