ସଂକ୍ଷେପରେ ଆଜିର ତାଜା ଖବର - Tuesday, 21 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରେମୁଣାରେ ଅଶ୍ୱିନୀଙ୍କ ପ୍ରଚାର, କହିଲେ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି

ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ । More

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରଚାର, କହିଲେ ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ ସରକାର

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ବିଜେପି କର୍ମୀଙ୍କ ସମେତ ଜନତାଙ୍କ ମଧ୍ୟରେ ଉତ୍ସାହ । More

ଠକ ଦମ୍ପତ୍ତି ! ଲୋକଙ୍କ ଟଙ୍କାରେ ଦୁବାଇରେ କରୁଥିଲେ ମଉଜ, ଲକ୍ଷ୍ନୌରୁ ଗିରଫ କଲା EOW

Quick Click Ad Media ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ ଗିରଫ । ପୂର୍ବରୁ ଗିରଫ ହୋଇଥିଲେ ବିମାଳାନନ୍ଦଙ୍କ ପତ୍ନୀ ରମି ଭୂୟାଁ । More

୩୧୦ ସିଟ୍ ଜିତି ସାରିଛୁ; ବାକି ୭୫ ସିଟ୍ ଜିତିବୁ, ଏଠି ସରକାର କରିବୁ: ଅମିତ ଶାହ

ସମ୍ବଲପୁର ସଭାରେ ଶାହଙ୍କ ଦମ୍ଭୋକ୍ତି । ଲକ୍ଷ୍ୟ ଥିବା ୪୦୦ରୁ ୩୧୦ ସିଟ୍ ବିଜେପି ଖାତାକୁ ଗଲାଣି । ୫ଟି ପର୍ଯ୍ୟାୟରେ ଦଳକୁ ମିଳିଛି ଅହେତୁକ ସଫଳତା । ଆଉ ମିଶନ ୪୦୦ ପାଇଁ ବାକି ଥିବା ଦୁଇଟି ପର୍ଯ୍ୟାୟରେ ବିଜେପିକୁ ବିପୁଳ ସମର୍ଥନ କରିବାକୁ କରିଛନ୍ତି ଅନୁରୋଧ । More

ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ଶାହଙ୍କ ଘନ ଘନ ଆଟାକ୍

ବୟସ ହୋଇଯାଇଥିବା ନବୀନଙ୍କୁ ରିଟାୟର୍ଡ କରାଇବାକୁ ଆହ୍ୱାନ । ଚିଟ୍‌ଫଣ୍ଡ, ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବି ଟାର୍ଗେଟ୍ । More

ଭୋଟ୍ ପୂର୍ବରୁ ମୁହାଁମୁହିଁ ! ୭୨ ଘଣ୍ଟାରେ ପ୍ରମାଣ ଦେବାକୁ CMଙ୍କୁ ଚ୍ୟାଲେଞ୍ଜ କଲେ ସାଂସଦ

ରାଜଧାନୀରେ ୫ ବର୍ଷରେ କେତେ ବିକାଶ ହୋଇଛି, ସେନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା More

ବିଜେଡି ସରକାରକୁ ଓପାଡ଼ି ଫିଙ୍ଗ, ଏଠି ଓଡ଼ିଆ ମୁଖ୍ୟମନ୍ତ୍ରୀ କରିବୁ: ଅମିତ ଶାହ

ନୟାଗଡ଼ ଲାଠିପଡ଼ା ସମାବେଶରୁ ଅମିତ ଶାହଙ୍କ ହୁଙ୍କାର । ୭୫ରୁ ଅଧିକ ସିଟ୍‌ ଜିତି ଓଡ଼ିଶାରେ ବିଜେପି ସରକାର କରିବାକୁ ଦେଲେ ଆହ୍ୱାନ । ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଇଏ । More

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ

ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ । କାହିଁକି ବିଧାୟକ ପଦ ରଦ୍ଦ ନ ହେବ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି। ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି । More

ଆସୁଛି ବର୍ଷା... ଉପକୂଳରେ ହାଲୁକା, ବାଲେଶ୍ୱରରେ ଛେଚିବ

ଆସୁଛି ଲଘୁଚାପ । ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏହି ସମୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା । More

‘ମୁଁ ଲିଙ୍ଗରାଜ ଆକ୍ଟକୁ ବିରୋଧ କରିନି, ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ୭୨ ଘଣ୍ଟାରେ ପ୍ରମାଣ ଦିଅନ୍ତୁ’

ଭୁବନେଶ୍ୱରର ଉନ୍ନତି ପାଇଁ କେବେ ବି କୌଣସି ବିଜେଡି ନେତା ପ୍ରସ୍ତାବ ଦେଇନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିବା ସହ ପୂର୍ବରୁ ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଭୁବନେଶ୍ୱର ପାଇଁ ଭଲ କାମ କହି ପ୍ରଶଂସା କରିଥିଲେ । More

୨୩ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ, ୨ଟି ସ୍ଥାନରେ କରିବେ ସଭା

ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । More

ପେଟ୍ରୋଲ କିଣିଲେ ବାହାରୁଛି ପାଣି

ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ବାହାରୁଛି । More

‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

‘ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ । ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ । More

Gold Price Today 21st May 2024: ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେତେ ଅଛି ଦାମ୍...

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୬,୮୩୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୪,୬୪୦ ଟଙ୍କା ରହିଛି । More

Zero Shadow Day; ଆଜି ଛାଇ ହୋଇଯିବ ଛୁ ମନ୍ତର..

ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ। ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି। ସେ ସମୟରେ ଛାଇ ଦେଖାଯାଏ ନାହିଁ। More

ଜଗନ୍ନାଥଙ୍କୁ ନେଇ ଭୁଲରେ କହିଦେଇଥିଲେ ଏମିତି; ପଶ୍ଚାତ୍ତାପ ପାଇଁ ୩ ଦିନ କରିବେ ଉପବାସ

ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗିଲେ ସମ୍ବିତ ପାତ୍ର। More

Panchang Today 21st May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ମଙ୍ଗଳବାର। ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୩ ଶୀ ସନ୍ଧ୍ୟା ୦୫.୩୯ ଗତେ ୧୪ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More

କାଲି ଲଘୁଚାପ, ୨୪ରେ ଅବପାତ ! ୨୫ ଯାଏ ଭୀଷଣ ବର୍ଷା ସମ୍ଭାବନା..

ତେବେ ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରାଯାଇନି। ୨୨ ତାରିଖ ପରେ କିମ୍ବା ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ। More

ପୁଣି ଓଡ଼ିଶା ଆସୁଛନ୍ତି ଶାହ; ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ମାରାଥନ ପ୍ରଚାର

୪ଟି ସ୍ଥାନରେ ଶାହ କରିବେ ଜୋରଦାର ପ୍ରଚାର। ଦିନ ସାଢେ ୧୧ଟାରେ ସେ ସମ୍ବଲପୁର ଯିବେ। ସେଠାରେ ରେମେଡ ଗ୍ରାଉଣ୍ଡରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧନ କରିବେ। More

ବୁଥରେ ପୋଲିଂ ଟିମକୁ ତାଲା ପକାଇଦେଲେ ଗ୍ରାମବାସୀ

ପୋଲିଂ କର୍ମଚାରୀଙ୍କୁ ଲୋକେ ଅଟକ ରଖିବାକୁ କେନ୍ଦ୍ରକରି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚିଛନ୍ତି। More

ମନପସନ୍ଦର ପ୍ରତିନିଧି ବାଛିଲେ ମତଦାତା, EVMରେ ସିଲ୍ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ

ଦ୍ୱିତୀୟ ଦଫା ଲଢ଼େଇରେ ୫ ସଂସଦୀୟ କ୍ଷେତ୍ର ଓ ୩୫ ବିଧାନସଭା କ୍ଷେତ୍ରରେ ମତଦାନ । More

‘ପ୍ରଭୁ ଜଗନ୍ନାଥ ଯେକୌଣସି ଲୋକର ଆଶା ପୂରଣ କରନ୍ତି’

ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। More

ବାହାରିବା ପରେ ପ୍ରଦୀପ ଦେଲେ ବିସ୍ଫୋରକ ବୟାନ; କାହିଁକି ହୋଇଥିଲା ଆକ୍ରମଣ ?

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶ କାହିଁକି କଲେ ଆଟାକ୍ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାଶ ନା ଆଉ କିଏ ? More

ଅନୁଗୁଳ-କଟକରେ ମୋଦିଙ୍କ ପ୍ରଚଣ୍ଡ ହମଲା ! 'ଓଡ଼ିଶାକୁ BJD ଦେଇଛି ଲ୍ୟାଣ୍ଡ-ସ୍ୟାଣ୍ଡ-ଖଣି ମାଫିଆ'

'ସବୁକୁ କବଜା କରିଥିବା ମାଫିଆର ଭାଙ୍ଗିଦେବୁ ଅଣ୍ଟା । ଆମ ସରକାର କ୍ଷମତାକୁ ଆସିଲେ ଭାଙ୍ଗିଦେବୁ ଅଣ୍ଟା ।’ More