ସଂକ୍ଷେପରେ ଆଜିର ତାଜା ଖବର - Friday, 29 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭଲ ନାହିଁ ମହାନଦୀ ସ୍ଥିତି ! ପାଣି ନମୁନା ପରୀକ୍ଷା କରି 'ସି' ଶ୍ରେଣୀଭୁକ୍ତ କଲା ପ୍ରଦୂଷଣ ବୋର୍ଡ

ପ୍ରଦୂଷଣ ଜ୍ୱାଳାରେ ଜର୍ଜରିତ ପ୍ରାଣଦାୟିନୀ ମହାନଦୀ । ପିଇବା ଦୂରର କଥା, ଗାଧୁଆ ଯୋଗ୍ୟ ବି ନୁହେଁ ମହାନଦୀ ପାଣି। More

କଣ୍ଟାମାଳରେ କଂଗ୍ରେସ ପ୍ରାର୍ଥୀ କିଏ ? ଦୌଡ଼ରେ ଆଗୁଆ ପ୍ରଶାନ୍ତ-ସରୋଜ

ବିଜେଡିରୁ ଯୋଦ୍ଧା ହେଲେ ମହିଧର ରଣା । ବିଜେପିରୁ କହ୍ନେଇ ଚରଣ ନା ଓମ୍ ପ୍ରକାଶ ? More

୨୦୨୪ରେ କିଏ ନେବେ ନୂଆପଡ଼ାର ନେତୃତ୍ୱ ? BJDରୁ ଢୋଲକିଆ.. BJPରୁ କିଏ !

ବିଜେପିରୁ ଏକାଧିକ ଆଶାୟୀଙ୍କ ଭିତରୁ ସୁଯୋଗ କାହାକୁ ? କଂଗ୍ରେସରୁ ଶରତ ପଟ୍ଟନାୟକ ଚନ ? More

ଅଣଓଡ଼ିଆ ଯାତ୍ରୀଙ୍କ ଗଳାବାଟ ପାଲଟିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର !

ପୁରୀ ଲୋକଙ୍କୁ ଖରାରେ ଛିଡ଼ା କରି ବାହାର ଭକ୍ତଙ୍କୁ ଛାଡୁଛି ପୋଲିସ୍ । More

କେମିତି ସ୍ୱଚ୍ଛ ହେବ ନିର୍ବାଚନ ? ବିଜେଡି ନଛାଡ଼ିବାକୁ ଅଫିସର ଦେଉଛନ୍ତି ଧମକ !

ପୋଲିସ ପ୍ରଶାସନ ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ସାଂଘାତିକ ଅଭିଯୋଗ । ବିଜେଡିରେ ରହିବାକୁ ଧମକାଉଛନ୍ତି ତତ୍କାଳୀନ ଆଇଜି: ପ୍ରଦୀପ ପାଣିଗ୍ରାହୀ । More

ନିର୍ବାଚନ ଯେତିକି ପାଖୋଉଛି, ସେତିକି ବଢୁଛି ଦଳ ଡିଆଁ ପର୍ବ

ପୂର୍ବତନ ବିଧାୟକ ପ୍ରକାଶ ବେହେରା ବି ବିଜେରେ ମିଶିବା ଚର୍ଚ୍ଚା । ବିଜେଡିକୁ ଘାରିଛି ଆମଦାନୀ ନେତାଙ୍କୁ କେମିତି କରିବ ଥଇଥାନ । More

୭୦ ହଜାର ଛୁଇଁଲା ଖାଣ୍ଟି ସୁନା ଦର, ମାସକରେ ମହଙ୍ଗା ହେଲାଣି ୫ ହଜାର ଟଙ୍କା

ରେକର୍ଡ ସ୍ତରରେ ସୁନା ଦର । ୭୦ ହଜାର ଛୁଇଁଲା ଖାଣ୍ଟି ସୁନା । ୨୨ କ୍ୟାରେଟ୍ ୬୩ ହଜାର ପାର୍ । ସୁନାର ଏମିତି ଦର ଦେଖି ସୁନାଗହଣା କିଣିବାକୁ ଡରିଲେଣି ଗ୍ରାହକ । More

ତାତିକୁ ବଳି ଯାଇଛି ଜଳକଷ୍ଟ, କେଉଁଠି ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି ୱାଟର ଏଟିଏମ

କେଉଁଠି ପାଣି ଟ୍ୟାପ୍ ଅଚଳ ତ ଆଉ କେଉଁଠି ଭାଙ୍ଗି ଗଲାଣି । ରାଉରକେଲାରେ ପାଣି ନେବା ପାଇଁ ବ୍ୟକ୍ତି ଜଣଙ୍କ ଟ୍ୟାପ୍ ପ୍ରେସ୍ କରୁଛନ୍ତି, ହେଲେ ପାଣି ଆସୁନି । More

ଫାଇଭ୍‌-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ୍‌ !

ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି। More

ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍; ବ୍ଲାଙ୍କ ଫାୟାରିଂ କରି ଲୁଟିନେଲେ ସୁନାଗହଣା

ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ ଲୁଟେରା। ଦମ୍ପତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ଲୁଟ ହୋଇଛି। More

ବିଜେପି ଛାଡ଼ିଲେ ସୁକାନ୍ତ ନାୟକ, ରାଜ୍ୟ ସଭାପତିଙ୍କୁ ପଠାଇଲେ ଧାଡ଼ିକିଆ ଇସ୍ତଫା ପତ୍ର

୨୦୧୯ ନିର୍ବାଚନ ପୂର୍ବରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ ସୁକାନ୍ତ। More

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅସମ୍ଭାଳ ଭିଡ଼, ହଇରାଣ ହେଉଛନ୍ତି ଶତାଧିକ ଶ୍ରଦ୍ଧାଳୁ

ଖରା ବଢ଼ିଥିବା ବେଳେ ଏଭଳି ଭିଡ଼ ଅନେକ ସମସ୍ୟା ସୃଷ୍ଟି କରିଛି। ଥରେ ଅଧେ ନୁହେଁ ଏଭଳି ଗଳା ବାଟରେ ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଛି। More

ଏତିକି ବେଳୁ ଜଳିଲାଣି; ମାର୍ଚ୍ଚ ନସୁରୁଣୁ ୪୦ ଡିଗ୍ରୀ ମୁହାଁ ପାରଦ

୩୯.୫ ଡିଗ୍ରୀ ସହ ବୌଦ୍ଦ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। More

ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ସାଲେପୁର ଓ କଟକ ଜିଲ୍ଲାରେ ପ୍ରକାଶଙ୍କ ରହିଛି ବେଶ୍ ଦବଦବା। ପ୍ରକାଶ ଏବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। More

ଘରେ ପଶୁ ପଶୁ ବାଜିଲାଣି ଚାଳ, ବିଭିନ୍ନ ଜିଲ୍ଲାରେ ଦଳ ଦୁଇ ଫାଳ !

ବିଜେଡିର ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ । କେଉଁଠି ପ୍ରତିବାଦ ତ କେଉଁଠି ସାମୂହିକ ଇସ୍ତଫା । ତେଜୁଛି ବିଭିନ୍ନ ପ୍ରାର୍ଥୀଙ୍କ ଟିକଟ୍ ପ୍ରତ୍ୟାହାର ଦାବି । More

‘ପାପଶକ୍ତି ବିରୋଧରେ ଲଢିବାକୁ ଯାଉଛି, ବିଜେଡିରେ ଗଣତନ୍ତ୍ର ନୁହେଁ ଜଣତନ୍ତ୍ର ଚାଲିଛି’

ସିଦ୍ଧାନ୍ତଙ୍କ ଦମ୍ଭୋକ୍ତି ଏଥର ଡବଲ୍ ଇଞ୍ଜିନ ସରକାର, ବିଜେଡିର ଆକ୍ଷେପ-ଦୁହେଁ ବିଗ୍ ଜିରୋ । More

କଂଗ୍ରେସ ଶିବିରରେ ଏବେବି ସସପେନ୍ସ, ଏପ୍ରିଲ ପହିଲାରେ ପ୍ରଥମ ପ୍ରାର୍ଥୀ ତାଲିକା

ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା ବୋଲି ଜଣାପଡ଼ିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । More

ଟିକେଟ୍ ପାଇଥିବା ନେତାଙ୍କୁ ଆଶ୍ୱସ୍ତ, ନାଁ ନଥିବା ନେତାଙ୍କର ହଜିଛି ନିଦ !

ପ୍ରଥମ ଦଫାରେ ଟିକେଟ୍ ପାଇଥିବା ବିଜେଡି ନେତାଙ୍କୁ ଆଶ୍ୱସ୍ତି । କିନ୍ତୁ ତାଲିକାରେ ନାଁ ନଥିବା ନେତାଙ୍କର ନିଦ ହଜିଯାଇଛି । ଏଭଳି ସ୍ଥଳେ କିଏ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରି ଟିକଟ୍ ଲବି କରୁଛି ତ ଆଉ କିଏ ଟିକଟ୍ ପାଇଁ ସୁପ୍ରିମୋଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି । More

ମହିଳାଙ୍କୁ ଟିକେଟ ପ୍ରତିଶ୍ରୁତି ପୂରଣ କରିବ ତ ବିଜେଡି! ବିଗିଡ଼ିବ ମିଶନ ଶକ୍ତି ଭୋଟ୍ ବଳ

ଭୁଶୁଡ଼ିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଗିଡ଼ିବ କି ମିଶନ ଶକ୍ତି ତଥା SHG ମହିଳାଙ୍କୁ ନିଜ ଆଡ଼କୁ ନେବା ପାଇଁ ଶାସକ ବିଜେଡିର ରଣନୀତି ? More