ସଂକ୍ଷେପରେ ଆଜିର ତାଜା ଖବର - Saturday, 23 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ SI, ଜବତ ଡିଏଲ୍ ଫେରାଇବା ପାଇଁ ନେଉଥିଲେ ଲାଞ୍ଚ

ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । More

କାଠଗଡ଼ାକୁ ଟଣା ହେଲେ ବାପାମା’ ଛେଉଣ୍ତ; ମୃତ ବାପାଙ୍କ ଋଣ ପାଇଁ କୋର୍ଟରୁ ଆସିଥିଲା ସମନ୍...

ଅକାଳରେ ଆରପାରିକୁ ଚାଲିଗଲେ ବାପାମାଆ । ହେଲେ ଦିବଂଗତ ବାପା ଚାକିରି କାଳରେ କରିଥିବା ଋଣ ପାଇଁ, ଏବେ କୋର୍ଟରେ ହାଜର ହେଲେ ୨ ନାବାଳକ ପୁଅ । More

ମେଣ୍ଟ ଦ୍ୱନ୍ଦ୍ୱ ହଟୁ ହଟୁ ଜୋର୍ ଧରିଲା ଯୋଦ୍ଧା ବଛା କସରତ୍, ଖୁବଶୀଘ୍ର ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ

ଏକାକୀ ଲଢେଇ ପାଇଁ ବିଜେପି-ବିଜେଡିର ନିଷ୍ପତ୍ତି ପରେ ଦୁଇ ଦଳର ପ୍ରସ୍ତୁତି ଜୋର। ଖୁବଶୀଘ୍ର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ। More

ହୀରାକୁଦରେ ଡାଇରିଆ ଡର; ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ !

ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ। More

କଟକରେ କାନି ଖାଉଛି ବିଜେଡି ଗୁଡ଼ି, ଶଙ୍ଖ ଶିବିର ଛାଡ଼ୁଛନ୍ତି ଜଣକ ପରେ ଜଣେ କଟକିଆ ନେତା

କଟକରେ କାନି ଖାଉଛି ବିଜେଡି ଗୁଡି। ପୁରୁଖା ଓ ଦକ୍ଷ ନେତା ଦଳ ଛାଡୁଛନ୍ତି। ଖୋଜା ଚାଲିଛି ମଙ୍ଗୁଆଳ। ଗତକାଲି ସାଂସଦ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା ପରେ କଟକ ରାଜନୀତି ବେଶ ସରଗରମ। More

ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍, ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି

ରାଜଧାନୀରେ ଧଳାଜହର ବେପାରର ନୂଆ ଟ୍ରେଣ୍ଡ। ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ। More

ମଦ ମାଫିଆଙ୍କ ଆତଙ୍କରାଜ, ରେଡ୍‌ ବେଳେ ଅବକାରୀ ଟିମ୍‌ ଉପରେ କଲେ ଆକ୍ରମଣ

ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ଟିମ୍‌ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପରେ ଖୁଣ୍ଟୁଣୀ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। More

କଏଦୀ ମୃତ୍ୟୁର ରହସ୍ୟ କ’ଣ, ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ?

କେମିତି ହେଲା କେନ୍ଦୁଝର ଜେଲର କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି? More

ଆଜି ‘ଆର୍ଥ ଆୱାର’, ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ

ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର । ଅର୍ଥାତ ପ୍ରତିବର୍ଷ ଭଳି ଏଥର ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ । ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ ଆଦିରେ ବିଜୁଳି ବନ୍ଦ କରି ଏହି ଦିବସ ପାଳିବେ ସମସ୍ତେ । More

ମୁଣ୍ଡ ଉପରେ ଖରାଦିନ; କଟକରେ ଘାରିଲାଣି ପାନୀୟ ଜଳ ସଙ୍କଟ !

ରାସ୍ତା କଡ଼ରେ ପାନୀୟଜଳ ପ୍ରକଳ୍ପ। କେଉଁଠି ଟ୍ୟାପ ଭାଙ୍ଗି ଯାଇଛି ତ କେଉଁଠି ଟ୍ୟାପରେ ପାଣି ଆସୁନି। ଜରାଜୀର୍ଣ୍ଣ ଅବସ୍ଥାରେ ଅଚଳ ଥଣ୍ଡା ପାନୀୟଜଳ ପ୍ରକଳ୍ପ ।  More

ଇଲେକ୍ଟୋରାଲ୍ ବଣ୍ଡ: ବିଜେଡି ପାଇଛି ୯୪୪ କୋଟି, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଦେଇଛି ୨୬୦ କୋଟି ଟଙ୍କା

ବିଜେଡିକୁ ସବୁଠୁ ଅଧିକ ନିର୍ବାଚନୀ ଚାନ୍ଦା ଦେଇଛି ଆଦିତ୍ୟ ବିର୍ଲା ଗ୍ରୁପ୍। ଓଡ଼ିଶାରେ କ୍ଷମତାସୀନ ଦଳକୁ ବୁଲେଇ ବଙ୍କେଇ ପହଞ୍ଚାଇଛି ପାଖାପାଖି ୨୬୦ କୋଟି ଟଙ୍କା। More

ବିଜେଡିରେ ଜଳଜଳ ଗୋଷ୍ଠୀ କନ୍ଦଳ, ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା

ନବୀନ ନିବାସରେ ଟିକେଟ କସରତ୍ । ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା । ବିଜେଡିକୁ ଭାରି ପଡିବେ କି ମାଳ ମାଳ ଆଶାୟୀ ? More

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍, ଏକାଠି ନୁହେଁ ଏକାକୀ ଲଢ଼ିବ ପଦ୍ମ ଦଳ

ମଧ୍ୟାହ୍ନରେ ଆକାଶ ସଫା ହୋଇ ଆସିଲାଣିର ବୟାନ। ଆଉ ଅପରାହ୍ଣ ହେଉ ହେଉ ସୋସିଆଲ୍ ମିଡିଆରେ ପୋଷ୍ଟ, ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ। More

ନୀରବି ଗଲା ଶାଣିତ ସ୍ବର; ଆଉ ଶୁଣିବାକୁ ମିଳିବନି ଦାମ୍ଭିକ ବାଣୀ, ପରପାରିକୁ ଚାଲିଗଲେ ସସସ୍ତଙ୍କ ପ୍ରିୟ ଦାମ ବାବୁ...

ଆଜିଠୁ କିନ୍ତୁ ନୀରବି ଗଲା ସେହି ଶାଣିତ ସ୍ବର...ଆଉ ଶୁଣିବାକୁ ମିଳିବନି ସେହି ଦାମ୍ଭିକ ଦାମ ବାଣୀ । ୮୩ ବର୍ଷ ବୟସରେ ଆଜି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ । More