ସଂକ୍ଷେପରେ ଆଜିର ତାଜା ଖବର - Sunday, 21 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର; ମହାଦେବଙ୍କ ଠାରେ ଜଳ ଲାଗି କରିବେ କାଉଡିଆ...

କାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଛନ୍ତି କାଉଡିଆ।  More

ହଟିଲେ ଶରତ, ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ଛାତ୍ରଠୁ ଯୁବ, ମହିଳାଠୁ ନେଇ କିସାନ କଂଗ୍ରେସ ସବୁ କମିଟିକୁ AICC ଭଙ୍ଗି ଦେଇଛନ୍ତି । More

କାଲିଠୁ ମୋହନ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି କିଛି ବିରଳ ପ୍ରଥା । ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ । More

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍, ଅଳ୍ପକେ ବର୍ତ୍ତିଲେ ମିଲ୍ କର୍ମଚାରୀ

ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଅଘଟଣ । ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍ ଓ ଗୋଦାମ ଘର । ପୋତି ହୋଇରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଚାଉଳ More

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC, ପଦବୀରୁ ହଟିଲେ ସମସ୍ତ ପଦାଧିକାରୀ

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି । More

କେବେ ଖାଇଛନ୍ତି 'ଭାକୁର ମାଛ ପୋସ୍ତ'

କେବେ ଭାକୁର ମାଛ ପୋସ୍ତ ବନାଇ ଖାଇଛନ୍ତି? ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ । More

ପବିତ୍ର ଗୁରୁ ପୂର୍ଣ୍ଣିମାରେ ଭକ୍ତିମୟ ପରିବେଶ, ଗୁରୁ ପୂଜନ କଲେ ଛାତ୍ରଛାତ୍ରୀ

ମହର୍ଷି ବେଦବ୍ୟାସ ଦେଇଥିବା ଜ୍ଞାନକୁ ଆଧାର କରି ଏହି ଗୁରୁ ପୂଜନ ପରମ୍ପରା ଚାଲି ଆସିଛି । ଶିକ୍ଷାର ଆଲୋକରେ ସମାଜକୁ ଆଲୋକିତ କରୁଥିବା ଗୁରୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । More

ବାପା ଆଗରେ ପୁଅକୁ କିଡନାପ୍ ! ମୁଣ୍ଡ ଜାମିନ୍‌ ରଖି ମାଗିଲେ ୫ଲକ୍ଷ

ନରେନ୍ଦ୍ରଙ୍କ ପତ୍ନୀ ପଦ୍ମାବତୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ କହିଛନ୍ତି, ଅପହରଣକାରୀ ମାନେ ଫୋନ୍ କରି ୫ ଲକ୍ଷ ଟଙ୍କା ମାଗୁଛନ୍ତି। ନଚେତ୍ ପୁଅକୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଛନ୍ତି। More

କାଲିଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭା, ୨୫ ତାରିଖରେ ରାଜ୍ୟ ବଜେଟ

ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଏହି ଅଧିବେଶନ । More

ପ୍ରବଳ ବର୍ଷାରେ ଉବୁଟୁବୁ ମାଲକାନଗିରି! ଖସୁଛି ପାଣି, କମିନି ଦୁର୍ଦ୍ଦଶା ...

ପୋଟେରୁ ପୋଲ୍ କିଛିଟା ଅଂଶ ନଷ୍ଟ ହୋଇଛି । ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲର ସ୍ଲାବ୍‌ର କିଛି ଅଂଶ ଧୋଇ ନଷ୍ଟ ହୋଇଛି । More

'ମୋ ସରକାର ବରପୁତ୍ରଙ୍କୁ ସମ୍ମାନ ଦିଏ, କ୍ରୀଡା ପୁରସ୍କାରର ନାଁ ବଦଳିବନି'

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାଁ ବଦଳାଯାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ହୋଇଥିବା ନେଇ ଗତକାଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । More

ପୋଲ ତଳୁ ମିଳିଲା କଙ୍କାଳ, ଫରେନସିକ୍ ଟିମ୍ ପହଞ୍ଚି କରୁଛି ଖୋଳତାଡ଼

କୋଇଡା କାଲଟା ଫାଣ୍ଡି ଅଞ୍ଚଳରେ ପୋଲ ତଳୁ ମିଳିଲା କଙ୍କାଳ । ପୋଲିସ୍ ଓ ଫରେନସିକ୍ ଟିମ୍ ପହଞ୍ଚି କରୁଛି ଖୋଳତାଡ଼ । କଙ୍କାଳ ପାଖରୁ ମିଳିଲା ବ୍ୟାଗ୍, କିଛି କାଗଜପତ୍ର ଜବତ । More

Panchang Today 21st July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର। ଚନ୍ଦ୍ର- ଧନୁ ପ୍ରାତଃ ୦୭.୨୭ ଗତେ ମକର। ତିଥି- ପୂର୍ଣ୍ଣିମା ଦିବା ୦୩.୪୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ପ୍ରାତଃ ୦୭.୨୬ ଗତେ ସିଂହ ରାଶିର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ। More

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୨ଜୀବନ

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ। କାନ୍ଥ ପଡ଼ି୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଅନ୍ୟଜଣେ ବୃଦ୍ଧ ରହିଛନ୍ତି। More

୨୫ ଯାଏଁ ପ୍ରବଳ ବର୍ଷିବ; ୬ ଜିଲ୍ଲାକୁ ୟେଲୋ ଆଲର୍ଟ

୨୫ତାରିଖ ଯାଏ ପ୍ରବଳ ବର୍ଷିବ। ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। More

ଲୁଟ୍ ହେଉଛି ନୟାଗଡ଼ କାସିଆ ପାହାଡ଼; ସବୁ ଜାଣିଶୁଣି କାହିଁକି ଆକ୍ସନ ନେଇନି ଜିଲ୍ଲା ପ୍ରଶାସନ ?

ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର ।  More

ରାଜ୍ୟରେ ଲଗାଣ ବର୍ଷାରେ ସ୍ଥିତି ବେହାଲ; ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ...

 କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ। More

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ; ଜାଣନ୍ତୁ କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା...

ଦେଶୀ ଧାନ ଦୁନିଆର ଦେଶୀ ମଣିଷ । ଧାନକୁ ନେଇ ବଞ୍ଚୁଥିଲେ । ଧାନକୁ ନିଜେ ବଞ୍ଚାଉ ବି ଥିଲେ। ଜାଣନ୍ତୁ, କିଭଳି ଥିଲା ଏହି ବିରଳ ସାଧିକାଙ୍କ ସାଧନାର ଯାତ୍ରା। More

ବିବାଦରେ BJD ର ମୁଖ୍ୟାଳୟ; ୧୨ କୋଟିରେ ଦିଆଯାଇଛି ୧୦୦ କୋଟିର ସଂପତ୍ତି..

ବେଆଇନ ଭାବେ ଛିଡା ହୋଇଛି କି ଶଙ୍ଖ ଭବନ? ସରକାରରେ ଥିବାବେଳେ ଏହି ଭବନ ନିର୍ମାଣ ପାଇଁ ଆଇନକୁ ମୋଡି ମକଚି ଦିଆଯାଇଛି କି? କେମିତି ସଡ଼କ ବା ଉପଗଳି କିସମକୁ ଘରବାଡିରେ ପରିଣତ କରାଗଲା? ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍। More

କେବେ ହେବ ରତ୍ନଭଣ୍ଡାର ମରାମତି; ଭଣ୍ଡାର ଘରେ ରହିଛି କି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍‌କୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା। କୁହାଯାଉଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ ଆଗ ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ଭେ ପରେ ମରାମତି ହୋଇପାରେ। ତେଣୁ କେବେ ଏ କାମ ସରୁଛି ଏବେ ତା ଉପରେ ନଜର। More