ସଂକ୍ଷେପରେ ଆଜିର ତାଜା ଖବର - Thursday, 18 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତିନି ରଥରେ ଭାଙ୍ଗିଲା ଅଧର ହାଣ୍ଡି, ସରି ସରି ଆସୁଛି ମହାପ୍ରଭୁଙ୍କୁ ଲୀଳାଖେଳା

ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। More

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ରୁପାରୋଶନଙ୍କୁ ଅନ୍ୟତ୍ର ବଦଳି କଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା।  More

ଯାଜପୁରରୁ ଆରମ୍ଭ ହେଲା ବେଆଇନ୍ ଖଣି ଉପରେ ଆକ୍ସନ୍, ଖୋଲିବ ଡଙ୍କାରୀ ଗୁମର

ଆରମ୍ଭ ହେଲା ବେଆଇନ ଖଣି ଉପରେ ଆକ୍ସନ। ତଦନ୍ତ ପାଇଁ ଗଠିତ ଟିମ୍ କଲା ଖାଦନରେ ଜୋରଦାର ରେଡ୍। More

ରତ୍ନଭଣ୍ଡାର ଭିତରେ ଅଛି କି ଗୁପ୍ତ ସୁଡ଼ଙ୍ଗ ?

ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର ଅଛି କି ନାହିଁ ASI କରିବ ଅନୁଧ୍ୟାନ କହିଲେ ଗଜପତି । ଯାଞ୍ଚ କମିଟି ଅଧ୍ୟକ୍ଷ କହିଲେ, ଆମ ଆଖିରେ ପଡ଼ିନି ସେଭଳି କିଛି ଦୃଶ୍ୟ । More

ସାଢ଼େ ୭ ଘଣ୍ଟା ଲାଗିଲା ! ୪ଟି ଆଲମିରା, ୩ଟି ସିନ୍ଦୁକରୁ ସ୍ଥାନାନ୍ତର ହେଲା ରତ୍ନ

ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର । ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଚାଲିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ । More

କ୍ଷମତାରେ ଥିଲା ବେଳେ ପଚାଲିଲେନି, ଏବେ ଛାୟା କ୍ୟାବିନେଟ୍ ଢାଞ୍ଚା..!

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି । More

ଅନ୍ଧବିଶ୍ବାସର ଭୟଙ୍କର କାହାଣୀ, ଚିକିତ୍ସା ନାଁରେ ଯୁବତୀଙ୍କ ତାଳୁରେ ଫୋଡ଼ିଲା କଣ୍ଟା

ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା । More

ଭିତର ରତ୍ନଭଣ୍ଡାରରେ ଥଲା ୩ଟି କାଠ ଓ ଗୋଟିଏ ଷ୍ଟିଲ ଆଲମିରା, ଆଉ...

ସ୍ନେକ୍‌ ହେଲ୍ପଲାଇନ୍‌ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଥିଲେ ଓଡ୍ରାଫ୍‌ ଟିମ୍‌ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍‌ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ ।  More

ରତ୍ନ ଭଣ୍ଡାର ଭିତରୁ ଆସିଲା ଖବର, ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ କହିଲେ...

ସ୍ନେକ୍‌ ହେଲ୍ପଲାଇନ୍‌ ପରେ ଶ୍ରୀମନ୍ଦିର ପରିସରରୁ ବାହାରିଲେ ଓଡ୍ରାଫ୍‌ ଟିମ୍‌ । ଆଜିର କାର୍ଯ୍ୟ ଶେଷ ହେଲା ପରେ ଟିମ୍‌ ବାହାରିଲେ । କିଛି ଅଘଟଣ ଘଟିଲେ ସହାୟତା ପାଇଁ ମୁତୟନ ଥିଲେ ।  More

ପୋଲିସ କବଜାରେ ତ୍ରିଚି ଗ୍ୟାଙ୍ଗ, ୪ ଜଣ ଗିରଫ

ତାମିଲନାଡ଼ୁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିଲା ତ୍ରିଚି ଗ୍ୟାଙ୍ଗର ଚେର । କିନ୍ତୁ ତ୍ରିଚି ଗ୍ୟାଙ୍ଗର ଖେଳ ଖତମ୍ କରିଦେଇଛି କମିସନରେଟ ପୋଲିସ । ଏବେ ପୋଲିସ ହାତରେ ଧରା ପଡିଛି ଏହି ଗ୍ୟାଙ୍ଗ୍ । More

‘ଆଗରୁ ଏମିତି ହୋଇଥିଲେ ଆମେ ବିରୋଧୀ ଦଳରେ ନଥାନ୍ତୁ’

ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି। More

କେବେ ଖାଇଛନ୍ତି ପନିରର ଏହି ରେସିପି

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ... More

ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ବୁଗୁଡ଼ା ପୋଷ୍ଟ ଅଫିସର କର୍ମଚାରୀ ଥିଲେ ମୃତ ରଶ୍ମିତା ବେହେରା More

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ; ହୋଇପାରେ ବଡ଼ ଘୋଷଣା !

ଆଜି ରାଜ୍ୟ କ୍ୟାବିନେଟ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା... More

ସରି ଆସୁଛି ବଡଦାଣ୍ଡରେ ଶ୍ରୀଜିଉଙ୍କ ଲୀଳାଖେଳା; ଆଜି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା...

ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା।  More

Panchang Today 18th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୩.୨୪ ଗତେ ଧନୁ। ତିଥି- ୧୨ଶୀ ରାତ୍ରି ୦୮.୪୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୩.୨୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ରାତ୍ରି ୦୮.୪୪ ପର୍ଯ୍ୟନ୍ତ। More

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ

ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତି । More

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଆଜି ଅଙ୍ଗୁଲେଇରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଉପସ୍ଥିତ ରହି ବୈଜୟନ୍ତଙ୍କ ସହ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। More

ମହଣ ମହଣ ଅଳଙ୍କାର ସତ୍ତ୍ୱେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗୁଛି ପୁରୁଣା ଅଳଙ୍କାର

କେବଳ ସୁନାବେଶ ନୁହେଁ, ଦୈନିକ ନୀତିକାନ୍ତିରେ ବି ଶ୍ରୀଜିଉ ମାନଙ୍କୁ ସେଇ ପୁରୁଣା ଅଳଙ୍କାର ପିନ୍ଧାଯାଉଛି। ଖାଲି ପୁରୁଣା ନୁହେଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ସୁନାବେଶ ବେଳେ ଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଭଙ୍ଗା କିରୀଟର କିଆଫଳିକୁ ଲୁଚାଇବାକୁ ଯାଇ ସେଇ ସ୍ଥାନରେ ମଲ୍ଲିଫୁଲ ଲଗାଯାଇଥିଲା। ଯାହା ବ୍ୟଥିତ କରିଥିଲା ଭକ୍ତ-ସେବାୟତ ଓ ପ୍ରତିଟି ଜଗନ୍ନାଥପ୍ରେମୀଙ୍କୁ। More

ଆକାଶ ଛୁଆଁ ପରିବା ଦର ! ଚାଷୀ ବିକୁଛି କମରେ, ଖାଉଟି କିଣୁଛି ଅଧିକରେ...

ସଚେତନ ଗ୍ରାହକଙ୍କ ଅଭିଯୋଗ, ମଝିରେ ମିଡିଲମ୍ୟାନ୍ କମାଉଛନ୍ତି ମୁନାଫା । କେବେ ହେବ ପରିବା ମଣ୍ଡି, କେବେ ଲାଗିବ ରେଟ୍ ଚାର୍ଟ ? More

ମହଣ ମହଣ ସୁନା ପିନ୍ଧି ଝଲସୁଛନ୍ତି ଚତୁର୍ଦ୍ଧା ମୁରତୀ

ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବାକୁ ଥିବାରୁ ଆଜି ସୁନାବେଶ ଦର୍ଶନ ସମୟ ରାତି ୧୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। More