ଡେଙ୍ଗୁ ରୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭୁବନେଶ୍ୱର ଡାକ୍ତର ଲକ୍ଷ୍ମୀଧର ସାହୁ । ଡେଙ୍ଗୁ ରୋଗୀଙ୍କ ପାଇଁ ବେଡର ଆଭାବ ନାହିଁ  ଓ ୱାଡ୍ ଖାଲି ପଡିଛି ବୋଲି ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି । ଏହା ସହ କହିଛନ୍ତି ଯେ ପ୍ରତିଦିନ ୧୦ରୁ ୧୫ ନୂଆ ରୋଗୀ ଆଡମିସନ କରାଯାଉଛି । ବ୍ଲଡ୍ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।