ସଂକ୍ଷେପରେ ଆଜିର ତାଜା ଖବର - Monday, 21 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୨୩ରୁ ୨୫ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି

ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି । More

ବ୍ୟାଙ୍କରେ ଚାଲିଛି କି ଋଣ ଘୋଟାଲା ସିଣ୍ଡିକେଟ !

ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା । More

Cyclone Dana: ହାଇଆଲର୍ଟରେ ଉପକୂଳ ଓଡ଼ିଶା, ଅଗ୍ନିଶମ ଓ ODRAF ଟିମ୍ ତୟାର

ସମୁଦ୍ରରୁ ଫେରି କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ । ଥୋଡ଼ ପାଚିନଥିଲେ ବି ତରବରିଆ ଧାନ କାଟୁଛନ୍ତି ଚାଷୀ । More

ସ୍ପଷ୍ଟ ହେଲା ଭୀଷଣ ବାତ୍ୟା; ୨୪ ରାତି ନହେଲେ ୨୫ ପାହାନ୍ତିରେ ହେବ ମାଡ଼

ଚିତ୍ର ସ୍ପଷ୍ଟ ହେଲା । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ମାଡ଼ ହୋଇପାରେ ଭୀଷଣ ବାତ୍ୟା- ଦାନା । More

DA hike: ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । More

ରାଜଧାନୀରେ ମ୍ୟାରେଜ୍ ରାକେଟ୍; ବୁଲୁଛନ୍ତି ମିଛ କନିଆଁ, ପୁଅ ଘର ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍

ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ । More

ବଦଳିଲା ବାତ୍ୟାର ଗତିପଥ, ଜାଣନ୍ତୁ ‘ଦାନା’ କେଉଁଠି କରିବ ଲ୍ୟାଣ୍ଡଫଲ୍‌

ଏହା ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିପାରେ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଅତିବେଶୀରେ ଘଣ୍ଟାପ୍ରତି ୧୦୦- ୧୨୦ କିମି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । More

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲା; କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ମାମଲାରେ ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି। More

ଭଡ଼ା ନେଇ ଘରେ ରହିଲେ; ରାତି ଅଧରେ ମରଣାସ୍ତ୍ର ଦେଖାଇ ନେଇଗଲେ ଲକ୍ଷାଧିକ ଟଙ୍କା 

ଲୁଟର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଦିଗଛିଆ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଜୟଦେବ ରାଉତ।  More

ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ

ଆଜି ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସେ ସମୀକ୍ଷା କରିବେ । More

କେଉଁଠି ଉପକୂଳ ଛୁଇଁବ ‘ଦାନା’, ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ

୨୪ ବେଳକୁ ଭୀଷଣ ବାତ୍ୟାର ରୂପ ନେଇପାରେ । ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁପାରେ । କେଉଁଠି ଲ୍ୟାଣ୍ଡଫଲ୍ କରିବ ଅବପାତ ପରେ ଆକଳନ କରାଯାଇ ପାରିବ । More

ଘାଟିରେ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ଆଜି ଭୋରରୁ ମାଲକାନଗିରିରୁ ପୁରୀ ଯାଉଥିବା ଜଗନ୍ନାଥ ବସ୍, ମହାକାଳ ନାମକ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଏବଂ ପିକଅପ୍ ମଧ୍ୟରେ ଦୁର୍ଘଟଣା ଘଟିଛି । More

ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ନାଁ ରଖାଯାଇଛି 'ଦାନା'। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । More

ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ, ୨୩ରେ ନେବ ବାତ୍ୟା ରୂପ

IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ । More

Panchang Today 21st October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର। ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬.୧୫ ଗତେ ମିଥୁନ। ତିଥି- ୫ମୀ ରାତ୍ରି ୦୨.୨୯ ଗତେ ୬ । ଘାତଚନ୍ଦ୍ର- ବୃଷ ରାଶିର , ସନ୍ଧ୍ୟା ୦୬.୧୫ ଗତେ କନ୍ୟା । ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି । More

କାଳ ସାଜୁଛି ଅଙ୍କାବଙ୍କା ଘାଟି ରାସ୍ତା; ବାରମ୍ବାର ଓଲଟୁଛି ଗ୍ୟାସ୍ ଟ୍ୟାଙ୍କର 

ଖାଲଖମା ଭରା ଅଧପନ୍ତରିଆ ଜାତୀୟ ରାଜପଥ। କୋରାପୁଟ ଜିଲ୍ଲାର ଜୟପୁର ଘାଟିରୁ ଶୁଙ୍କି ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର LPG ଗ୍ୟାସ୍ ଟ୍ୟାଙ୍କର ଓଲଟୁଥିବା ବେଳେ, ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । More

ତହସିଲଦାର, RI ଓ ଅମିନଙ୍କୁ ରାଜସ୍ୱ ବିଭାଗର ତାଗିଦ୍; ଲୋକଙ୍କ କାମ ନକଲେ ହେବ ଆକ୍ସନ

ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ୧୫ ଦିନରେ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। More

ସଫଳତାକୁ ରୋକିପାରିନି ଗରିବୀ କି ଦୁସ୍ଥିତି; ପ୍ରଥମ ଚେଷ୍ଟାରେ ମାଲକାନଗିରିର ବଣ୍ଡା ଝିଅ ପାଇଲେ OAS

ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ। More

ବିଲଡରଙ୍କ ପାଇଁ କୋହଳ ରେରା; ନିୟମ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ

ରେରା ବିଜ୍ଞପ୍ତିରେ ସଂଶୋଧନ। ଏଣିକି ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ ପ୍ରତିଶତ ଅର୍ଥ। More

ପୁଣି ଅକ୍ଟୋବର, ପୁଣି ବାତ୍ୟା! ପ୍ରବଳ ବେଗରେ ବହିବ ପବନ, ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ । More