After marriage sonakshi sinha wearing red silk saari and applying vermilion like hindu woman
Advertisment
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719221337.jpg)
1/6
ଜହୀର୍ ଇକ୍ବାଲ୍ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ପ୍ରଥମ ଥର ପାଇଁ ଏକ ଲାଲ୍ ରେଶମୀ ଶାଢୀରେ ନଜର ଆସିଥିଲେ। ସେ ଏକ ସୁନ୍ଦର ସବୁଜ ଏବଂ ସୁନେଲି ହାର ପିନ୍ଧିଥିଲେ, ମ୍ୟାଚିଙ୍ଗ୍ ଡ୍ରପ୍ କାନଫୁଲ ଏବଂ ନାଲି ରଙ୍ଗର ଚୁଡିରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719221376.jpg)
2/6
ସୋନାକ୍ଷୀ ତାଙ୍କର ଏହି ବିଶେଷ ଦିନରେ ଆଇଲାଇନ୍ ଏବଂ ପିଙ୍କ୍ ଲିପ୍ କଲର୍ ସହିତ ବହୁତ ଖୁସି ଦେଖାଯାଉଥିଲେ। ସେ ପ୍ରଥମ ଥର ପାଇଁ ମଥାରେ ସିନ୍ଦୁର ଲଗେଇଥିଲେ ଏବଂ ଜହୀରଙ୍କ ପାଖେ ପାଖେ ଥିଲେ। ଜହୀର ବର ବେଶରେ ଏକ ଧଳା କୁର୍ତ୍ତା ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719221407.jpg)
3/6
ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ସାତ ବର୍ଷରୁ ଅଧିକ ସମୟ ଡେଟିଂ କରିବା ପରେ ମୁମ୍ବାଇରେ ବିବାହ କରିଥିଲେ। ଏହି ପ୍ରେମପକ୍ଷୀ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାରର ଉପସ୍ଥିତିରେ ଏକ ଅନ୍ତରଙ୍ଗ ସମାରୋହରେ ବିବାହ କରିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719221433.jpg)
4/6
ସୋନାକ୍ଷୀ ସିହ୍ନା କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସେ ଏହି ଦିନ ଜହୀର ଇକ୍ବାଲ୍ଙ୍କ ପ୍ରତି ପ୍ରେମ ଅନୁଭବ କରିଥିଲେ। ସେ ଫଟୋର କ୍ୟାପ୍ସନ୍ରେ ଲେଖିଛନ୍ତି, “ସାତ ବର୍ଷ ପୂର୍ବେ (୨୩.୦୬.୨୦୧୭) ଆମେ ପରସ୍ପରଙ୍କ ଆଖିରେ ଶୁଦ୍ଧ ରୂପରେ ପ୍ରେମକୁ ଦେଖିଥିଲୁ।”
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719221491.jpg)
5/6
ଉଭୟ ପରିବାର ଏବଂ ସାଙ୍ଗମାନେ ସୋନାକ୍ଷୀ ସିହ୍ନାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଗୁଜବ ଉଠୁଥିଲା ଯେ ଶତ୍ରୁଘ୍ନ୍ ସିହ୍ନା ଜହୀର ଇକବାଲଙ୍କ ସହ ସୋନାକ୍ଷୀଙ୍କ ବିବାହକୁ ନେଇ ଉତ୍ସାହିତ ନଥିଲେ, କିନ୍ତୁ ବିବାହର ଗୋଟିଏ ଦିନ ପୂର୍ବରୁ ସେ ତୁରନ୍ତ ସ୍ପଷ୍ଟ କରିଦେଇଥିଲେ ଯେ ସିହ୍ନା ପରିବାରରେ ସବୁକିଛି ଠିକଠାକ୍ ଅଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719221520.jpg)
6/6
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us