ସଂକ୍ଷେପରେ ଆଜିର ତାଜା ଖବର - Friday, 26 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଆ ପ୍ରଜ୍ଞାପନ ମେଢ଼ ଦେଖି ଅଭିଭୂତ ଫ୍ରାନ୍ସ ରାଷ୍ଟ୍ରପତି; ମନ ଜିଣିଲା ରଘୁରାଜପୁର ହସ୍ତକଳା

ତ୍ରିରଙ୍ଗା ଉଡୁଛି ପଲ୍ଲୀରୁ ଦିଲ୍ଲୀ। କର୍ତ୍ତବ୍ୟପଥରେ ଦେଶ ବଖାଣିଲା ବିକଶିତ ଭାରତର ଅସୀମ ଶକ୍ତି। More

ଭୋଟ୍ ପୂର୍ବରୁ ୩ ଦଳର ଫୋକସରେ ପଶ୍ଚିମ ଓଡ଼ିଶା, ଭୋଟରଙ୍କ ଆସ୍ଥା ଜିତିବାକୁ ଜୋରଦାର କସରତ୍

ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ୨୪ ନିର୍ବାଚନ ପାଇଁ ଭୋଟରଙ୍କୁ ମନେଇବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିବେ। More

Sports: ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଚେତେଶ୍ୱର ପୂଜାରା

ଚଳିତ ରଣଜୀ ସିଜନ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍‌? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ? More

ଉଲ୍ଲେଖନୀୟ ସେବା,ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ବିଶିଷ୍ଟ ସେବା ପାଇଁ ଓଡିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଡ଼ିସନାଲ ଏସପି ରବୀନ୍ଦ୍ର ନାଥ ଶତପଥୀ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି। More

ମିଳିଲାନି ଆମ୍ବୁଲାନ୍ସ, ୨୦ କି.ମି.ବୁହାହେଲା ଶବ

ମିଳିଲାନି ଆମ୍ବୁଲାନ୍ସ। ଗାଡ଼ି ଭଡ଼ା ଦେବାକୁ ନଥିଲା ଟଙ୍କା। ତେଣୁ ବାପଘର ଲୋକେ ମହିଳାଙ୍କ ମୃତଦେହକୁ ୨୦ କିଲୋମିଟର କୋକେଇରେ ବୋହି ଶାଶୁ ଘରକୁ ନେଇଥିଲେ। More

କୋରାପୁଟ ବୋରିଗୁମ୍ମାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଗୁରୁତର ଆହତଙ୍କୁ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। More

‘ଓଡ଼ିଶାରେ ଆରମ୍ଭ ହୋଇସାରିଛି ରାମରାଜ୍ୟ ପ୍ରକ୍ରିୟା, ରାଜ୍ୟରେ ୯୩% ଲୋକ ମୋଦିଙ୍କୁ କରୁଛନ୍ତି ସମର୍ଥନ’

ଗରିବଙ୍କୁ ଚାଉଳ ଦିଆଯାଉଛି, ଗରିବଙ୍କ କଷ୍ଟ କେବଳ ମୋଦି ହିଁ ବୁଝୁଛନ୍ତି । ତେଣୁ ରାଜ୍ୟରେ ବିକଳ୍ପ ସରକାର ଭାବେ ବାଛିବା ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି ବୋଲି କହିଛନ୍ତି ମନମୋହନ। More

ପିକଅପ୍‌ ଭ୍ୟାନ୍‌କୁ ଧକ୍କାଦେଲା ବସ୍‌; ୩ଜଣଙ୍କ ମୃତ୍ୟୁ

ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । More

ଫରଫର ଉଡ଼ିଲା ତ୍ରିରଙ୍ଗା; ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହେଲା ଗଣତନ୍ତ୍ର ଦିବସ

ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ITBP, CRPF, BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୋଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡ଼ରେ ସାମିଲ ହୋଇଛନ୍ତି । More

ଏଥର ୫ ଜଣଙ୍କୁ ପଦ୍ମ ବିଭୂଷଣ-୧୭ ଜଣଙ୍କୁ ପଦ୍ମ ଭୂଷଣ-୧୧୦ ଜଣଙ୍କୁ ପଦ୍ମଶ୍ରୀ

ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତି, ଜଣାଶୁଣା ବ୍ୟବସାୟୀ ସୀତାରାମ ଜିନ୍ଦଲ୍, ଗାୟିକା ଉଷା ଉଥପ୍ ଭଳି ୧୭ ଜଣଙ୍କ ନାଁ ପଦ୍ମ ଭୂଷଣ ପାଇଁ ଘୋଷଣା କରାଯାଇଛି। ଏହାବ୍ୟତୀତ ୧୧୦ ଜଣଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଛି। More

୭୫ତମ ଗଣତନ୍ତ୍ର ଦିବସ, କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରି-ରଙ୍ଗରେ ରଙ୍ଗାୟତ

ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। More

ଡାକ୍ତରାଣୀଙ୍କ ମହାନତା; ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଲେ ବାସଭବନ

ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି । More

ବିଜେପି ବରକୁ ବିଜେଡି କନିଆ ! କଂଗ୍ରେସ କଲା ପଲିଟିକାଲ୍ ବାହାଘର

ଶଙ୍ଖ-ପଦ୍ମ ନିବିଡ଼ ସଂପର୍କ ଅଭିଯୋଗ । ଓଡ଼ିଶାରେ ତେଲେଙ୍ଗାନା ଥିଓରୀ । More

ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ଆଦିତ୍ୟ ଏଲ୍‌-୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି । ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି । More

ନୂଆ ଓ' ପାଇଁ ପାଠକୁ ବଳି... ପ୍ରିନ୍ସପାଲଙ୍କ ଅଫର୍; ପରୀକ୍ଷା ଦିଅନି, ମାର୍କ ଆପେ ବଢ଼ିବ !

ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରିନସପାଲଙ୍କ ଫତୱା । ଛାତ୍ର ଅସନ୍ତୋଷ ସାଙ୍ଗକୁ ତେଜିଲା ରାଜନୀତି । More

ଅଦିନ ମେଘ ଉଜାଡ଼ିଲା ଦାନା; ସଢି ଯାଉଛି କଞ୍ଚା ପରିବା, ଚାଷୀ ମୁଣ୍ଡରେ ଚଡ଼କ

ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା । More