ସଂକ୍ଷେପରେ ଆଜିର ତାଜା ଖବର - Thursday, 11 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ

ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ ।  More

ଯୋଜନା ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନେଇ ତେଜିଲା ରାଜନୀତି

ଆଗରୁ ବିରୋଧ କରି ଏବେ କେମିତି କାର୍ଯ୍ୟକାରୀ କରୁଛି ବିଜେପି ଅଭିଯୋଗ ଆଣିଲା ବିଜେଡି । More

ସରକାରରୁ ହଟିଲେ ଗାଦି ମଡ଼ା ବାବୁ, ନବୀନ ସରକାରର ଗୁଡ୍ ବୁକରେ ଥିବା ଅଫିସରଙ୍କ ବଦଳି

ଗାଦିମଡ଼ା IASଙ୍କ ବଦଳିକୁ ନେଇ ପାୱାର କରିଡର ହଲଚଲ । ପୂର୍ବ ପ୍ରଶାସକଙ୍କ ମତ, ବଦଳି ନୁହେଁ ଦରକାର କାର୍ଯ୍ୟାନୁଷ୍ଠାନ । More

ଆଡ଼ପ ପହଣ୍ଡି ମହାବିଭ୍ରାଟ ପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଚିନ୍ତା

ପହଣ୍ଡି ବେଳେ ପୂର୍ଣ୍ଣାଙ୍ଗ ଲାଗୁ ହେବ ରଥ ବ୍ୟବସ୍ଥାବଳି କହିଲେ ଜିଲ୍ଲାପାଳ । ପହଣ୍ଡି ଅଘଟଣକୁ ନେଇ ସିଏମ ମୋହନଙ୍କୁ ନବୀନଙ୍କ ଚିଠି । More

IPS ଆଶିଷ ସିଂଙ୍କ ପକ୍ଷ ଛେଦିଲା ବିଜେପି ସରକାର

ନବୀନ ସରକାରରେ ଶକ୍ତିଶାଳୀ ଅଫିସର ଥିଲେ ଆଶିଷ ସିଂ । IG ସିଏମ୍ ସିକ୍ୟୁରିଟିରୁ ଗୃହ ବିଭାଗର OSD ଭାବେ ବଦଳି । More

ଚାରମାଳରେ ବଡ଼ ଠାକୁର ପଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । More

ଗୃହ ବିଭାଗ OSD ଭାବେ ଆଶିଷ ସିଂଙ୍କୁ ବଦଳି

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ବଦଳି କରାଯାଇଛି। More

ସରୁନି ଆଦର୍ଶ ବିଦ୍ୟାଳୟର କାମ; ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ପିଲାଙ୍କ କ୍ଲାସ୍‌ରୁମ୍‌

ବାଲେଶ୍ୱର ସଦର ବ୍ଲକ ହିଂଜଳା ଗାଁ। ଆଜିକୁ ତିନି ବର୍ଷରୁ ଅଧିକ ଦିନ ଧରି ଚାଲିଛି ଆଦର୍ଶ ବିଦ୍ୟାଳୟ କାମ। ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଅବଧି ଗତ ଡିସେମ୍ବର ୨୦୨୩ରୁ ଶେଷ ହୋଇଥିଲେ ମଧ୍ୟ କାମ ଏ ଯାଏଁ ଅଧା ହୋଇନାହିଁ। More

ବର୍ଷା ନାହିଁ ଚାଷୀ ହତାଶ; ଶୁଖିଲା ପଡିଛି ଚାଷ ଜମି

ଚଳିତ ବର୍ଷ ମୋସୁମୀ ବର୍ଷା ଅଭାବରୁ କେନାଲରେ ପାଣି ଆସିନଥିବାରୁ ଯାହା ଫଳରେ ଚାଷ କାର୍ଯ୍ୟକୁ ନେଇ ଚାଷୀ ଆଶଙ୍କାରେ ରହିଛି । More

ଦିଅଁ ପଡ଼ିଯିବା ଅଶୁଭ ସଙ୍କେତ କି ? କ’ଣ କହୁଛନ୍ତି ମଠ ମହନ୍ତ..ଜାଣନ୍ତୁ

ଦିଅଁ ପଡିବା, ବଡ ଅଘଟଣର ସଙ୍କେତ। ଏ କଥା ଆମେ କହୁନାହୁଁ। ଶ୍ରୀକ୍ଷେତ୍ରର ମଠ ମହନ୍ତ ଆଉ ଖୋଦ୍ ନିଳାଦ୍ରୀ ମହୋଦୟର ପଂକ୍ତି ହିଁ ଏହା ବଖାଣୁଛି। More

ସଟଲ କୁଇନ୍ ସାଇନା ନେହୱାଲଙ୍କ ସହ ଖେଳିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶିଷ୍ଟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ସହ ରାଷ୍ଟ୍ରପତି ଭବନରେ ଖେଳୁଥିବା ଦେଖିବାକୁ ମିଳିଛି। More

ପୁଣି ଦାଦନ ଦୁଃଖ; ମୁମ୍ବାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ ଅଜୟ ସିଂ। ମହାରାଷ୍ଟ୍ରର ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। More

ପୁଅ ମୋର ନାଁ ରଖିବ, ISRO ଯିବ ବଡ଼ ବୈଜ୍ଞାନିକ ହେବ

ପାଠପଢା ବେଳେ ପଢାପଢ଼ିରେ ବ୍ୟସ୍ତ l କିନ୍ତୁ ସମୟ ଟିକେ ମିଳିଗଲେ ଲାଗି ପଡନ୍ତି ବିଭିନ୍ନ ଯନ୍ତ୍ରାଂଶକୁ ନୂଆ ରୂପ ଦେବାରେ l କୌଣସି ଗାଣିତିକ ସୁତ୍ରର ସମାଧାନ ପାଇଁ ହେଉ କି କୌଣସି ମହାକାଶର ଡାଇଗ୍ରାମ କରିବାରେ l More

ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ; ଗୁଣ୍ଡିଚା ମନ୍ଦିର ଯିବେ ଅଭିମାନିନୀ ମା’ ମହାଲକ୍ଷ୍ମୀ...

ନବଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର ।  କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ । More

Panchang Today 11th July 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ରାତ୍ରି ୦୭.୪୯ ଗତେ କନ୍ୟା । ତିଥି- ୫ମୀ ଦିବା ୧୦.୦୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୦୭.୪୯ ଗତେ ବୃଷ ରାଶି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୧.୦୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ । More

ସଚିବ ସ୍ତରରେ ଅଦଳବଦଳ; ହଟିଲେ ଇଡକୋର ଚେୟାରମ୍ୟାନ୍ ହେମନ୍ତ ଶର୍ମା

ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି। More

ଏତେ ଖାମଖିଆଲ, ଏତେ ବେପରୁଆପଣ..କାହା ଭୁଲ୍‌ରୁ ତାଳଧ୍ୱଜ ରଥରେ ଘଟିଲା ଅଘଟଣ ?

ବାରମ୍ବାର ଅଘଟଣରୁ ବି କଣ କିଛି ଶିଖୁନାହାନ୍ତି ସେବାୟତ? ଗଲା ବର୍ଷ ପ୍ରଭୁ ଜଗନ୍ନାଥ ଆଉ ଏବର୍ଷ ବଡ଼ ଠାକୁର ବଳଭଦ୍ର। ଆଡ଼ପ ପହଣ୍ଡିବେଳେ ଏମିତି ରଥର ଚାରମାଳ ଉପରେ ଦୁଲ୍ ଦାଲ୍ ଖସି ହାମୁଡି ପଡୁଛନ୍ତି ଜଣକ ପରେ ଜଣେ ଦିଅଁ ? More

କ୍ୟାବିନେଟର ବଡ଼ ନିଷ୍ପତ୍ତି; ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ମୋହନ ସରକାରର ଦ୍ୱିତୀୟ କ୍ୟାବିନେଟ୍ ରେ ଆଜି ୫ ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରାଯାଇଛି। ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ପୂର୍ବରୁ ଥିଲା ୩୫୨ ଟଙ୍କା। ଏବେ ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି କରାଯାଇଛି। More

ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି; କେବେ ଶାନ୍ତ ପଡ଼ିବ ପଦ୍ମକେଶରପୁର ଗାଁ ?

ଅଶାନ୍ତ ଭୁବନେଶ୍ବରର ପଦ୍ମକେଶରୀପୁର ଗାଁ। ସୁଧ ଦେଇ ନପାରିବାରୁ ମିଳୁଛି ଶାସ୍ତି । ଜୁଲମ, ମାଡ଼ଗାଳି ଓ ଭଙ୍ଗାରୁଜା ସାଙ୍ଗକୁ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ ସଜ୍ଜା । More

ଆହତ ପ୍ରତିଟି ଭକ୍ତପ୍ରାଣ, ମୁଣ୍ଡ ନୂଆଁଇ ଦେଲା ଆଡ଼ପ ପହଣ୍ଡି ବିଭ୍ରାଟ; ତଦନ୍ତ କରିବ ୩ ଜଣିଆ କମିଟି...

ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁରଙ୍କୁ ପକେଇଦେଲେ ? ଆହତ ପ୍ରତିଟି ଭକ୍ତପ୍ରାଣ, ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। More