ସଂକ୍ଷେପରେ ଆଜିର ତାଜା ଖବର - Tuesday, 29 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

BJD ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରିଛନ୍ତି ସୁନନ୍ଦା ଦାସ। More

ପ୍ରମିଳାଙ୍କ ଦମ୍ଭୋକ୍ତି 'ଏବେ ନିର୍ବାଚନ ହେଲେ BJD ଜିତିବ ୧୪୦ ସିଟ୍', ଜୟନାରାୟଣ କହିଲେ...

ନିର୍ବାଚନ ବିପର୍ଯ୍ୟୟ ପରେ ବି BJDର ମୁହଁ ଭୁରୁଡି । More

ଲିଙ୍ଗରାଜ ମନ୍ଦିର ଭିତରେ ଭିଡିଓ କରି ଫସିଗଲେ ଶିଳ୍ପା ସେଟ୍ଟୀ !

ଭିଡିଓ ଭାଇରାଲ୍ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା । ଶିଳ୍ପାଙ୍କ ସହ ଭିିଡିଓରେ ଥିବା ସେବାୟତଙ୍କୁ ନୋଟିସ୍ । More

ଇସ୍କନ ପକ୍ଷରୁ ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗ, ଚିଠି ଲେଖି ବାରଣ କଲେ ଗଜପତି ମହାରାଜା

ବିଧି, ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ବି ହୋଇଛି । ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ । More

୨୧ଟି ସର୍ତ୍ତ ପାଳନ କରି ପୁଣି ଖୋଲିବ ଡ୍ୟାନ୍ସ ବାର୍ !

ଡ୍ୟାନ୍ସ ବାର୍ ପରିଚାଳନା ପାଇଁ ୨୧ଟି ସର୍ତ୍ତ ରଖିଛନ୍ତି ସରକାର । ସର୍ତ୍ତ ପୂରଣ କରୁଥିଲେ ମିଳିବ ଡ୍ୟାନ୍ସ ବାର୍ ଅନୁମତି। More

ଦୀପାବଳିରେ କେତେବେଳେ ଓ କେଉଁଠି ଫୁଟାଇବେ ବାଣ, ଆସିଲା ଗାଇଡଲାଇନ୍‌

ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ଅନୁଷ୍ଠାନର ୧୦୦ ମିଟରରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ସେହିପରି ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ମଧ୍ୟ ବାରଣ କରାଯାଇଛି । More

ସ୍ୱର୍ଗଦ୍ୱାରରେ ଲାଗୁ ହେବ ନୂଆ ବ୍ୟବସ୍ଥା, କାଠ ବଦଳରେ ଗୋବର ଘଷିରେ ହେବ ଶବଦାହ

ସ୍ୱର୍ଗଦ୍ୱାରରେ ଶବଦାହରେ ଲାଗୁ ହେବ ନୂଆ ବ୍ୟବସ୍ଥା। କାଠ ବଦଳରେ ଗୋବର ଘସି କାଠରେ ହେବ ଶବ ଦାହ। ଏମିତି କିଛି ଯୋଜନା କରି ବ୍ଲୁପ୍ରିଣ୍ଟ ତିଆରି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। More

ମହାରାଷ୍ଟ୍ରରୁ ଓଡ଼ିଶା ଆସିବେ ଆଉ ୫ ବାଘୁଣୀ

ଖୁବ କମ୍‌ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ବାଘୁଣୀ ଛଡ଼ା ଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । More

ଦୀପାବଳି ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା, ସଟର ତାଡି ଲୁଟିନେଲେ ୫ ଲକ୍ଷ ଟଙ୍କା

ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କ। ରାତିଅଧରେ ସଟର ତାଡୁଛନ୍ତି, କଳକନା ବୁଲାଇ ଚାଲି ଯାଉଛନ୍ତି। କିଛିଦିନ ବ୍ୟବଧାନରେ ପୁଣି ଥରେ ଆରମ୍ଭ ହୋଇଛି ଲୁଟେରାଙ୍କ କାରନାମା। ଏଥର ଟାର୍ଗେଟରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳ। More

ଠିଆ ହୋଇଛି ବସ୍; ଗଡୁନି ଆମ୍ବୁଲାନ୍ସ: ୧୫ ଦିନ ହେଲାଣି ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍...

ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍ । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୨୦ରେ ଏମିତି ଚିତ୍ର ଦେଖିବାକୁ ମିଳିଛି ।  More

ପଦ୍ମ ଧରିଲେ ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ; ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ କଲେ ଟାର୍ଗେଟ୍ 

ବିଜେଡି ଛାଡ଼ି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି ।  More

ଜୟନାରାୟଣଙ୍କ ବଡ଼ ବୟାନ; କହିଲେ, ଶାହାଙ୍କ ଗୋଟିଏ ହ୍ବିସଲରେ ଭାଙ୍ଗିଯିବ ବିଜେଡି

ପ୍ରମିଳାଙ୍କୁ କଡ଼ା ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି-ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ । ୧୪୦ କ’ଣ ଆଗ ୪୦ ଆସନ ଜିତି ବିଜେଡି ଦେଖାଉ । More

ଏଣିକି ସ୍ବର୍ଗଦ୍ବାରରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ

ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।  More

Special Story: ୧୯୯୯ ମହାବାତ୍ୟା; ବିତିଲାଣି ୨୫ ବର୍ଷ, ମନେପଡ଼ିଲେ ଝରିପଡ଼ୁଛି ଲୁହ...

ସେ ଦିନ ବି ଥିଲା ୨୯ ଅକ୍ଟୋବର । ଆଉ ଆଜି ବି ସେହି ତାରିଖ । ହେଲେ ଏହାରି ଭିତରେ ବିତିଯାଇଛି ୨୫ ବର୍ଷ । ଗତ ୨୫ ବର୍ଷରେ ଅନେକ କିଛି ବଦଳିଯାଇଛି । More

ଲିଙ୍ଗରାଜ ମନ୍ଦିର ବେଢ଼ାରେ ଶିଳ୍ପାଙ୍କ ସହ ଫଟୋ ପ୍ରସଙ୍ଗ; ସେବାୟତଙ୍କୁ ହେଲା ସୋ’ କଜ୍ ନୋଟିସ୍

ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜିକିଶୋର ମହାପାତ୍ରଙ୍କୁ ଜାରି ହୋଇଛି କାରଣ ଦର୍ଶାଅ  । ନୋଟିସ୍ ହୋଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।  More

‘ଦାନା’ ଯିବା ପରେ ପୁଣି ଖୋଲିଲା ଶିମିଳିପାଳ, ପ୍ରକୃତିର ମଜା ଉଠାଇବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ବାତ୍ୟା "ଦାନା"ପାଇଁ ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିଲେ କର୍ତ୍ତୃପକ୍ଷ। More

୭ ମାସର ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ; ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣୀଙ୍କୁ ଡାକ୍ତରଖନା ଛାଡ଼ିଲେନି ସିଡିପିଓ । ଚାଲିଗଲା ମହିଳା କିରାଣୀଙ୍କ ଗର୍ଭରେ ଥିବା ନିଷ୍ପାପ ଶିଶୁର ଜୀବନ । More

ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା; ଓଡ଼ିଶା ଉପରେ ପଡ଼ିପାରେ ବଡ଼ ପ୍ରଭାବ !

ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି । More

ମହାବାତ୍ୟା: ୨୫ବର୍ଷ ତଳେ ଛାରଖାର ହୋଇଯାଇଥିଲା ଓଡ଼ିଶା; ହଜିଯାଇଥିଲା ଶିରି

୧୯୯୯ ମହାବାତ୍ୟାକୁ ପୂରିଲା ୨୫ବର୍ଷ। ସେଦିନର କଥା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେଖିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ଯାହା ଥିଲା କଳ୍ପନାର ବାହାରେ। More

ଧର୍ମ ପରିବର୍ତ୍ତନ ହେଲା କାଳ; ୨୪ଘଣ୍ଟା ପରେ ଉଠି ପାରୁନି ମୃତଦେହ

ଶବକୁ ମିଳୁନି କାନ୍ଧ। ୨୪ ଘଣ୍ଟା ହେଲା ଘରେ ପଡ଼ି ରହିଛି ମୃତଦେହ। ଶବ ଦାହ ପାଇଁ ରାଜି ହେଉ ନାହାନ୍ତି ଗ୍ରାମବାସୀ। More

ରାଜଧାନୀରେ 'ରନ୍ ଫର୍ ୟୁନିଟି'; ଏକତା ଶପଥ କରାଇ ନିଜେ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ରନ୍ ଫର୍ ୟୁନିଟି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପୂର୍ବରୁ 'ରନ୍ ଫର୍ ୟୁନିଟି' ମାରାଥନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। More

Panchang Today 29th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୦.୩୨ ଗତେ ୧୩ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। More

ଦ୍ୱନ୍ଦ୍ୱ ଦୂର ହେଲା.. କେଉଁଦିନ ଦୀପାବଳୀ କେଉଁଦିନ କାଳୀପୂଜା ?

ଶ୍ରୀମନ୍ଦିରରେ ଗୁରୁବାର ପାଳନ ହେବ କାଳୀପୂଜା କହିଲେ ଜ୍ୟୋତିର୍ବିଦ୍ । ପୁରୀ ସମେତ କିଛି ସ୍ଥାନରେ ଶୁକ୍ରବାର ଦୀପାବଳି ସହ ପୟାଶ୍ରାଦ୍ଧ । More

ଉଜୁଡ଼ା ଚିତ୍ର ! କେଉଁଠି ବତୁରିଛି ଫସଲ, କାହାର ବୁଡ଼ିଛି କୂଳ ବେଉଷା

୨ ଦିନ ପରେ ଆଲୋକର ପର୍ବ । ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି । More

ରାତି ପାହିଲେ ‘ଧନତେରାସ୍’ ! ହୁ ହୁ ସୁନାଦର ଦେଖି ଗ୍ରାହକଙ୍କ ମନ ଉଣା...

ଗତବର୍ଷ ତୁଳନାରେ ୧୦ ଗ୍ରାମ ପିଛା ଉଚ୍ଚା ହେଲାଣି ସୁନାଦର । ଏବର୍ଷ ପାଖାପାଖି ୧୭ ହଜାର ଟଙ୍କା ଅଧିକ ସୁନାଦର ବଢ଼ିଛି । More

ଆୟୁଷ୍ମାନ ଭାରତ ପାର୍ଟ-ଟୁ ! ୨୭ ହଜାର ମେଡିକାଲରେ ମିଳିବ ସୁବିଧା

ଓଡ଼ିଶାରେ ବିଳମ୍ବ ହେବ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶୀଘ୍ର SOP ଆଣି ପାର୍ଟ 1 ଓ 2 ର ହେବ ମେଗା ଲଞ୍ଚିଂ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ । More

ବ୍ୟବସାୟୀ ମାନୁନାହାନ୍ତି ଟ୍ରାଫିକ୍ କଟକଣା! ଜବରଦଖଲ ଅଭିଯୋଗ

ଜୟପୁର ସହରର ଜନଗହଳିପୂର୍ଣ୍ଣ ଏମଜି ରୋଡ୍ । ଏହି ରାସ୍ତାରେ ପୂର୍ବରୁ ଦୁଇ ଚକିଆ ସହ ଚାରିଚକିଆ ଏପରିକି ବସ୍ ବି ଆରାମରେ ଯିବା ଆସିବା କରୁଥିଲା । More