ସଂକ୍ଷେପରେ ଆଜିର ତାଜା ଖବର - Sunday, 15 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅସଲି ବ୍ରାଣ୍ଡ ବୋତଲରେ ନକଲି ଅପମିଶ୍ରିତ ତେଲ....

ବ୍ରହ୍ମପୁର ବଡ଼ ବଜାରରେ ନକଲି ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ । ନାମୀଦାମୀ ନଡ଼ିଆ ତେଲ ଡବାର ଲୋଗୋ ବ୍ୟବହାର କରି ଠକେଇ । More

ଛାନିଆ କରୁଛି ଆଳୁ, ପିଆଜ, ଅଦା, ରସୁଣ ଦାମ୍; ମନ୍ତ୍ରୀଙ୍କ ବୟାନ ଓ ଦରଦାମରେ ନାହିଁ ତାଳମେଳ...

ଆଳୁ ହେଉ କି ପିଆଜ, ଅଦା ହେଉ କି ରସୁଣ। ହାଣ୍ଡିଶାଳର ଏହି ୪ଟି ସାମଗ୍ରୀ କିଣିଲାବେଳକୁ ଝାଳନାଳ ହୋଇପଡୁଥିବା ନିମ୍ନ ମଧ୍ୟବିତ୍ତଙ୍କ ମୁଣ୍ଡରେ ଏବେ ପଡ଼ିଛି ଖାଇବା ତେଲର ଚଡ଼କ। More

୧୭ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, କଡ଼ା ସୁରକ୍ଷା ବଳୟରେ ରହିବ ଭୁବନେଶ୍ୱର

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୁରକ୍ଷା ପାଇଁ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । More

ଖୋଲିଲା ଚାରି ଦୁଆର, ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ

ନୂଆ ସରକାର ଆସିବା କ୍ଷଣି ଖୋଲିଲା ଶ୍ରୀମନ୍ଦିର ଚାରି ଦୁଆର। ହଟିଲା ବର୍ଷ ବର୍ଷର ପ୍ରତିବନ୍ଧକ । ତଥାପି ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ। More

ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ, ଇଞ୍ଜିନିୟରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ । More

ଓଡ଼ିଶାକୁ ମିଳିଲା ଆଉ ଦୁଇଟି ‘ବନ୍ଦେ ଭାରତ’, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ଦୁଇଟି ବନ୍ଦେ ଭାରତ ସମେତ ମୋଟ ୬ଟି ବନ୍ଦେ ଭାରତର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । More

'ସୁଭଦ୍ରା' ଯୋଜନା: ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ । More

ସହର ଅସ୍ମିତାକୁ ବିକୃତ କରୁଛି ପୋଷ୍ଟର

ଏମିତି କି କଲେଜର ନୋଟିସ୍ ବୋର୍ଡ ମଧ୍ୟ ବାଦ୍ ପଡିନି । କେଉଁଠି ଟୁ ଲେଟ୍ ତ ଆଉ କେଉଁଠି ସିକ୍ୟୁରିଟି ଗାର୍ଡ ଆବଶ୍ୟକର ବିଜ୍ଞାପନରେ ବିକୃତ ହୋଇ ସରିଛି କଲେଜର ଚେହେରା । More

ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଆଜି ଦିନ ମଜୁରିଆ

୧୯୯୭ ମସିହାରେ ଫୁଲ ପଦ୍ମପୁର ବ୍ଲକରେ ପ୍ରଥମ ମହିଳା ଅଧକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । କିନ୍ତୁ ଆଜି ହାତରେ କ୍ଷମତା ନାହିଁ ବୋଲି ସେ ଅଲୋଡା ହୋଇପଡିଛନ୍ତି । More

ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ, ଚାଷ ଜମିରେ ମାଡିଗଲା କାଦୁଅ ପାଣି  

ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ ଭୁଶୁଡ଼ିଲା । ଆଖପାଖ ଗାଁର ହେକ୍ଟର ହେକ୍ଟର ଚାଷ ଜମିରେ ମାଡ଼ିଗଲା କାଦୁଅ ପାଣି । More

ଏଇ କେନାଲ ଥିଲା ଓଡ଼ିଶା ବାଣିଜ୍ୟର ମୁଖ୍ୟ ରାସ୍ତା, ହେଲେ ଏବେ ଅବସ୍ଥା ସଂକଟରେ

ପଶ୍ଚିମବଙ୍ଗରୁ ମାଲ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲା ଏହି କେନାଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ ଜବରଦଖଲ ଯୋଗୁଁ ଏବେ ଅସ୍ତିତ୍ୱ ହରାଇବାକୁ ବସିଲାଣି । More

ଟଙ୍କା ନଥିଲା ବୋଲି ପଢ଼ିପାରିଲେନି, ହେଲେ ଫାଇନ୍‌ ଆର୍ଟରେ ସିଦ୍ଧ ହସ୍ତ !

ହଁ ଏମିିତି ଜଣେ ନିଆରା ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳରୀର ଫାଇନ୍ ଆର୍ଟ ଆଟିଷ୍ଟ ପ୍ରତାପ ବାଡ଼ତ୍ୟା । ନିକଟରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ନିଜର ଜାଦୁଗରି ଦ୍ୱାରା ମହାମହିମଙ୍କୁ ପ୍ରଭାବିତ କରିପାରେ ସଫଳ ହୋଇଛନ୍ତି । More

ଭୁବନେଶ୍ୱର ପାଇଁ ୪ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ନିଜ ସଂସଦୀୟ କ୍ଷେତ୍ରରେ ଅଟକିଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା । ଅଟକି ରହିଥିବା ୪ଟି ପ୍ରସ୍ତାବ ସଂପର୍କରେ ଲିଖିତ ଜଣାଇଲେ ଅପରାଜିତା । More

ଓଡ଼ିଶା ପାଇଁ ଖୁସି ଖବର, ଗଡ଼ିବ ଆଉ ୩ଟି 'ବନ୍ଦେ ଭାରତ' 

ଆଜି 'ବ୍ରହ୍ମପୁର-ଟାଟାନଗର' ଓ 'ହାୱଡ଼ା-ରାଉରକେଲା'ର ଶୁଭାରମ୍ଭ । ଆସନ୍ତାକାଲି ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ । More

Panchang Today 15th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୨ଶୀ ସନ୍ଧ୍ୟା ୦୬.୧୨ ଗତେ ୧୩ଶୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୧୨ ଗତେ ୧ ପାଦ-କୃଷିହାନି ଭୂମିଦାନ। More

‘ଭିତରକାଠ ପାଖକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ନୀତିକାନ୍ତି ନଥିଲେ ମିଳିବ ଅନୁମତି’

ଏଥିସହ ଶ୍ରୀମନ୍ଦିରରେ ଏକ ସମୟରେ ଯେପରି ୪ ହଜାରରୁ ସାଢ଼େ ୪ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । More

ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର, ଦେଢ଼ ମାସରେ ବଢ଼ିଲାଣି ୫ ହଜାର ୪ ଶହ ଟଙ୍କା

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି। More

ବିଜେଡିର ପିଛା ଛା଼ଡୁନି ଗୋଷ୍ଠୀ କନ୍ଦଳ, ସଂଗଠନ ସଜାଡ଼ିବାକୁ ଦଳପତିଙ୍କ ଘନ ଘନ ଉଦ୍ୟମ

ବିଜେଡି ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। ଦଳପତି ସଂଗଠନ ସଜାଡିବା କାମ ଆରମ୍ଭ କରିଥିବାବେଳେ ବଢୁଥିବା ବିବାଦ ମୁଣ୍ଡ ବିନ୍ଧା ବଢାଇଦେଇଛି। More

‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ: ୧୭ରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି

୧୭ ତାରିଖରେ BMC ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ବରରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଛୁଟି ହୋଇଛି । More

ଚରମ ଦୁର୍ଦ୍ଦିନରେ ରାଜ୍ୟର ସିନେ ଶିଳ୍ପ; ୧୦ ବର୍ଷରେ ବନ୍ଦ ହେଲାଣି ୪୦ଟି ସିନେମା ହଲ୍...

ରାଜ୍ୟର ଫିଲ୍ମ ହଲର ସ୍ଥିତିକୁ ନେଇ କିଛି ତଥ୍ୟ ହୋସ୍ ଉଡ଼ାଇ ଦେଲାଭଳି। ଗଲା ୧୦ ବର୍ଷରେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି ୪୦ଟି ହଲ୍, ବଞ୍ଚିଛି ମାତ୍ର ୫୨ଟି ।  More