Advertisment

Jatra Pandal Controversy: ଯାତ୍ରା ପେଣ୍ଡାଲରେ ନଗ୍ନ ନାଚ ପାଇଁ ବନ୍ଧା ହେବେ କି ନିଶା ମହାରଣା ? ରାଜଧାନୀକୁ ଆସି ଗିରଫ ପାଇଁ ଖୋଜୁଛି ବଲାଙ୍ଗୀର ପୋଲିସ୍

ପୁଣି ଚର୍ଚ୍ଚାରେ ଓଡ଼ିଶାର ଆତ୍ମଘୋଷିତ ସନି ଲିଓନୀ ନିଶା ମହାରଣା। ପଡ଼ୋଶୀ ଛତିଶଗଡ଼ରେ ଯାହା କଲେ, ତାକୁ ନେଇ ଓଡ଼ିଶାରେ ହଲଚଲ୍ ହେଲା। ତଥାପି ନା ଯାତ୍ରା ଆୟୋଜକ ସୁଧୁରିଲେ ନା ନିଜେ ନିଶା ମହାରଣା ସଂଜତ ହେଲେ।

Nisha Maharana

Nisha Maharana Photograph: (OTV)

Advertisment

ବଲାଙ୍ଗିର ଚନ୍ଦନଭାଟିର ଏକ ଯାତ୍ରାମଞ୍ଚରେ ଅଙ୍ଗପ୍ରଦର୍ଶନ କରି ଏବେ ପଡ଼ିଛନ୍ତି ଅକଳରେ। ବଲାଙ୍ଗିର ପୋଲିସ ନିଜ ଆଡୁ ଏତଲା ସହ ମାମଲା ରୁଜୁ କରି ୨ ଆୟୋଜକଙ୍କୁ ତ ବାନ୍ଧିଛି, ତା’ସହ ରାଜଧାନୀକୁ ଆସି ନିଶାଙ୍କୁ ଧରିବା ପାଇଁ ଖେଦି ବୁଲୁଛି। ତେବେ ନିଶା କହିଛନ୍ତି, କେବଳ ମୋତେ କାହିଁକି ଅନ୍ୟ ମାନଙ୍କୁ ବାନ୍ଧି ଆଇଟମ୍ ଡ୍ୟାନସକୁ ବନ୍ଦ କର।... 

Advertisment

ଉଲଗ୍ନ ହେଉଥିଲେ ମଞ୍ଚ ଉପରେ...ମନୋରଂଜନ ନାଁରେ ଉଲଂଘନ କରୁଥିଲେ ନିୟମ...ବେଶ ପୋଷାକ ଖୋଲି ଆଇନ କାନୁନର କେବଳ ଯେ ଧଜ୍ଜିଆ ଉଡ଼ାଉଥିଲେ ତା’ନୁହେଁ, କଳା ସଂସ୍କୃତିପ୍ରେମୀଙ୍କ ମନରେ ବି କରୁଥିଲେ କୁଠାରଘାତ...ଶେଷରେ ଛତିଶଗଡ଼ ପୋଲିସ୍ ରାସ୍ତା ଦେଖାଇବା ପରେ ଏବେ ଆକ୍ସନ ମୋଡରେ ବଲାଙ୍ଗିର ପୋଲିସ। ହାତ ଖୋଲି କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି। ତେଣୁ ନିସ୍ତାର ନାହିଁ, ନେକେଡ୍ ଡ୍ୟାନ୍ସର ବ୍ରାଣ୍ଡ ଆମ୍ବାସଡର୍ ନିଶା ମହାରଣାଙ୍କୁ।

ଆଉ ବର୍ତ୍ତିଯିବାର ବାଟ ବି ନାହିଁ, ଯାତ୍ରାମଞ୍ଚରେ ଆପତ୍ତିଜନକ ଅଙ୍ଗଭଙ୍ଗୀ କରୁଥିବା ନୃତ୍ୟାଙ୍ଗନାଙ୍କୁ। କୌଣସି ମୁହୁର୍ତ୍ତରେ ନିଶାଙ୍କ ହାତରେ ପଡ଼ିବାରେ ହ୍ୟାଣ୍ଡକପ୍। ଟଙ୍କା ରୋଜଗାର ପାଇଁ ଅଶ୍ଳୀଳ ନୃତ୍ୟ କରୁଥିବା ଗୋଡ଼ରେ ପଡ଼ିପାରେ ଲଗାମ୍। ତେଣୁ ବଲାଙ୍ଗିର ପୋଲିସର ନିଶାନାରେ ଏବେ ନିଶା। ମହିଳା ଟିମ୍ ସହ ଧରି ରାଜଧାନୀ ଭୁବନେଶ୍ବରରେ ତନାଘନା ଚଳାଇଛି ପୋଲିସ।

Advertisment

ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁ। ଜାନୁୟାରୀ ୧୨ ତାରିଖ। ଅପେରା ଦୁର୍ଗାମନ୍ଦିର ମଞ୍ଚକୁ ରାତିରେ ଓହ୍ଲାଇଥିଲେ ତଥାକଥିତ ଆଇଟମ୍ ଗାର୍ଲ ନିଶା ମହାରଣା। ଖଚାଖଚ ଦର୍ଶକଙ୍କ ଉପସ୍ଥିତିରେ ଦୋହରାଇଲେ ଛତିଶଗଡ଼ ଫଣ୍ଡା। କେତେବେଳେ ଡ୍ରେସ୍ ଉତାରିଦେଲେ ତ ଆଉ କେତେବେଳେ ଆପତ୍ତିଜନକ ଭାବେ ଅଙ୍ଗପ୍ରଦର୍ଶନ କଲେ। କଳା ସଂସ୍କୃତିର ଧଜିଆ ଉଡ଼ାଇ ଚନ୍ଦନଭାଟିରେ ଚାଞ୍ଚଲ୍ୟ ସୃଷ୍ଟି କଲେ।

କମିଟି ଯେମିତି କହେ, ମୁଁ ସେମିତି ନାଚେ

ଶେଷରେ ଚନ୍ଦନଭାଟି ଫାଣ୍ଡି ASI ରଞ୍ଜିତ ପ୍ରଧାନଙ୍କ ପକ୍ଷରୁ ନିଶା ମହାରଣାଙ୍କ ସହ ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଗ୍, ରାଧେଶ୍ୟାମ ମେହେର, ଶଙ୍କର ସେନାପତିଙ୍କୁ ମିଶାଇ ବହୁ ଲୋକଙ୍କ ବିରୋଧରେ ଏତଲା ଦାୟର କଲେ। ଏହି ଏତଲା ଆଧାରରେ ସର୍ବସାଧାରଣରେ ଆପତ୍ତିଜନକ ଭାବେ ମହିଳାଙ୍କ ଅଙ୍ଗ ପ୍ରଦର୍ଶନ ନେଇ ସଦର ପୋଲିସ ଲଗାଇଛି ପାଞ୍ଚ ପାଞ୍ଚଟି ସଂଗୀନ ଦଫା। ଯେଉଁ ମାମଲାରେ ପୋଲିସ ସୁରେନ୍ଦ୍ର ଏବଂ ରାଧେଶ୍ୟାମଙ୍କୁ ଧରିଛି।

Advertisment

ଭୁବନେଶ୍ବରରେ ଖୋଜାଚାଲିଛି ନିଶା ମହାରଣାଙ୍କୁ। ସେପଟେ ପ୍ରତିକ୍ରିୟା ରଖି ନିଶା ମହାରଣା କହିଛନ୍ତି, ଆୟୋଜନ କମିଟି ବାଧ୍ୟ କରିବାରୁ ମୁଁ ନାଚିଛି। ଏଥିରେ ମୋର କୌଣସି ଭୂଲ୍ ନାହିଁ। ଯଦି ବନ୍ଦ କରିବେ ତାହେଲେ ଆଇଟମ ଡ୍ୟାନସ ବନ୍ଦ କରିବା ସହ ଅନ୍ୟ ମାନଙ୍କ ବିରୋଧରେ ଆକ୍ସନ ନିଆଯାଉ। 

ଛତିଶଗଡ଼ରେ ନିଶା ମହାରଣାଙ୍କ ଅଶ୍ଲୀଳ ନୃତ୍ୟ ପାଇଁ ଏବଂ ସେହି ନୃତ୍ୟରେ ମତୁଆଲା ହୋଇ ବନ୍ଧା ହୋଇଥିଲେ ୧୪ ଆୟୋଜକ। ନିଲମ୍ବିତ ହୋଇଥିଲେ ୩ ପୋଲିସ ବାବୁ, ବଦଳିଥିଲେ ମୈନପୁର ଉପ ଜିଲ୍ଲାପାଳ। ତଥାପି ଓଡ଼ିଶାରେ କୌଣସି ଆୟୋଜକଙ୍କ ଚେତା ପଶିନଥିଲା। ରୋଜଗାର ଲୋଭରେ ବଲାଙ୍ଗିର ଚନ୍ଦନଭାଟିରେ ପୁଣି ଖୋଲାମଞ୍ଚରେ ଆତ୍ମଘୋଷିତ ଯାତ୍ରା କଳାକାର ନିଶା ମହାରଣାଙ୍କୁ ନେଇ ଦେହଖୋଲା ନାଚ କରାଇଲେ ଆୟୋଜକ।

ନିଶାଙ୍କ ଏଭଳି ଅଙ୍ଗ ପ୍ରଦର୍ଶନ ନୃତ୍ୟ ପାଇଁ କିଏ ଦେଇଥିଲା ଅନୁମତି ? ଛତିଶଗଡ଼ରେ ହଙ୍ଗାମା ପରେ ବି କାହିଁକି ଆକ୍ସନ ମୋଡକୁ ଆସିନଥିଲା ବଲାଙ୍ଗିର ପ୍ରଶାସନ ? ଏବେ ଏଭଳି ପ୍ରଶ୍ନ ଉଠୁଛି। ଗତ ୨ଦିନ ତଳେ ଆଇନମନ୍ତ୍ରୀ କହିଥିଲେ, ଛତିଶଗଡ ଭଳି ଓଡ଼ିଶାରେ ବି ହେବ ଆକ୍ସନ। ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ଅଶ୍ଳୀଳ ନୃତ୍ୟ ବନ୍ଦ ନକଲେ ପରିଣାମ ଭୋଗିବାକୁ ଜଣାଇ ଦିଆଯାଇଛି। 

ସେ ନିଶା ମହାରଣା ହୁଅନ୍ତୁ ଅବା ସାହୁ ଭାଉଜ। କେତେବେଳେ ନିଜକୁ ଓଡ଼ିଶାର ସନି ଲିଓନି ତ ଆଉ କେତେବେଳେ ନିଜକୁ ଯାତ୍ରା ମଞ୍ଚର କଳାକାର କହି ଆସୁଛନ୍ତି। କିନ୍ତୁ ଐତିହ୍ୟ ଏବଂ ସଂସ୍କୃତି ସମ୍ପନ୍ନ ଓଡ଼ିଶା ମାଟିର ଏଭଳି ନୃତ୍ୟାଙ୍ଗନା ସର୍ବସମ୍ମୁଖରେ ଯେଭଳି ଅଙ୍ଗ ପ୍ରଦର୍ଶନ କରୁଛନ୍ତି, ତାକୁ ନେଇ ବଢ଼ିଛି ବିତର୍କ। ସେପଟେ ସାହୁ ଭାଉଜ କହିଛନ୍ତି, ଆମକୁ ଆୟୋଜକମାନେ କହୁଥିବାରୁ ଅଙ୍ଗ ପ୍ରଦର୍ଶନ କରୁଛୁ।  



Jollywood Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ