ସଂକ୍ଷେପରେ ଆଜିର ତାଜା ଖବର - Sunday, 31 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ମାତିଛନ୍ତି ଲୁଟେରା; ଥଣ୍ତାରେ ନିଶା ଦେଇ ବୁଲାଉଛନ୍ତି କଳାକନା

ସାବଧାନ ରାଜଧାନୀରେ ମାତିଛନ୍ତି ନିଶା ଦେଇ ଲୁଟ୍ କରୁଥିବା ଗ୍ୟାଙ୍ଗ। ରାସ୍ତାରେ ଅଟୋ ରଖି ଡାକିବେ, ମିଠା କଥା କହି ବନ୍ଧୁତା ସ୍ଥାପନ କରିବେ। ଆଉ ପରେ ଥଣ୍ଡା ପାନୀୟରେ ନିଶା ବାଟିକା ପକାଇ ପିିଇବାକୁ ଦେଇ ଅଚେତ ହେବା ପରେ ଲୁଟିବେ। More

ଛିଣ୍ତୁନି ଅଙ୍କ; ଟିକେଟ ପାଇଁ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ

ଜଗତସିଂହପୁର ପଲିଟିକ୍ସରେ ବିଜେଡି କନ୍ଦଳ। ସ୍ଥିତି ସାଂଘାତିକ। ଟିକେଟ ଅଙ୍କ ଛିଡୁନଥିବାବେଳେ ଦାବିଦାରଙ୍କ ସଂଖ୍ୟା ବଢୁଛି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଆଶାୟୀ। More

ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ, ୨୧ ଲୋକସଭାରେ ୨୧ଟି ବଡ଼ ସଭା କରିବ ବିଜେପି

ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । More

କାହାକୁ ଦେବେ ଟିକେଟ.. ଦୋ'ଛକିରେ ତିନିଦଳ..ୱେଟ୍ ଆଣ୍ଡ ୱାଚ୍ ପଲିସି ଆପଣେଇଛି ବିଜେଡି

ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା। More

ଆମ୍ବକୁ ଘାରିଛି ବିପଦ; ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ

ଗଛରେ ଆମ୍ବ କସି ଆସୁ ଆସୁ ଲାଗିଯାଉଛି ପୋକ। କଅଁଳ ଆମ୍ବରେ କଣା କରି ପଶି ଭିତରେ ଖୋଳ କରିଦେଉଛନ୍ତି। ଗୋଟେ ଆମ୍ବରୁ ଆଉ ଗୋଟିଏ, ଗୋଟେ ଗଛରୁ ଆର ଗଛକୁ ଚକଡା ଭଳି ଚରି ଯାଉଛନ୍ତି। More

ବିଜେଡିର ତୁଟୁନି ଭୁବନେଶ୍ବର ମଧ୍ୟ କଳି; ପୁଣି ଅମରେଶଙ୍କ ସମର୍ଥନରେ ନବୀନ ନିବାସରେ ଭିଡ଼...

ପୁଣି ଥରେ କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥନରେ ନବୀନ ନିବାସରେ ଫେରାଦ ହେଲେ ନେତା । ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଅମରେଶଙ୍କୁ ପ୍ରାର୍ଥୀ କରାଇବାକୁ ଦାବି କରି ଦଳର ବରିଷ୍ଠ ନେତାଙ୍କୁ ଜଣାଇଛନ୍ତି ।  More

ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି; କହିଲେ, ‘ଦୁର୍ଗର ପତନ ହେଉଛି’...

ବିଜେଡି ଉପରେ ବର୍ଷିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ । କହିଲେ ଦୁର୍ଗର ପତନ ହେଉଛି । ବିଜେଡି ଭଲ ଭାବେ ଜାଣି ସାରିଲାଣି ତାଙ୍କ ସ୍ଥିତି ଆଉ ନାହିଁ । More

ବିଜେପିରେ ସାମିଲ ହେଲେ ଅଭିନେତା ଆକାଶ ଦାସନାୟକ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ ଆକାଶ। More

ଓଲଟି ପଡ଼ିଲା ଗ୍ୟାସ୍ ଟ୍ୟାଙ୍କର; ଡ୍ରାଇଭର୍‌ ଗୁରୁତର

ଖଲ୍ଲିକୋଟ ଥାନା ଠାରୁ ୪୦୦ମିଟର ଦୂରରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ଘଟିଥିବାସ୍ଥାନ ଠାରୁ ଉଭୟ ପାର୍ଶ୍ୱର ୨ କିଲୋମିଟର ଯାଏଁ ରାସ୍ତା ସିଲ କରାଯାଇଛି। More

ଓଟିଭି ଲୋଗୋ ଥିବା ଫେକ୍ ପୋଷ୍ଟ; ଏଭଳି ଫେକ୍ ଖବରକୁ ବିଶ୍ୱାସ କରନ୍ତୁନି

ଓଟିଭିର ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି। ଏହି ଖବରକୁ ବିଶ୍ୱାସ ନକିବାକୁ ଆମେ ଅନୁରୋଧ କରୁଛୁ। More

ବିଜେଡିରେ ମିଶିଲେ ବିଜେପି ବିଧାୟକ ସୁକାନ୍ତ ଓ କଂଗ୍ରେସ ନେତା ଚିରଞ୍ଜୀବ

ଏବେ ଠିକ୍ ନିର୍ବାଚନ ପୂର୍ବରୁ ପୁଣି ଦଳ ବଦଳାଇଛନ୍ତି ସୁକାନ୍ତ। More

ତାତି ସହ ଦାଉ ସାଧୁଛି ଜଳାଭାବ, ଗୋଳିଆ ଓ ଦୂଷିତ ପାଣିରେ ବିତୁଛି ଜୀବନ

ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ । More

ନିର୍ବାଚନ ପୂର୍ବରୁ ଜନତାଙ୍କ ଚେତାବନୀ, ‘ଏଥର ନେତାଙ୍କୁ କରିବୁ ବୟକଟ୍’

ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ । More

ଝାଳନାଳ ବିଜେଡି, ରାଜଧାନୀରେ କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ... 

ଏକାମ୍ରରୁ ମଧ୍ୟ, ଭୁବନେଶ୍ବରର ୩ ଆସନରେ ବିଦ୍ରୋହୀଙ୍କ ଶାଣିତ ସ୍ବର । ବିଜେଡି ଝାଳନାଳ, କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ ।ଏଥର ରାଜଧାନୀରେ ବଡ଼ ଲଢ଼େଇ ହେବା ନେଇ ବଢ଼ିଲା ଚର୍ଚ୍ଚା... More

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; କଟକରୁ ଲଢିବେ ଭର୍ତ୍ତୃହରି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଓଡ଼ିଶାର ବଳକା ଥିବା ୩ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । More

ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ଚାରି ଦିନରେ ଦଳ ଛାଡ଼ିଲେଣି ୪ ଅଭିନେତା

ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ। More