ସଂକ୍ଷେପରେ ଆଜିର ତାଜା ଖବର - Thursday, 13 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ !

ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। More

NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ, ପୁଣି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

୨୩ରେ ପରୀକ୍ଷା , ୩୦ରେ ବାହାରିବ ରେଜଲ୍ଟ । ପେପର ଲିକ୍ ହୋଇନି କହିଲେ ଶିକ୍ଷାମନ୍ତ୍ରୀ । More

କ’ଣ ପାଇଁ ଗୋଟିଏ ଜାଗାରେ ଗାଦିମାଡ଼ି ବସିଛନ୍ତି ସରକାରୀ ବାବୁ ?

​​​​​​​ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ । More

୬ ମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ, କିନ୍ତୁ ଛିଡୁନି ଅଙ୍କ

ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ । More

ଖୋଲିଲା ଚାରି ଦ୍ୱାର, ଶ୍ରୀଜୀଉଙ୍କୁ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଲେ ସାଧାରଣ ଶ୍ରଦ୍ଧାଳୁ

ନୂଆ ସରକାର ଆସୁ ଆସୁ ଖୋଲିଦିଆଗଲା ଶ୍ରୀମନ୍ଦିରର ୪ ଦ୍ବାର । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଉପସ୍ଥିତିରେ ଖୋଲିଲା ୪ ଦ୍ବାର । More

ରାଜଧାନୀ ରାସ୍ତାରେ ସିରିଜ୍ ଦୁର୍ଘଟଣା, ଏକାଧିକ କାର୍‌କୁ ପଛରୁ ପିଟିଲା ବସ୍

ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ । More

ଫେସବୁକରୁ ଦେଖା, ବେଦୀରେ ବାହାଘର: ନିଆରା ପ୍ରେମକୁ ନେଇ ଚର୍ଚ୍ଚା ଜୋର

ଫେସବୁକରୁ ଆରମ୍ଭ ହୋଇଥିଲା ଏହି ଦୁଇ ପ୍ରେମପକ୍ଷୀ ଦୟାଲ ଓ ବିରଜାଣି ପ୍ରେମ କାହାଣୀ। ପ୍ରଥମେ ଚାଟିଂ ଓ ପରେ ଭିଡିଓ କଲ କରି ଉଭୟ ନିଜ ହୃଦୟର ସ୍ପନ୍ଦନ ଶୁଣନ୍ତି। ନିଜ ଠରାଠରି ଭିତରେ ସାତଜନ୍ମର ସାଥୀ ହେବାକୁ କଥା ଦେଇଥିଲେ। More

'ଚାଷୀଙ୍କୁ ମିଳିଥିବା ପ୍ରତିଶ୍ରୁତି ୧୦୦ ଦିନ ଭିତରେ ପୂରଣ କରିବୁ'

ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି। ଏ ନୀତି ଆସିଲେ କୃଷକମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। More

ଏଥର ଗମ୍‌ଗମ୍‌ ରଜ ! ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ରାତି ପାହିଲେ ରଜ ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ। More

ମିଳିଲା ଜାମିନ୍; ଜଗଦ୍ଦେବ କହିଲେ, ଚକ୍ରାନ୍ତ କରି ଗିରଫ କରିଥିଲେ

ହାଇକୋର୍ଟ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ବି ମିଳିଲା ଜାମିନ୍ । ଖୋର୍ଦ୍ଧା JMFC କୋର୍ଟରେ ଆଜି ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ୍ ମିଳିଛି । More

ବଢ଼ି ଚାଲିଛି କଳ୍ପନାଜଳ୍ପନା: ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କି ବିଭାଗ ?

ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଶାସନ। ଏବେ ପାଳି, ଶପଥ ନେଇଥିବା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନର । ସବୁଠି ଚର୍ଚ୍ଚା ଯେ, କାହାକୁ ମିଳିବ କେଉଁ ବିଭାଗ ? More

ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

ଓଡ଼ିଶା ରାଜନୀତିରେ ନୂଆ ଯୁଗ। ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ। More

ମୋହନ ସରକାରଙ୍କ ପ୍ରଥମ ନିଷ୍ପତ୍ତି, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଅନ୍ୟପକ୍ଷରେ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ । ଧାନ MSP ୩୧ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । More

ମୋହନଙ୍କ ସଂଘର୍ଷମୟ ଯାତ୍ରା; ମୁଖ୍ୟମନ୍ତ୍ରୀ ବନିଲେ ସ୍କୁଲ୍ ପିଅନଙ୍କ ପୁଅ...

ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଲା କେନ୍ଦୁଝର ଜିଲ୍ଲାର ରାଇକଳା । ମୁଖ୍ୟମନ୍ତ୍ରୀ ସାଜି ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ବିଧାତା ମୋହନ । ଗୁରୁଜୀରୁ ସିଏମ୍ ଭଳି ଗୁରୁଦାୟିତ୍ବ ଯାଏଁ ମୋହନଙ୍କ ସଂଘର୍ଷମୟ ଯାତ୍ରା ।  More

ଜନତାଙ୍କ ଗହଣରେ ନୂଆ CM; ଶପଥ ଗ୍ରହଣ ପୂର୍ବରୁ ଶୁଣିଲେ ଗୁହାରି...

କାହା ଆଖିର ଲୁହ ପଢ଼ିଲେ...କାହା ମନର କୋହ ଶୁଣିଲେ । କେଉଁଠି ଛୋଟ ପିଲାଙ୍କୁ କୋଳେଇ ନେଲେ...କେଉଁଠି ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ। ଲୋକଙ୍କ ସାଥିରେ, ଲୋକଙ୍କ ଗହଣରେ ନୂଆ ସିଏମ୍ । More

ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ, କୋଭିଡ୍‌ ଆଳରେ କଟକଣା ଲଗାଇଥିଲେ ପୂର୍ବ ସରକାର

୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା । More