ସଂକ୍ଷେପରେ ଆଜିର ତାଜା ଖବର - Wednesday, 01 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସୋସିଆଲ ମିଡ଼ିଆ ପାଇଁ ଫେରିଲା ଛୁଆ; ମାଙ୍କଡ ହେଲେ ବି ବୁଝିଛି ସମ୍ପର୍କ..ଦେଖନ୍ତୁ ଭିଡିଓ..

ଛୁଆକୁ କୋଳରେ ପାଇ ଗେଲ କରୁଛି, ଚାଟି ପକାଉଛି। କାଳେ କିଏ ପୁଣି ତା ଛୁଆକୁ ତା ଠୁ ଅଲଗା କରିଦେବ, ସେଇଥିପାଇଁ ସତର୍କ ଦୃଷ୍ଟିରେ ଚାରି ଆଡକୁ ଅନାଉଛି। More

ପୁରୀରେ ପଡ଼ିଥିଲା ମୂଳ ଦୂଆ, ଏବେ ଗୋଟିଏ ବି ସିନେମା ହଲ ନାହିଁ...

ଲକ୍ଷ୍ମୀ ଟକିଜିର ମାଲିକ କହିଛନ୍ତି ସରକାର ଯଦି ସହଯୋଗ ଯୋଗାଇଦେବେ ତେବେ ପୁଣି ଫିଲ୍ମ ହଲ କରିବା ପାଇଁ ଆମେ ପ୍ରସ୍ତୁତ । ଏପଟେ ଆଦର୍ଶ ଆଚରଣ ବିଧି ହଟିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । More

ଆଗେ ଦେଲେ, ଏବେ ଭୋଟ ଦେବାକୁ ବାଧ୍ୟ କଲେ ! ବିଜେଡି ଯୋଜନାକୁ ସାତ ଜୁହାର

ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର। ନୂଆ ଓ' ମେଧାବୃତ୍ତି ନେଲ, ଆଉ ଏବେ ଭୋଟ୍ ଦିଅ। କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ କୁହାଯାଉଛି। More

ନିର୍ବାଚନୀ କସରତ : ସ୍ଵାମୀ ପାଇଁ ସ୍ତ୍ରୀ, ଭଉଣୀ ପାଇଁ ଭାଇ

ଭୋଟ୍ ଲଢ଼େଇରେ ପ୍ରାର୍ଥୀଙ୍କୁ ବଳ ପରିବାର। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ, କେଉଁଠି ସ୍ତ୍ରୀ ପାଇଁ ସ୍ୱାମୀ ତ ପୁଣି କେଉଁଠି ବାପା-ମାଙ୍କ ପାଇଁ ମୈଦାନରେ ଅଣ୍ଟା ଭିଡ଼ିଛନ୍ତି ପୁଅ। More

ତାତି କଲବଲଠୁ ବଳିଲାଣି ପାଣି ଯନ୍ତ୍ରଣା : ୨୪ ବର୍ଷର ସରକାର କରିଛି କଣ ?

ଅସମ୍ଭାଳ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ଗ୍ରାମବାସୀଙ୍କ ହଲ୍ଲାବୋଲ। ଗାଁକୁ ଆସିଥିବା ବିଭାଗୀୟ ଅଧିକାରୀଙ୍କୁ ଘେରି ଜଣାଇଛନ୍ତି ଦାବି। ପ୍ରଶ୍ନ କରିଛନ୍ତି, ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଉଥିବା ନେଇ ବୋର୍ଡ ମାରୁଛ, ପାଣି କାହିଁ ? More

ଜଟଣୀ ଏଥର କାହାର ? ଭୋଟ୍ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

ଜଟଣୀ ସିଟ୍ ହାତେଇବାକୁ ବିଜେଡି ଓ କଂଗ୍ରେସର ଝାଳବୁହା ପରିଶ୍ରମ । ଜଟଣୀ ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପିର ଜୋରଦାର ପ୍ରୟାସ । More

‘ସାନବାବୁଙ୍କ ବ୍ୟାକ୍‌ଡୋର ଏଣ୍ଟ୍ରି ପାଇଁ ଦୁଇଟି ସ୍ଥାନରୁ ଲଢ଼ୁଛନ୍ତି ନବୀନ’

ରାଜ୍ୟ ସରକାରଙ୍କ ଇ-ଫାଇଲ କିଏ ଦେଖୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା ? More

ଆକାଶରେ ବିମାନକୁ ଭୟଙ୍କର କୁଆପଥର ମାଡ଼ ! ଫାଟିଲା ବିମାନର ୱିଣ୍ଡସିଲ୍ଡ, ସାମ୍ନାପଟ ଚେପା

ଦିଲ୍ଲୀ ଅଭିମୁଖେ ଉଡ଼ିବାର ୧୦ ମିନିଟ ପରେ ପୁଣି ଫେରିଲା । ଭୁବନେଶ୍ବର ଫେରି ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ । More

ଅବକାରୀ ନିୟମର ଉଡିଲା ଧଜ୍ଜିଆ ! ସହିଦ ନଗର ଡାନ୍ସ ବାର୍‌ରେ ଭୋର ଯାଏଁ ଚାଲୁଛି ନାଚଗୀତ...

ନିୟମ ଖିଲାପକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ। More

ଟେକ୍‌ଅପ୍‌ ବେଳେ ମାଡ଼ ହେଲା କୁଆପଥର; ଏମରଜେନ୍ସି ଲ୍ୟାଣ୍ତିଂ କଲା ଭିସ୍ତାରା

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପ୍‌ର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। More

ଆଶ୍ୱସ୍ତି ଦେଲା କାଳବୈଶାଖୀ, ଟ୍ୱିନ୍‌ ସିଟିରେ ମେଘୁଆ ପାଗ ସହ ଝିପିଝିପି ବର୍ଷା

ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। More

ମେ’ ୬ରେ ଓଡ଼ିଶା ଆସିବେ ମୋଦି, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଜନସଭା

୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । More

'ଏଥର ଅନ୍ଧାରି ବିଜେ ୬୦୦ରୁ ୧୦୦୦ ଟଙ୍କା ହେବା ଅନୁମାନ': ଅପରାଜିତା ଷଡ଼ଙ୍ଗୀ

ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଲ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନା ନନେଇ ସାନବାବୁ କହି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା । More

ଖରାରେ ଅସ୍ତବ୍ୟସ୍ତ ପଶୁପକ୍ଷୀ, ସମ୍ବଲପୁର ଚିଡିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା

ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏଭଳି ସ୍ଥିତିରେ ପଶୁପକ୍ଷୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି ହେଲେ ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । More

ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ଦୁଇ ଅସନ୍ତୁଷ୍ଟ ନେତା

ପୂର୍ବରୁ 2009 ଓ 2019ରେ ମଧ୍ୟ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। More

ତେଜିଲା କେନ୍ଦ୍ରାପଡ଼ାକୁ ରେଳ ପ୍ରକଳ୍ପର ଶ୍ରେୟ ରାଜନୀତି, ଅତନୁଙ୍କୁ ଜବାବ ଦେଲା ବିଜେପି

ବୈଜୟନ୍ତଙ୍କ କିଛି ଅବଦାନ ନଥିବା କହିଥିଲେ ଅତନୁ ସବ୍ୟସାଚୀ । ଅତନୁଙ୍କ ମନ୍ତବ୍ୟକୁ କଡ଼ା ଜବାବ ଦେଲା କେନ୍ଦ୍ରାପଡ଼ା ବିଜେପି । More

ନିର୍ବାଚନୀ ମୈଦାନରେ ହାଇଭୋଲଟେଜ୍ ନୋମିନେସନ୍, ହିଞ୍ଜିଳରୁ ଷଷ୍ଠ ଥର ନାମାଙ୍କନ ଭରିଲେ ନବୀନ

କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତଙ୍କ ନାମାଙ୍କନ । ବିଶାଳ ପଟୁଆରରେ ଯାଇ ଶକ୍ତି ପ୍ରଦର୍ଶନ କଲେ ହେଭିୱେଟ୍ । More

ସତ୍ୟପାଠରୁ ଆସିଲା ତଥ୍ୟ, ନବୀନଙ୍କ ରହିଛି ୧୪ କୋଟିର ଅସ୍ଥାବର ସମ୍ପତ୍ତିର

ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଛନ୍ତି ନବୀନ । ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଅଭିମୁଖେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। More

ମିଶନ ଶକ୍ତି ଓ BSKYକୁ ଢାଲ କରୁଛି କି ବିଜେଡି ? ବିଜେପି ବିରୋଧରେ ଅପପ୍ରଚାରକୁ ଓହ୍ଲାଇଛି କି ଦଳ ?

ମାଲକାନଗିରିରେ ପାଣ୍ଡିଆନଙ୍କ ଭାଷଣକୁ ନେଇ ଖଡଗହସ୍ତ ବିଜେପି । କହିଲା ମିଶନ୍ ଶକ୍ତି କେନ୍ଦ୍ରର, ବନ୍ଦ ହେବନି ଦୁଇଟିଯାକ ଯୋଜନା । More