ସଂକ୍ଷେପରେ ଆଜିର ତାଜା ଖବର - Sunday, 21 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତାତିରେ ତ୍ରାହି ତ୍ରାହି ଡାକୁଥିବା ପକ୍ଷୀଙ୍କ ପ୍ରାଣଦାତା କିନ୍ନର ଚିନ୍ମୟୀ ଦାସ

ଜଙ୍ଗଲରେ ମେଣ୍ଟାଉଛନ୍ତି ପଶୁପକ୍ଷୀଙ୍କ ଶୋଷ । More

୮୭ ନୂଆ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଛି କଂଗ୍ରେସ, ଆପ୍‌ ଜରିଆରେ ବାଛାଯାଇଛି ପ୍ରାର୍ଥୀ

‘ପ୍ରଗମନ’ ଆପ୍ ଜରିଆରେ ଦଳୀୟ ଟିକଟ୍ ବାଣ୍ଟିଛି କଂଗ୍ରେସ । କଂଗ୍ରେସକୁ କେତେ ସଫଳତା ଦେବ ‘ପ୍ରଗମନ’ ଆପ୍, ବଢ଼ିଲା ଚର୍ଚ୍ଚା । More

BJDକୁ କଣ୍ଟା ଜଗତସିଂହପୁର ସଂସଦୀୟ କ୍ଷେତ୍ର, କାହାକୁ ଧରି ପ୍ରଚାର କରିବେ ରାଜଶ୍ରୀ ?

ନିମାପଡାରେ ସମୀର ଦାଶଙ୍କ ଟିକେଟ କାଟ୍ ପରେ ସ୍ଥିତି ସଙ୍ଗୀନ । ବାଲିକୁଦା-ଏରସମା ଓ କାକଟପୁରରେ ବି ଅଙ୍କ ଅଛିଣ୍ଡା । More

BJDର ବାକି ୧୨ ଆସନରେ ଛିଡୁନି ଅଙ୍କ ? ବରୀ-ବେଗୁନିଆ-ଖୋର୍ଦ୍ଧାରେ ପ୍ରାର୍ଥୀ କିଏ ?

ଟିକେଟ୍ ଲବିରେ ବହୁ ହେଭିୱେଟ୍ । କାହାକୁ ମ୍ୟାନେଜ୍ କରି କାହାକୁ ଛାଡ଼ିବେ ? More

ଜୟପୁର ବିଧାନସଭା ବିଜେପିରୁ ଲଢ଼ିବେ ଗୌତମ ସାମନ୍ତରାଏ

ଦୀର୍ଘ ଦିନ ହେବ ଗୌତମ ଜୟପୁରରେ ବିଜେପି ସଂଗଠନ କରିଛନ୍ତି । ଜୟପୁର ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଗୌତମ । More

ନବୀନଙ୍କୁ ଚେକ୍‌ ଦେବାକୁ ପଶ୍ଚିମ ଓଡ଼ିଶା ଆସୁଛନ୍ତି ଶାହ !

ସୋନପୁରରେ ସାଧାରଣ ସଭା, ଭୁବନେଶ୍ବରରେ ନିର୍ବାଚନୀ ସମୀକ୍ଷା । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଚେକ୍ ଦେବାକୁ ଚର୍ଚ୍ଚା । More

ନିର୍ବାଚନରେ ନିୟୋଜିତ ଯବାନଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତଳ, ୧୦ ଗୁରୁତର !

୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । More

DMF ଟ୍ରଷ୍ଟରୁ ୯କୋଟିର ସନ୍ଦେହଜନକ ଟ୍ରାଞ୍ଜାକ୍ସନ; ଥାନାରେ ଏତଲା

ପିଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟାରପ୍ରାଇଜେସ ପରି ଅନ୍ୟରାଜ୍ୟର କମ୍ପାନୀଗୁଡିକର ଆକାଉଣ୍ଟକୁ ଏହି ସବୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି। ତେବେ ଚେକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେନେଇ କୌଣସି ସୂଚନା ନାହିଁ। More

ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ! ଖରାରେ ଜରି ପାଲ ଘୋଡ଼ାଇ ଚାଲିଗଲେ ନେତା

ଖରାରେ ମହାପ୍ରଭୁଙ୍କୁ ଜରି ପାଲରେ ଘୋଡାଇ ଚାଲିଗଲେ ନେତା। ପୁରୀ ଜିଲ୍ଲା ମାଲୁଦ ପଞ୍ଚୁଦୋଳ ପଡିଆରେ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। More

୨୫ରେ ଓଡ଼ିଶା ଆସିବେ ଶାହ, କର୍ମୀଙ୍କ ସହ ନିର୍ବାଚନୀ ରଣନୀତି ନେଇ କରିବେ ଆଲୋଚନା

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବା ବେଳେ ବିଜେପିର ହେଭିୱେଟ ଅମିତ ଶାହ ପ୍ରଚାର କରିବେ । More

ଖରାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୨୫ରୁ ବନ୍ଦ ରହିବ ସ୍କୁଲ

ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ରୁ ସ୍କୁଲ ଛୁଟି କରିଦେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । More

ତାତିରୁ ମିଳୁନି ତ୍ରାହି, ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ପାରଦ

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ । More

ଲାଗି ସାରିଛି ନିର୍ବାଚନ ଆଚରଣ ବିଧି, ତଥାପି BJD ଇଫତାର ପାର୍ଟିରେ ପୋଲିସ ଅଧିକାରୀ

ବିଜେଡିର ଇଫତାର ପାର୍ଟିରେ ପୋଲିସ ଅଧିକାରୀ । କଟକ ଚୌଦ୍ୱାର ବ୍ଲକ ବ୍ରହ୍ମପୁରରେ ଆୟୋଜିତ ଇଦ ଉଲ ଫିତର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ଓ ମହିଳା ସବ ଇନ୍ସପେକ୍ଟର ସରସ୍ୱତୀ ସାହୁ । More

ବନ୍ୟଜନ୍ତୁଙ୍କ ଭିଡିଓ ମାମଲା: ସୋସିଆଲ ମିଡିଆରୁ କେତେ କରିଛନ୍ତି ରୋଜଗାର, ଖୋଳତାଡ କରିବ ଇଡି

ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରି ଟଙ୍କା ରୋଜଗାର ମାମଲାରେ ତଦନ୍ତ କରିବ ଇଡି। More

ଧରାପଡ଼ିଲା ଛତିଶଗଡ଼ ଅପରେସନରେ ଆହତ ମହିଳା ମାଓବାଦୀ, ସର୍ଚ୍ଚ ଅପରେସନ ବେଳେ ଗିରଫ

ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଖଲାରି ଥାନା ଅନ୍ତର୍ଗତ ଏକୱାରି ଗ୍ରାମରୁ ଜଣେ ଆହତ ମହିଳା ନକ୍ସଲକୁ ଗିରଫ କରିଛି ନବରଙ୍ଗପୁର ପୋଲିସ । More

ଶିମିଳିପାଳରେ ଲାଗିଛି ନିଆଁ, ହୁତ୍‌ ହୁତ୍‌ ହୋଇ ଜଳୁଛି ଜଙ୍ଗଲ

ଗତକାଲି ୧୩ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଏହା ଏବେ ୩୦ରୁ ଅଧିକ ପଏଣ୍ଟ ଅର୍ଥାତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । More

ରାଉରକେଲାରେ କିଏ ମାରିବ ବାଜି ? ସାରଦା ଓ ଦିଲୀପଙ୍କ ଉପରେ ସମସ୍ତଙ୍କ ନଜର

ଗତ ୨୦୧୪ ନିର୍ବାଚନ ଭଳି ଏଥର ମୈଦାନରେ ଦୁଇ ପୁରୁଖା ନେତା । ୨୦୧୪ରେ ଦୁଇ ନେତା ଦିଲୀପ ରାୟ ଓ ସାରଦା ପ୍ରସାଦ ନାୟକ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ସେଥିରେ ଦିଲୀପ ବାଜି ମାରିନେଇଥିଲେ। More

୪୫ ଡିଗ୍ରୀ ଛୁଇଁଲା ରାଜ୍ୟ ତାପମାତ୍ରା, ତାତିରେ ଆଉଟୁପାଉଟୁ ପୂରା ଓଡ଼ିଶା

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । More

ଟିକେଟ୍‌ କାଟିଲା କଂଗ୍ରେସ, ଦଳରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

ପ୍ରବୋଧଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ। ଯେଉଁଥିପାଇଁ ଅପମାନ ହୋଇଥିବା ଦର୍ଶାଇ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । More

‘ଭୁବନେଶ୍ୱରରେ ଶଙ୍ଖ, ନିମାପଡ଼ାରେ ହାତ ପ୍ରଚାର ଭଲ ଦିଶିବନି’

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। ତାଙ୍କୁ ନିମାପଡ଼ା ଟିକେଟ ଦିଆଯାଇଛି। More

ନାଁ ଥିଲା ଫିଟନେସ୍... ନାଁ ଥିଲା ଲାଇଫ୍ ଜାକେଟ୍... ଓଭରଲୋଡିଂ ପାଇଁ ଚାଲିଗଲା ୮ ନିରୀହ ଜୀବନ

ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ବାକି ୭ ନିଖୋଜଙ୍କ ମୃତଦେହ ପାଣିତଳୁ ଉଦ୍ଧାର କରାଯାଇଛି । More

ଜଳୁଛି ଜଙ୍ଗଲ କୁହୁଳୁଛି ନିଆଁ; ବୁଦାଠୁ ବଡ଼ ବଡ଼ ଗଛ, ସବୁକିଛି ପଦା ହୋଇଗଲାଣି

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଚଳିତ ଥର ଅର୍ଥାତ୍ ୨୦୨୩ ନଭେମ୍ବରରୁ ଆଜି ସୁଦ୍ଧା ରାଜ୍ୟର ୧୩ ହଜାର ୫୮୯ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ୧ ହଜାର ୩୯୬ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଛି। More

ଶାହଙ୍କ ବୟାନ ପରେ ଉତ୍ସାହିତ ରାଜ୍ୟ ବିଜେପି; ବୈଜୟନ୍ତ କହିଲେ, ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଥିଲା ବିଜେଡି

ନବୀନଙ୍କ ସହ ସାମ୍ନାସାମ୍ନି ଲଢିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢେଇ । More

ବିଜେଡି ଖେଳିଲା ସରପ୍ରାଇଜ୍ କାର୍ଡ; ବଡ଼ଚଣାରେ ବର୍ଷା ଇନ୍, ଅମର ଆଉଟ୍

ଆଗରୁ କ୍ରାଉଡ୍ ପୁଲର୍ ଭାବେ ଦଳ ପାଇଁ ପ୍ରଚାର କରୁଥିଲେ। ଦି' ଦିନ ତଳେ ଶଙ୍ଖ ଧରୁ ଧରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ହାତରେ ଟିକେଟ୍ ଧରାଇଦେଲା ବିଜେଡି। ତାହା ପୁଣି ବଡ଼ଚଣାରୁ, ଛ ଥରର ବିଧାୟକ ଅମର ଶତପଥୀଙ୍କ ସିଟରୁ। More