Advertisment

Police Interrogate Escapee: ଚୌଦ୍ୱାର ଜେଲରୁ ଫେରାର କଏଦୀ ଧରାପଡ଼ିବା ଘଟଣା, ସରିଲା ରିମାଣ୍ଡ

ଚୌଦ୍ୱାର ଜେଲରୁ ଫେରାର କଏଦୀ ଧରାପଡ଼ିବା ଘଟଣା। ସରିଲା ଫେରାର କଏଦୀ ମଧୁକାନ୍ତର ରିମାଣ୍ଡ। ୬ ଦିନିଆ ରିମାଣ୍ଡରେ ନେଇ ପୋଲିସର ପଚରାଉଚରା । ପୋଲିସ ଆଗରେ ସତ ଉଗାରିଲା ମଧୁକାନ୍ତ।୬ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

Police Interrogate Escapee

ଚୌଦ୍ୱାର ଜେଲରୁ ଫେରାର କଏଦୀ ଧରାପଡ଼ିବା ଘଟଣା, ସରିଲା ରିମାଣ୍ଡ Photograph: (OTV)

Advertisment

ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ଘଟଣା। ଧରାପଡ଼ିଥିବା କଏଦୀ ମଧୁକାନ୍ତ ରାଣାର ରିମାଣ୍ଡ ଶେଷ ହୋଇଛି। ୬ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାକୁ ପୁଣି କୋର୍ଟରେ ହାଜର କରାଯାଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ୬ ଦିନିଆ ରିମାଣ୍ଡରେ ନେଇ ପଚରାଉଚରାରୁ ଅନେକ ତଥ୍ୟ ହାସଲ କରିଛି ପୋଲିସ। 

Advertisment

ପୋଲିସ ଆଗରେ ସତ ଉଗାରିଛି ଧରାପଡିଥିବା କଏଦୀ ମଧୁକାନ୍ତ। ସେ କେମିତି ଜେଲରୁ ଫେରାର ହୋଇଥିଲା, କେମିତି ରଚିଥିଲା ପୁରା ଷଡ଼ଯନ୍ତ୍ର ତାହା ପୋଲିସ ଆଗରେ ଗୋଟି ଗୋଟି କରି ବଖାଣିଛି। ମଧୁକାନ୍ତକୁ ଉତ୍ତରପ୍ରଦେଶ ବୃନ୍ଦାବନରୁ ଗିରଫ କରାଯାଇଥିଲା। ମଧୁକାନ୍ତ ଧରାପଡ଼ିଥିଲେ ବି ଏଯାଏ ଫେରାର୍ ଅଛି ମୁଖ୍ୟ ଅଭିଯୁକ୍ତ ରାଜା ସାହାଣୀ।

  • ଚୌଦ୍ୱାର ଜେଲରୁ ଫେରାର କଏଦୀ ଧରାପଡ଼ିବା ଘଟଣା
  • ସରିଲା ଫେରାର କଏଦୀ ମଧୁକାନ୍ତର ରିମାଣ୍ଡ
  • ୬ ଦିନିଆ ରିମାଣ୍ଡରେ ନେଇ ପୋଲିସର ପଚରାଉଚରା
  • ପୋଲିସ ଆଗରେ ସତ ଉଗାରିଲା ମଧୁକାନ୍ତ
  • ୬ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ 
Advertisment
Odia Crimenews Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ