ସଂକ୍ଷେପରେ ଆଜିର ତାଜା ଖବର - Sunday, 10 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୋଟ୍‌କୁ ଦେଖି ମାଳ ମାଳ କ୍ୟାବିନେଟ୍ ନିଷ୍ପତ୍ତି, ତଥାପି ଅସନ୍ତୁଷ୍ଟ ଶିକ୍ଷା ଓ ଅନ୍ୟ ବିଭାଗ କର୍ମଚାରୀ

ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ। More

ଅର୍ଥ ବାଧକ ସତ୍ତ୍ବେ ହାରିନି ଅଦମ୍ୟ ଇଚ୍ଛାଶକ୍ତି; ପାଦ ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା

ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି ?  More

ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦ୍ୱନ୍ଦ୍ୱରେ ଉଭୟ ଦଳର ନେତା ଓ କର୍ମୀ

କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ। More

SSB Odisha PGT Recruitment: ଓଡ଼ିଶାରେ ପୂରଣ ହେବେ ୧୦୬୧ PGT ଶିକ୍ଷକ; ଦରମା ୧.୪ ଲକ୍ଷ ପରେ

ଆପଣ ଶିକ୍ଷକ ହେବାର ଲକ୍ଷ ରଖିଛନ୍ତି ଆଉ ଏନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡିଶା ରାଜ୍ୟ ଚୟନ ବୋର୍ଡ(SSB Odisha) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୬୧ଟି ପଦବୀ ପୂରଣ ହେବ। More

ବଢ଼ିଲା ମେଣ୍ଟ ଚର୍ଚ୍ଚା, ପୁଣି ଦିଲ୍ଲୀ ଗଲା ରାଜ୍ୟ ବିଜେପି ଟିମ୍‌

ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଯାଇଛନ୍ତି। More

୨୪ ରେ ଖସିଯିବନି ତ ବିଜେଡିର ୨୦ ବର୍ଷର ଆସନ; ବଦଳିବ କି ବୌଦ୍ଧର ରାଜନୈତିକ ଗଣିତ ?

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍। More

୨୪ରେ ଯାଜପୁର ବିଜେପିର ଯୋଦ୍ଧା କିଏ..ଚତୁର୍ଥ ଥର ପାୱାରକୁ ଆସିବେ କି ପ୍ରଣବ?

ଶାସକ ଦଳର ସବୁଠୁ ପାୱାରଫୁଲ ନେତାଙ୍କ ଗଡ଼। ରାଜ୍ୟ ରାଜନୀତିର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆସନ, ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ମସିହାରୁ ବିଜେଡି ଆଉ ୨୦୦୯ରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିଛି ଏ ଆସନର ଶାସନ ଡୋରୀ। More

ଚର୍ଚ୍ଚାରେ ଓଡ଼ିଆ ଝିଅ ଅନନ୍ୟା; ଅଥଳ ସମୁଦ୍ର ମଝିରେ ଦେଖାଇଲେ ସାହସ, ବଞ୍ଚାଇଲେ ଜୀବନ

ଆକ୍ରମଣ ଖବର ପାଇବା ମାତ୍ରେ, ସହାୟତା ଲାଗି ସେଠାରେ ପହଞ୍ଚିଥିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ। ଏହି ଟିମରେ ଜଣେ ମାତ୍ର ଡାକ୍ତର ଥିଲେ, ୨୯ ବର୍ଷୀୟା ଓଡ଼ିଆ ଝିଅ ଅନନ୍ୟା। More

Panchang Today 10th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୪୦ ଗତେ ମୀନ ତିଥି- ଅମାବାସ୍ୟା ଦିବା ୦୨.୩୦ ଗତେ ପ୍ରତିପଦ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର,ରାତ୍ରି ୦୮.୪୦ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ More

ଇବ୍ ନଦୀରେ ଭାସି ୩ ନିଖୋଜ ଘଟଣା; ମିଳିଲା ୨ମୃତଦେହ

ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ପାଇଁ ସେମନାକୁ ଯାଇଥିଲେ । ଭୋଜି ସାରି ଇବ୍ ନଦୀରେ ଗାଧୋଇବା ପାଇଁ ଯାଇଥିଲେ। More

ଶ୍ରୀମନ୍ଦିର ପରିସରରେ ଲାଗିଲା ନିଆଁ

ଶ୍ରୀମନ୍ଦିର ପରିସର ବେଢ଼ାକାଳୀ ମନ୍ଦିରରେ ସର୍ଟସର୍କିଟ୍ ଯୋଗୁଁ ଲାଗିଲା ନିଆଁ। More

ଛିଣ୍ଡୁନି ମେଣ୍ଟ ଘାଣ୍ଟ; ବିଜେଡି ଚାହୁଁଛି, ବିଜେପି ରାଜି ହେଉନି ?

ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ। More

ପାଣି ପିଇ ପଞ୍ଚାୟତସାରା ରୋଗିଣା; କାହାର ମେରୁଦଣ୍ଡ ବଙ୍କା ତ କାହାକୁ ଗ୍ରାସିଛି ଅକାଳ ବାର୍ଦ୍ଧକ୍ୟ

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ। More

ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ? ପ୍ରଶ୍ନ.. ରତ୍ନ ଠିକ୍‌ରେ ଅଛି ତ ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ। More

ହୁ ହୁ ବଢୁଛି ସୁନାଦର, ସପ୍ତାହକ ମଧ୍ୟରେ ବଢ଼ିଲାଣି ୩ ହଜାର ୧୫୦ ଟଙ୍କା

ଉପରମୁହାଁ ସୁନା ଦର। କେବଳ ମାର୍ଚ୍ଚରେ ମହଙ୍ଗା ହେଲାଣି ୩ ହଜାର ୧୫୦ ଟଙ୍କା। ଖାଣ୍ଟି ସୁନା ୧୦ ଗ୍ରାମ ପିଛା ୬୫ ହଜାର ଟଙ୍କା ୮୫୦ ଛୁଇଁ ସାରିଥିଲା ବେଳେ ୨୨ କ୍ୟାରେଟ୍ ସୁନା ଦାମ ୬୧ ହଜାର ଟଙ୍କା ଆଡ଼କୁ ମୁହାଇଁଲାଣି। More