ସଂକ୍ଷେପରେ ଆଜିର ତାଜା ଖବର - Tuesday, 30 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ଦୁଇ ଅସନ୍ତୁଷ୍ଟ ନେତା

ପୂର୍ବରୁ 2009 ଓ 2019ରେ ମଧ୍ୟ ବିଜେଡି ଟିକେଟରୁ ଜିତିଥିଲେ। ହେଲେ ଏଥର ଟିକେଟ୍ ନମିଳିବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। More

ତେଜିଲା କେନ୍ଦ୍ରାପଡ଼ାକୁ ରେଳ ପ୍ରକଳ୍ପର ଶ୍ରେୟ ରାଜନୀତି, ଅତନୁଙ୍କୁ ଜବାବ ଦେଲା ବିଜେପି

ବୈଜୟନ୍ତଙ୍କ କିଛି ଅବଦାନ ନଥିବା କହିଥିଲେ ଅତନୁ ସବ୍ୟସାଚୀ । ଅତନୁଙ୍କ ମନ୍ତବ୍ୟକୁ କଡ଼ା ଜବାବ ଦେଲା କେନ୍ଦ୍ରାପଡ଼ା ବିଜେପି । More

ନିର୍ବାଚନୀ ମୈଦାନରେ ହାଇଭୋଲଟେଜ୍ ନୋମିନେସନ୍, ହିଞ୍ଜିଳରୁ ଷଷ୍ଠ ଥର ନାମାଙ୍କନ ଭରିଲେ ନବୀନ

କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତଙ୍କ ନାମାଙ୍କନ । ବିଶାଳ ପଟୁଆରରେ ଯାଇ ଶକ୍ତି ପ୍ରଦର୍ଶନ କଲେ ହେଭିୱେଟ୍ । More

ସତ୍ୟପାଠରୁ ଆସିଲା ତଥ୍ୟ, ନବୀନଙ୍କ ରହିଛି ୧୪ କୋଟିର ଅସ୍ଥାବର ସମ୍ପତ୍ତିର

ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଛନ୍ତି ନବୀନ । ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଅଭିମୁଖେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। More

ମିଶନ ଶକ୍ତି ଓ BSKYକୁ ଢାଲ କରୁଛି କି ବିଜେଡି ? ବିଜେପି ବିରୋଧରେ ଅପପ୍ରଚାରକୁ ଓହ୍ଲାଇଛି କି ଦଳ ?

ମାଲକାନଗିରିରେ ପାଣ୍ଡିଆନଙ୍କ ଭାଷଣକୁ ନେଇ ଖଡଗହସ୍ତ ବିଜେପି । କହିଲା ମିଶନ୍ ଶକ୍ତି କେନ୍ଦ୍ରର, ବନ୍ଦ ହେବନି ଦୁଇଟିଯାକ ଯୋଜନା । More

ନନ୍ଦନକାନନ ଭିତରେ ଚାଲିଛି କ’ଣ ? ପ୍ରାଣୀ ଉଦ୍ୟାନ ପାଲଟିଛି କି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ଓଟିଭି କ୍ୟାମେରା ଆଗରେ ଅଭିଯୁକ୍ତ ଖୋବା ଖୋଲିଛି ନନ୍ଦନକାନନରେ କେମିତି ହଉଛି ଭୋଜି ଆଉ ମଦ୍ୟପାନ । ଯେଉଁଥି ପାଇଁ ଗଣ୍ଡଗୋଳର ହୋଇଛି ସୁତ୍ରପାତ। More

କିଏ କଟକିଆ, କିଏ ବାହାର ନେତା... ନୂଆ ପ୍ରସଙ୍ଗକୁ ନେଇ କଟକ ରାଜନୀତି ସରଗରମ

କଟକ ରାଜନୀତିରେ ଏଥର ନୂଆ ପ୍ରସଙ୍ଗ କଟକିଆ ନେତା । ବାହାର ନେତାଙ୍କୁ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ । More

ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ, ଦଳ ଟିକେଟ ନ ଦେବାରୁ ଥିଲେ ଅସନ୍ତୋଷ

କାକଟପୁର ବିଧାନସଭା ଆସନରୁ ବିଜେଡି ଟିକେଟ୍‌ ନ ପାଇବାରୁ ଅସନ୍ତୁଷ୍ଟ ଥିଲେ ସୁରେନ୍ଦ୍ର । More

ଘସିପୁରାରୁ ନିର୍ବାଚନ ଲଢ଼ିବେ କି ସୌମ୍ୟ ? କହିଲେ, ମୋତେ ବିଜେପି ତରଫରୁ ମିଳିଛି ପ୍ରସ୍ତାବ

ସୌମ୍ୟ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ଏଠାରୁ ଲଢ଼ିବାକୁ ମୋ ଉପରେ ଚାପ ପକାଉଛନ୍ତି। More

ଆକାଶରୁ ଅଗ୍ନିବର୍ଷା, ଭୁବନେଶ୍ୱରରେ ୪୫ ଡିଗ୍ରୀ ଛୁଇଁଲା ତାତି

ରାଜ୍ୟରେ ଜାରି ରହିଛି ସିଭିୟର ହିଟୱେଭ୍ ସ୍ଥିତି । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି। More

ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ବିଧାନସଭାରୁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ

ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । More

ଘରେ ସହଜରେ ବନେଇ ପାରିବେ ‘ଟମାଟୋ ରସମ୍‌

ଖାଦ୍ୟ ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ଏକ ଚଟପଟା ରେସିପି । ଏହି ରେସିପିଟିକୁ ବନେଇବା ଯେତେ ସହଜ, ସ୍ୱାଦ ମଧ୍ୟ ଓ ସେମିତି ଦମଦାର । ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମାଜା ନିଅନ୍ତୁ। More

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅଧିକାରୀଙ୍କୁ ଆକ୍ରମଣ, ଅଫିସରେ ପଶି ଆତଙ୍କ ସୃଷ୍ଟି କଲେ ୨ ଦୁର୍ବୃତ୍ତ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଅଫିସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଅଫିସରେ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ୪ ଅଧିକାରୀଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି । More

ଆଜି ନବୀନଙ୍କ ନାମାଙ୍କନ, ହିଞ୍ଜିଳି ବିଧାନସଭା ଆସନରୁ ଦାଖଲ କରିବେ ପ୍ରାର୍ଥିପତ୍ର

ଆଜି ନାମାଙ୍କନ ଭରିବେ ନବୀନ । ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ । More

ଆକାଶରୁ ଖସୁଛି ନିଆଁ, ଆହୁରି ଅଣନିଃଶ୍ୱାସୀ କରିବ ତାତି

ଟାଇଁ ଟାଇଁ ଖରାରେ ସନ୍ତୁଳି ହେଉଥିବା ଲୋକଙ୍କୁ ଆଜି ବି କଲବଲ କରିବ ତାତି । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା । More

ତାଣ୍ଡବ ରଚିଲା କାଳବୈଶାଖୀ; ଉଡ଼ିଲା ଆଜବେଷ୍ଟସ୍‌, ଭାଙ୍ଗିଲା ବଡ଼ ବଡ଼ ଗଛ

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି। More

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜୟ ଧ୍ୱଜା ଉଡ଼ାଇବାକୁ କଂଗ୍ରେସର ବଡ଼ ପ୍ଲାନ

ରାଜ୍ୟ କଂଗ୍ରେସକୁ ସଂଜିବନୀ ଦେବ କି ରାହୁଲଙ୍କ ସାଲେପୁର ସମାବେଶ ? ଆଗକୁ ପ୍ରଚାରରେ ଆସିବେ ରାହୁଲଙ୍କ ସହ ପ୍ରିୟଙ୍କା, ଖାଡଗେ ଓ ରେବନ୍ତ ରେଡ୍ଡୀ । More

ଓଡ଼ିଶା ନିର୍ବାଚନରେ ବଡ଼ ମୁଦ୍ଦା ଓଡ଼ିଆ ଅସ୍ମିତା, ମୋଦିଙ୍କ ସାଂଘାତିକ ନିଶାନା ପରେ ରାଜନୀତିରେ ହଲଚଲ୍

କାହିଁକି ଭାଷା. ସଂସ୍କୃତି ବିପଦରେ ଓ କେମିତି ଅଡୁଆରେ ବିଜେଡି ? ସାହିତ୍ୟ, ସଂସ୍କୃତି ଓ ରାଜନୀତି ସହ ବିଭିନ୍ନ ମହଲରୁ ଆସିଲା ମତ । More

ବିଷମ କଟକରେ ଭୋଟର ବାଉଳା ! ସମାନ ନାଁ ଅଲଗା ଦଳ, ମୁହଁ ଚିହ୍ନିବାରେ କନଫ୍ୟୁଜନ୍

ବିଜେଡି ପ୍ରାର୍ଥୀ- ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ- ଜଗନ୍ନାଥ ନୁଣ୍ଡ୍ରୁକା କଂଗ୍ରେସ ପ୍ରାର୍ଥୀ- ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ- ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ। More

ରେକର୍ଡ ଭାଙ୍ଗୁଛି ଟ୍ୱିନସିଟି ତାତି; କେବେ ଏସିଆ ତ କେବେ ଦେଶରେ ସବୁଠୁ ଉତ୍ତପ୍ତ ସହର

୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ। More