ସଂକ୍ଷେପରେ ଆଜିର ତାଜା ଖବର - Monday, 29 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଥମିନି ଅର୍ପଣ ରଥ ଓ ଗୁଆ-ଚାଉଳ କ୍ଷୋଭ !

ପରିକ୍ରମା ପରିଦର୍ଶନକୁ ନେଇ ସାଂଘାତିକ ଅଭିଯୋଗ । ସରକାରୀ ଟଙ୍କାରେ ବିଜେଡି କର୍ମୀଙ୍କୁ ନିଆଯାଉଥିବା ଅଭିଯୋଗ । More

ଏବେବି ରହସ୍ୟରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ! ‘CMଙ୍କ FBI ତଦନ୍ତ ଗଲା କୁଆଡ଼େ..?’

ବର୍ଷେ ପୂରିଲା, ତଥାପି ଅସ୍ପଷ୍ଟ । ଦିପାଳୀ କହିଲେ ଆଇନ ତା ବାଟରେ ଯିବ । More

କିଏ ଯିବେ ରାଜ୍ୟସଭା, ରେସ୍‌ରେ ପାଣ୍ତିଆନ୍‌ !

ଖାଲି ହେବ ଓଡ଼ିଶାର ୩ ରାଜ୍ୟସଭା ଆସନ। ଏପ୍ରିଲ୍ ୩ରେ ସରୁଛି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ। ଏହି ୩ ଜଣଙ୍କ ସମେତ ୧୫ଟି ରାଜ୍ୟର ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ବି ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। More

୨୪ ଭୋଟ୍ ପୂର୍ବରୁ ଖଡଗେଙ୍କ ହୁଙ୍କାର, ବିଜେପି-ବିଜେଡି କହିଲେ ଫରକ୍ ପଡ଼ିବନି !

ଜଣେ ଅଫିସରକୁ ବସାଇ ଏଠି ସରକାର ଚାଲିଛି: ଖଡଗେ । ନିଯୁକ୍ତି ଓ ଧନୀ-ଗରିବ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ । More

‘ଆଇନଶୃଙ୍ଖଳା-ଅପରାଧ-ମହିଳାଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ୱ’

ଦାୟିତ୍ୱ ଗ୍ରହଣ କଲେ ନୂଆ ପୋଲିସ କମିଶନର । ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ସଂଜୀବ ପଣ୍ଡା । More

ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌

ହେଲ୍‌ମେଟ୍‌ ପିନ୍ଧି କଳା ପଲ୍‌ସରରେ ଆସିଲେ ଦୁଇ ଦୁର୍ବୃତ୍ତ। ଦଶମ ଶ୍ରେଣୀ ଛାତ୍ରଙ୍କ ବେକରେ ଛୁରା ମାଡ଼ କରି ଚମ୍ପଟ ମାରିଲେ। More

କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନଂ ୱାନ୍‌

ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼। More

ଭୁବନେଶ୍ୱରରେ ଖଡ଼ଗେ; ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଦେବେ ଉଦ୍‌ବୋଧନ

ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଖଡଗେ। More

୧୧ ଦିନରେ ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ; ରାଜ୍ୟରେ ପ୍ରାଣୀଧନ ଚିକିତ୍ସା ଠପ୍‌ !

ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରାଣୀ ଚିକିତ୍ସାଳୟ ଖୋଲାବା ଲାଗି ଦାବି ହୋଇଛି । ରାଜ୍ୟରେ ଏବେ ମାତ୍ର ୫୪୩ଟି ପ୍ରାଣୀଧନ ଡାକ୍ତରଖାନା ରହିଛି । More

ରାଜ୍ୟରେ ପୁଣି ଖସିଲା ପାରଦ; ୧୩ ଡିଗ୍ରୀ ତଳେ ରାଜ୍ୟର ୧୨ ସହର

ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଅନ୍ୟପଟେ ୩୧ ତାରିଖରୁ ପୁଣି ଭିଜିବ ଓଡିଶା । More

ଆଜି ନବ ଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ; ନା ଘଟଣାର ହେଲା ପର୍ଦ୍ଦାଫାସ୍‌, ନା ଆଗକୁ ବଢ଼ୁଛି ତଦନ୍ତ

ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହେଉଛି । ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା । More

Panchang Today 29th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୯ ତାରିଖ ସୋମବାର । ଚନ୍ଦ୍ର- ସିଂହ ରାତ୍ରି ୦୧.୪୪ ଗତେ କନ୍ୟା । ତିଥି- ୪ର୍ଥୀ ଅହୋରାତ୍ର । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର,ରାତ୍ରି ୦୧.୪୪ ଗତେ ବୃଷ ରାଶିର । More

କାହା ପାଇଁ କଟକର ନେତାଜୀ ବସ ଟର୍ମିନାଲ ! ହନ୍ତସନ୍ତ ହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀ

ଯାତ୍ରୀଙ୍କୁ ରାଜାବଗିଚା ପଟୁ ବସଷ୍ଟାଣ୍ଡକୁ ଚାଲି ଚାଲି ଯିବା ଲାଗି ମିଳୁନି ଅନୁମତି, ଫଳରେ ଯାତ୍ରୀ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ଦେଇ ବସଷ୍ଟାଣ୍ଡକୁ ଆସିଲେ ଅଧିକ ୫୦୦ ମିଟର ଚାଲିବାକୁ ପଡୁଛି। More

କଳାବାଘ ସଫାରୀ ନାଁରେ ଭୁଆଁ ବୁଲାଉଛନ୍ତି କି ସରକାର?

ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ। More

ଦୀପକ ସାରଙ୍କ ନିଆରା ପାଠଶାଳା; ଗୀତ ଓ ଗପରେ ମନେ ରହୁଛି ଗଣିତ ସୂତ୍ର

ଅଙ୍କ, ହେଉ କି ଭୁଗୋଳ, ଇତିହାସ ହେଉ କି ବିଜ୍ଞାନ, ସାହିତ୍ୟ ଅବା ସାଧାରଣଜ୍ଞାନ..ଏଠି ଗୀତରେ ଗୀତରେ ସବୁ ପାଠ ସହଜ। More

କନେଷ୍ଟବଳ ବାବୁଙ୍କ ଡିଲ୍‌; ୩୦ ଲକ୍ଷ ଦେଲେ, ୬୦ ଲକ୍ଷ ନେବ ! ମାଡ଼ି ବସିଲା ପୋଲିସ..

ଟଙ୍କା ଡିଲ୍ ବେଳେ କନେଷ୍ଟବଳ ତନୁଜ ସାବତ ୬୦ ଲକ୍ଷ ଟଙ୍କା ନଦେଇ ୩୦ ଲକ୍ଷ ଟଙ୍କା ଝାଂପି ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । More

୧୦ରେ ପୁଣି ଓଡ଼ିଶା ଆସିପାରନ୍ତି ମୋଦି, ବିଶାଳ ମହିଳା ସମାବେଶରେ ଦେବେ ଉଦବୋଧନ

ଭୁବନେଶ୍ୱରରେ ବିଜେପି କରିବ ବିଶାଳ ମହିଳା ସମାବେଶ। ଯୋଗ ଦେବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି। ସମାବେଶରେ ୧୪ ରାଜ୍ୟର ପ୍ରାୟ ୨୫ ହଜାର ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। More