ସଂକ୍ଷେପରେ ଆଜିର ତାଜା ଖବର - Friday, 08 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ

ନିର୍ଦ୍ଧାରିତ ସମୟର ୧୫ ମିନିଟ ବିଳମ୍ବରେ ଅର୍ଥାତ  ରାତି୧୦ଟା ୧୫ ମିନିଟରେ ମହାଦୀପ ଉଠିଛି। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ମହାଶିବରାତ୍ରିରେ ସବୁଆଡେ ଆଧ୍ୟାତ୍ମିକ ପରିବେଶ ।  More

କଣ୍ଟେଣ୍ଟ କ୍ରିୟେଟରଙ୍କୁ ମିଳିଲା ସ୍ୱୀକୃତି, ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ପ୍ରଥମଥର ପାଇଁ ୨୦ଟି ବର୍ଗରେ ୨୩ ଜଣଙ୍କୁ ସମ୍ମାନ । ଆକର୍ଷଣ ସାଜିଲା ମଜାଳିଆ ଅନ୍ଦାଜରେ ମୋଦିଙ୍କ ଭାବବିନିମୟ । More

ଗୋଳିଆ ରାଜନୀତିର ଦ୍ୱନ୍ଦ୍ୱରୁ ଫାଇଦା ନେବାକୁ ଟାର୍ଗେଟ

କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି । More

ସିଟ୍ ଭାଗବଣ୍ଟା ଛିଣ୍ଡୁନଥିବାରୁ ଡେରି ହେଉଛି ମେଣ୍ଟ ଘୋଷଣା !

୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି  । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ  । More

ହବନି ମେଣ୍ଟ...ସବୁ ସସପେନ୍ସରେ ବିରାମ ଲଗାଇଲେ ମନମୋହନ

ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ମନମୋହନ । More

ମହାଶିବରାତ୍ରିରେ ମହାଦେବଙ୍କ ଉପାସନା; ଶୈବପୀଠରେ ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ, ମନ୍ଦିରରେ ବଢୁଛି ଭିଡ଼

ଆଜି ପବିତ୍ର ମହାଶିବରାତ୍ରି । ଜାଗର ପାଇଁ ଚଳଚଞ୍ଚଳ ସବୁ ଶୈବପୀଠ । ଶିବ ଆରାଧନାରେ ସମସ୍ତ ଭକ୍ତ ଓ ସାରା ଜଗତ । ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ । More

ଜାଗରରେ ଲିଭିଲା ସିନ୍ଦୁର...ଭାଙ୍ଗିଲା ଶଙ୍ଖା; ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର

ଆଜି ଜାଗର । କେତେ ଉପାସନା, କେତେ ଆରାଧନା । କିଏ ପରିବାରର ସୁଖ ମନାସି ନିର୍ଜଳା ଉପବାସ କରୁଛି ତ କିଏ ହସଖୁସିର ସଂସାର ପାଇଁ ଶିବ ଆରାଧନାରେ ନିମଗ୍ନ ରହୁଛି । ଏଭଳି ଏକ ବେଳାରେ ଏବଂ ଏଭଳି ଜଣେ ପତ୍ନୀର ଆଖି ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଯେ କୁମ୍ଭୀର ଭିଡ଼ି ମାରିଦେବ, ଭାବିଲେ ମନ ବିଚଳିତ ହୋଇଯାଉଛି । More

ଦୋକାନ ଘରକୁ ପିଟିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି; ଜବତ ହେଲା ୧ କୁଇଣ୍ଟାଲରୁ ଅଧିକ...

ବଲାଙ୍ଗିରରେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡି ନେଇ ଚମ୍ପଟ ମାରୁଥିବା ବେଳେ ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।  More

ED ହାତରେ ଦାମୀ କାର୍ … ବ୍ଲୁ ଅଡିକୁ ନେଇ ଚର୍ଚ୍ଚା, ଖୋଳତାଡ ଜାରି

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ । More

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ

ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହେବ। ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା। More

Panchang Today 8th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ରାତ୍ରି ୦୯.୧୯ ଗତେ କୁମ୍ଭ। ତିଥି- ୧୩ଶୀ ରାତ୍ରି ୦୯.୫୮ ଗତେ ୧୪ଶୀ । More

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ; ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା...

ଭାରି ପଡ଼ିଲା ଦାରିଦ୍ର୍ୟର ଦାଉ  । ବାପ ଛେଉଣ୍ଡ ନାତୁଣୀକୁ ସରକାରଙ୍କ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା’ । More

ଧର୍ମ ଦାଣ୍ଡରେ ଅଧର୍ମର ଖେଳ; ବ୍ୟାରିକେଡ୍ ଖର୍ଚ୍ଚରେ ମହାଦୁର୍ନୀତି ଅଭିଯୋଗ ! 

ବଡ଼ଦାଣ୍ଡରେ ବଡ଼ଧରଣର ବ୍ୟାରିକେଡ୍ ଦୁର୍ନୀତି ଅଭିଯୋଗ ।  ୨୦୨୦-୨୧ରେ ୨୧ ଲକ୍ଷ, ୨୩-୨୪ ବେଳକୁ କୋଟିଏ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ । ଅସ୍ଥାୟୀ ବ୍ୟାରିକେଡ୍ ବାବଦକୁ ଅପ୍ରତ୍ୟାଶିତ ଖର୍ଚ୍ଚବୃଦ୍ଧି ନେଇ ଅସନ୍ତୋଷ । More

BJP-BJD ମେଣ୍ଟ ନେଇ ବିଧିବଦ୍ଧ ଘୋଷଣା କେବେ ? ଦ୍ୱନ୍ଦ୍ୱରେ ଦୁଇ ଦଳର ନେତା-କର୍ମୀ

କାଲିର ଘମାସାନ ପରଠୁ ୨ ଶିବିରରେ ‘ମେଣ୍ଟ’ ସସପେନ୍ସ । ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଦଳର ନେତା ଏବଂ କର୍ମୀ । More

କେଉଁ ଫର୍ମୂଲାରେ ଛିଡ଼ିବ ବିଜେପି-ବିଜେଡି ମେଣ୍ଟ ଗଣିତ ?

ଲୋକସଭାରେ 13:8 ଓ ବିଧାନସଭାରେ 47:100 ଥିଓରୀ ଚର୍ଚ୍ଚା । More

ବିଜେଡିରେ ବିଜୟ ନନ୍ଦନ; ଆଶୀର୍ବାଦ ଦେଲାବେଳେ ନବୀନ କହିଲେ ‘ବାପାଙ୍କୁ ଜଣାଇଦେବ’...

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ । ବାପା ବିଦାର ୨୪ ବର୍ଷ ପରେ ବିଜେଡିରେ ମିଶିଲେ ପୁଅ ଅରବିନ୍ଦ । ଆଶୀର୍ବାଦ ଦେଲାବେଳେ ‘ବାପାଙ୍କୁ ଜଣାଇଦେବ’ କହିଲେ ନବୀନ ।  More