ସଂକ୍ଷେପରେ ଆଜିର ତାଜା ଖବର - Saturday, 10 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନବୀନ ବ୍ରାଣ୍ଡର ବ୍ୟାଗ୍ ବଣ୍ଟାକୁ ନେଇ ତେଜିଲାଣି ବିରୋଧ, କେଉଁଠି ପୋଡ଼ି ତ କେଉଁଠି ହଙ୍ଗାମା

କେଉଁଠି ପୋଡ଼ି... କେଉଁଠି ପ୍ରତିବାଦ- ହଙ୍ଗାମା। ଭିନ୍ନ ଢଙ୍ଗରେ, ଭିନ୍ନ ବାଗରେ ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ। More

ଆଦିବାସୀଙ୍କ ସମ୍ପତ୍ତି ପାଇଁ ଚକ୍ରାନ୍ତ; କାମ କରୁଛି ବଡ଼ ରାକେଟ, ରାତି ଅଧିଆ ବଦଳି ଯାଉଛି ପଟ୍ଟା

ଆଦିବାସୀଙ୍କ ଭୂ-ସଂପତ୍ତି ହାତେଇବାକୁ ବଡ଼ ଚକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କାମ କରୁଛି ଏକ ବଡ଼ ରାକେଟ୍ । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ରାତି ଅଧିଆ ସବୁ କିଛି ବଦଳି ଯାଉଛି । More

ଭୁବନେଶ୍ୱରରେ ରାଣୀ ସୁଜ୍ଞାନଙ୍କ ପାର୍ଥିବ ଶରୀର; ଆସନ୍ତାକାଲି ଖଲ୍ଲିକୋଟରେ କରାଯିବ ଶେଷକୃତ୍ୟ

ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପରେ ଖଲ୍ଲିକୋଟ ସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ । More

୪ ସେକେଣ୍ତରେ ୯ ଲକ୍ଷ ଗାଏବ...ଚୋରଙ୍କ କବଜାରେ ରାଜଧାନୀ ବିବାହ ମଣ୍ତପ

ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ । More

ଫାଟିଲା ଗ୍ୟାସ୍‌ ସିଲିଣ୍ଡର; ୬ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ଏପରି ଅଭାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁରେ । ଉପରପଡ଼ା ଅଦାବରିଆ ପରିବାରରେ ଘରର ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏହି ଅଘଟଣ ଘଟିଛି । More

Railway Bhubaneswar Recruitment: ଓଡ଼ିଶାରେ ଚାକିରି; ଇଷ୍ଟକୋଷ୍ଟ ରେଳବାଇ ବାହାର କରିଛି ବିଜ୍ଞପ୍ତି, ଚୟନ ହେଲେ ଦରମା ୬୩ ହଜାର

ଓଡ଼ିଶାରେ ବାହାରିଲା ରେଳବାଇରେ ନିଯୁକ୍ତି। ଇଷ୍ଟକୋଷ୍ଟ ରେଳବାଇ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ କେତୋଟି ପଦବୀ ପୂରଣ ହେବ। ପ୍ରାର୍ଥୀ ଭୁବନେଶ୍ୱରରେ ରହି ଚାକିରି କରିବାର ସୁଯୋଗ ନେଇ ପାରିବେ। More

ଖୁସି ଖବର; ବଢ଼ିଲା ମଧୁବାବୁ ପେନସନ୍‌ ଟଙ୍କା, ଏହି ମାସରୁ ମିଳିବ ୧୦୦୦

ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା । More

ସ୍ୱାମୀ ରଖୁଥିଲା ପରକୀୟ ସମ୍ପର୍କ ! ୬ ମାସ ଛୁଆର ତଣ୍ଟି କାଟିଦେଲା ମା’

ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି । More

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ। More

ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ; ୭ ବର୍ଷ ଶିଶୁର ବି ଯାଇଛି ଜୀବନ

ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ସୂଚନା ମିଳିଛି। More

ସୁଜ୍ଞାନ କୁମାରୀ କ୍ଷମତା ପାଇଁ କେବେ ଲାଳାୟିତ ନଥିଲେ: ବୈଜୟନ୍ତ

ବର୍ତ୍ତମାନ ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କ ପୁଅ, ଭାଇ, ଭଉଣୀ ଓ ସଂପର୍କୀୟ ଉପସ୍ଥିତ ଅଛନ୍ତି । ଆଜି ରାତି ୭ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ । More

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଯୁବକ

ରରୁଆଁ ଥାନା ଅନ୍ତର୍ଗତ ବଡ଼ବିଲ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦୁତ ଖୁଣ୍ଟରେ ଚଢି ଯୁବକଙ୍କ ମୃତ୍ୟୁ ହୋଇଛି। More

ଆଜି ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ। More

୮୭ ବର୍ଷ ବୟସରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିିଥିଲେ। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି । More

ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ

ସୁଜ୍ଞାନଙ୍କୁ ଭେଟିବା ପାଇଁ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚିଛନ୍ତି। More

ମୁଣ୍ତ ଉପରେ ନିର୍ବାଚନ; ରତ୍ନଭଣ୍ତାର ଖୋଲିବାକୁ ଡରୁଛନ୍ତି ରାଜ୍ୟ ସରକାର ?

କଣ କହୁଛି ASIର ଲେଜର ସ୍କାନିଂ ରିପୋର୍ଟ ? ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ନା ଦୟନୀୟ ? କେବେ ଖୋଲାହେବ ମହାପ୍ରଭୁଙ୍କ ଧନରତ୍ନ ଗୃହ ? More

ସରିଲା ବିଧାନସଭା; ଗୋଟିଏ ଫ୍ରେମ୍‌ରେ ଶାସକ-ବିରୋଧି, ଭାବବିହ୍ଵଳ ହେଲେ ସୁର

୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ। More

ନବୀନଙ୍କ ଦେଖା ମିଳୁନି, ଦଳରେ ଥାଇ ଲାଭ କ’ଣ ? ନିର୍ବାଚନୀ ବର୍ଷରେ ଦଳ ଛାଡୁଛନ୍ତି ପୁରୁଖା ନେତା

ବିଜେଡିକୁ ଝଟକା। ଖୋଲୁଛି ଦଳୀୟ କନ୍ଦଳ ଗୁମର। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦେଲେ ଦଳରୁ ଇସ୍ତଫା। More

ଜିତିଲା ଚିକିତ୍ସା ବିଜ୍ଞାନ, ୯ ବର୍ଷର ପିଲାକୁ ନୂଆ ଜୀବନ ଦେଲା ଭୁବନେଶ୍ୱର ଏମ୍ସ

ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ । More