ସଂକ୍ଷେପରେ ଆଜିର ତାଜା ଖବର - Saturday, 02 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଓ ପରିଚାଳନା ଆଇନ୍, ବଦଳିଲା ୩ ସଂଜ୍ଞା

ବର୍ଷେ ନ ପୂରୁଣୁ ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଓ ପରିଚାଳନା ଆଇନ। ବଦଳିଲା ୩ ସଂଜ୍ଞା। ଆଉ ଛୋଟ ଆପାର୍ଟମେଣ୍ଟ କ୍ରେତାଙ୍କ ଲାଗି ଆଣିଲା ଖୁସି ଖବର । More

ବିଜେଡିର କିଏ ସେ ରଙ୍ଗ ମିସ୍ତ୍ରୀ ? କାହାକୁ ଚରମବାଣୀ ଶୁଣାଇଲେ ଅମରେଶ

ଘନେଇଲା ବିଜେଡିର ମଧ୍ୟ ଭୁବନେଶ୍ୱର ଟେନସନ୍। ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ଭିତରେ ବିବାଦକୁ ନେଇ ସରଗରମ ରାଜଧାନୀ ରାଜନୀତି। More

ଚର୍ଚ୍ଚାରେ ଲାଗିଲା ଫୁଲଷ୍ଟପ୍...ହବନି ମେଣ୍ଟ, ଏକା ଲଢ଼ିବେ ଉଭୟ ଦଳ

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । More

ପଦ୍ମ ପୋଖରୀରେ ଫୁଟୁଛି ଶଙ୍ଖ, ଜଣଙ୍କ ପରେ ଜଣେ ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା

ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି । More

ଅବହେଳିତ ଅବସ୍ଥାରେ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ: ଶହ ଶହ ବସ୍‌କୁ ଅଳ୍ପ ଯାଗା

ଓଡ଼ିଶାର ଅନ୍ୟତମ ବୃହତ୍ତମ ସହର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ଏବେ ଅବହେଳିତ ଅବସ୍ଥାରେ ରହିଛି ବସ୍‌ଷ୍ଟାଣ୍ଡ । ସିଟି ବସ୍‌ଷ୍ଟାଣ୍ଡ ନାମରେ ନାମିତ ଏହି ବସ୍‌ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନ ନାହିଁ । ଯାତ୍ରୀଙ୍କ ସୁବିଧା ଲାଗି ତୁରନ୍ତ ଅନ୍ୟ ଏକ ବସ୍‌ଷ୍ଟାଣ୍ଡର ଆବଶ୍ୟକତା ରହିଛି ବୋଲି ସହରବାସୀ କହିଛନ୍ତି । More

ରାମଲାଲାଙ୍କ ପ୍ରେମରେ ମତୁଆଲା ଭକ୍ତ; ସାଇକେଲ୍‌ରେ ବାହାରିଲେ ଅଯୋଧ୍ୟା..

ଯୁବକ ଜଣକ ରାମଲାଲାଙ୍କ ପ୍ରେମରେ ମତୁଆଲା ହୋଇ ଶ୍ରୀରାମଙ୍କୁ ଦର୍ଶନ ପାଇଁ ସାଇକେଲରେ ବାହାରିଛନ୍ତି। ସୋର ଠାରୁ ଅଯୋଧ୍ୟା ପାଖାପାଖି ୯ ଶହ କିଲୋମିଟର ଦୂର ହୋଇଥିବା ବେଳେ ତାଙ୍କୁ ପହଂଚିବାକୁ ପାଖାପାଖି ୮ ଦିନ ରୁ ଉର୍ଦ୍ଧ ସମୟ ଲାଗିବ। More

ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍‌

ଆପଣ ଘରେ ମଟନ୍‌ର ବିଭିନ୍ନ ରେସିପି ତିଆରି ଖାଇଥିବେ । କିନ୍ତୁ ଆଜି ଆମେ ମଟନ୍‌ର ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଯାହା ଆପଣ ଘରେ ବନେଇ ଖାଇ ପାରିବେ । More

ଜୋର ଧରିଲାଣି ଦଳବଦଳ ରାଜନୀତି; ଖଣ୍ତପଡ଼ା ବିଜେଜିରୁ ଖେଳିବ କିଏ ?

ନୟାଗଡ ଜିଲ୍ଲା ଓ କଟକ ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଖଣ୍ଡପଡା ନିର୍ବାଚନମଣ୍ଡଳୀକୁ ନେଇ ୨୦୨୪ରେ ଜୋରଦାର ଚର୍ଚ୍ଚା। ଏଥର ଖଣ୍ଡପଡ଼ାରେ ଖୋଲିବ କାହା ଭାଗ୍ୟ। ଆଗରୁ କଂଗ୍ରେସ ଆଉ ସ୍ୱାଧୀନ ପ୍ରାର୍ଥୀଙ୍କୁ ସର୍ବଦା ଗୁରୁତ୍ୱ ଦେଇଥିବା ଖଣ୍ଡପଡ଼ାରେ ଏବେବି ରହିଛି ବିଜେଡିର ଶାସନ। More

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି । More

ସରକାରୀ କାର୍ଯ୍ୟକ୍ରମରେ ମିଳିଲାନି କହିବାକୁ ସୁଯୋଗ, ଅଧାରୁ ଉଠି ଚାଲିଗଲେ ନରସିଂହ ମିଶ୍ର

ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦଘାଟନୀ ସଭା ଅଧାରୁ ଉଠି ଚାଲିଯାଇଥିଲେ। More

ବିଜେପିରେ ଯୋଗଦେବେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଗତ କିଛି ଦିନ ଧରି ରାଜୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ସେ ବିରାମ୍ ଲଗାଇ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଛନ୍ତି। More

ବିଜେଡିକୁ ଆଉ ଏକ ଝଟ୍‌କା ! ଦଳ ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି

ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । More

Panchang Today 2nd Mar 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଚନ୍ଦ୍ର- ତୁଳା ଦିବା ୦୮.୧୬ ଗତେ ବିଛା । ତିଥି-୬ଷ୍ଠୀ ପ୍ରାତଃ ୦୭.୫୪ ଗତେ ୭ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ବୃଷ,ସିଂହ ଓ କନ୍ୟା । More

ମେଣ୍ଟ ହେବନି, ଦିଲ୍ଲୀରୁ ଫେରି ଚିତ୍ର ସ୍ପଷ୍ଟ କଲେ ମନମୋହନ

ଓଡ଼ିଶାରେ ମେଣ୍ଟ ହେବନି କହିଲେ ମନମୋହନ ସାମଲ । ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବୁ । More

ମାତିଛନ୍ତି ଅଦୃଶ୍ୟ ଲୁଟେରା ! ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍ 

ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ । More

ରାଜ୍ୟରେ କମିଲେ କଲରାପତରିଆ ! ୨୦୧୮ରେ-୭୬୦, ୨୦୨୨ରେ-୫୬୮

NTCA ତଥ୍ୟକୁ ନେଇ ବଢିଲା ଚିନ୍ତା । କୁଆଡ଼େ ଗଲେ  ୧୯୨ ଲିଓପାର୍ଡ ? More

୨୪ ଲଢ଼େଇ ପାଇଁ କିଏ କିଏ ବିଜେପି ପ୍ରାର୍ଥୀ ? ରାତି ତମାମ୍ ମାନସ ମନ୍ଥନ

ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?  More

ଭୋଟ୍ ପୂର୍ବରୁ BJDରେ ମାଡ଼ିଲାଣି ବିଦ୍ରୋହ ରୋଗ, ନବୀନ ନିବାସ ପହଞ୍ଚିଲା ଟିକେଟ୍ କଳି

ଶକ୍ତି ପ୍ରଦର୍ଶନ ସହ ଶୀର୍ଷ ନେତୃତ୍ବଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍ । କିଏ, କେମିତି ହେବେ ମ୍ୟାନେଜ୍, ଚାଲିଛି କସରତ୍ । More

ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ; ମରି ବି ପୁଣି ଅମର ଦୁଇ +୨ ଛାତ୍ର

ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ । ମରି ବି ପୁଣି ଅମର ଦୁଇ +2 ଛାତ୍ର । ଓମ୍ ଶିବୁ ଓ ରାଜେନ୍ଦ୍ରଙ୍କ ମହତ ଦାନ । ପୁଅର ଅଙ୍ଗଦାନ କରି ପ୍ରେରଣା ସାଜିଲେ ପରିବାର  ।  More