ସଂକ୍ଷେପରେ ଆଜିର ତାଜା ଖବର - Saturday, 30 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରଚାର ପ୍ରସାର ପାଇଁ ବଢ଼ିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟ୍, ବ୍ୟୟବରାଦ ଆଉ ୨୧୪ କୋଟି ବୃଦ୍ଧି

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି। More

ମା’ଘର ୱାର୍ଡେନ୍ ମୃତ୍ୟୁର ଫିଟୁଛି ଗୁମର ! ବାପା କହିଲେ ଝିଅକୁ ନିର୍ଯାତନା ଦେଇ ମାରିଛନ୍ତି 

ମେଡ଼ିକାଲ ଷ୍ଟାଫ୍ ଓ 'ଆଲିସା' ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ । ଜାନୁଆରୀ ୫ ରେ ଆଦିବାସୀ ସଂଘର ରାୟଗଡ଼ା ବନ୍ଦ ଡାକରା । More

କାୟା ମେଲାଉଛି କରୋନା ! ୨୪ ଘଣ୍ଟାରେ ୭୪୩ ଆକ୍ରାନ୍ତ, ୭ ମୃତ

ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ନେଇ ସତର୍କତା । ନୂଆବର୍ଷ ଉତ୍ସବ ଘରେ ପାଳିବାକୁ ସ୍ବାସ୍ଥ୍ୟ ବିଭାଗର ଅପିଲ । More

ଭିକେ ପାଣ୍ଡିଆନଙ୍କ ପାଠ ବହୁତ କମ୍, ଇତିହାସ ଜାଣିନାହାନ୍ତି କହିଲେ ପଞ୍ଚାନନ...

‘କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ’ । ‘ନବୀନଙ୍କ ବେଳେ ନୁହେଁ, ଜାନକୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ IOCL ହୋଇଥିଲା’ । More

ନୂଆବର୍ଷରୁ ଜଗାଦର୍ଶନରେ ବହୁ କଟକଣା, ଅଶାଳୀନ ପୋଷାକ ପିନ୍ଧିଥିଲେ ମନ୍ଦିରକୁ ମିଳିବନି ଏଣ୍ଟ୍ରି

ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ। More

‘ଓଡ଼ିଆ ଲୋକ ତୋଷାମଦକାରୀ ନ ହୋଇ ମା-ମାଟି-ମଣିଷ ପାଇଁ ଲଢ଼’

'ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ପକ୍ଷରୁ ଗବେଷଣା ହେବ' । 'ସ୍ୱାଧିନତା ସଂଗ୍ରାମର ଅଜଣା ନାୟକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ' । More

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା, ଦାୟିତ୍ୱରେ ରହିବେ ପିଏମ୍ ମୋଦି, ଶାହ ଓ ରାଜନାଥ

ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। More

ସରିଲା ରାଜ୍ୟ କ୍ୟାବିନେଟ୍‌ର ବୈଠକ, ୧୩ଟି ପ୍ରସ୍ତାବରେ ଲାଗିଲା ମୋହର

ସେହିପରି ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି, IIPH ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଛି। ୨୦୦ଟି ନୂଆ ଇ-ବସ୍ କିଣି ଚଲାଇବେ ରାଜ୍ୟ ସରକାର। More

ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଭାବେ ପୋଲିସ ଡିଜି ଦାୟିତ୍ୱ

୧୯୯୦ ବ୍ୟାଚ୍‌ର IPS ଅଫିସର ହେଉଛନ୍ତି ଅରୁଣ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । More

ଓଡ଼ିଶା ପାଇଁ ଗୌରବ ଆଣିଲେ ଦେବାଂଶ; ଜାତୀୟ ରୋଲର୍‌ ସ୍କେଟିଂ ଚାମ୍ପିୟନସିପ୍‌ରେ ଜିତିଲେ କାଂସ୍ୟ ପଦକ

ଜାତୀୟ ରୋଲର ସ୍ପିଡ୍‌ ସ୍କେଟିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିବାରେ ଏ ଆର୍‌ ଦେବାଂଶ ହୋଇଛନ୍ତି ପ୍ରଥମ ଓଡ଼ିଆ । More

ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ: BMC

ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର । More

ଲକ୍ଷ୍ମୀ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ଏଣ୍ଟ୍ରି, କର୍ମଚାରୀଙ୍କ ସହ ନିର୍ଦ୍ଦେଶକଙ୍କୁ ପଚରାଉଚରା

ବଢୁଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସ୍ଥିତ ମା’ ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ରହସ୍ୟ । ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିବା ଆଶଙ୍କା କରାଯାଉଛି । More

ଡରାଇଲାଣି କରୋନା, ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ

ପୁଣି ଡରାଇଲାଣି କରୋନା । ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । More

କର୍ତ୍ତବ୍ୟପଥରେ ଦେଖିବାକୁ ମିଳିପାରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ

ସାଧାରଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବାକୁ ଥିବା ବେଳେ, ଓଡ଼ିଶାରୁ ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଛନ୍ତି ଶିଳ୍ପୀ କୀର୍ତ୍ତି କିଶୋର ମହାରଣା । More

ପ୍ରବଳ ଶୀତ ! କୋରାପୁଟ-ସୁନ୍ଦରଗଡ଼ରେ ଘରୁ ବାହାରିଲେ ଦେହ ଥରୁଛି..

ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ । More

Panchang Today 30 Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- କର୍କଟ ନିଶାନ୍ତ ୦୫.୪୨ ଗତେ ସିଂହ । ତିଥି- ୩ୟା ଦିବା ୦୯.୪୪ ଗତେ ୪ର୍ଥୀ । ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ପୁରୀରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ..

ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି । More

ଭୁବନେଶ୍ୱରରୁ କିଡ୍‌ନାପ୍‌, ଯାଜପୁରରୁ ଉଦ୍ଧାର

ପୋଲିସର କହିବା କଥା, ଅପହୃତ ଯୁବକ ଶଙ୍କର୍ଷଣ ଦାସ ନୁହଁ, ତାଙ୍କ ନାଁ ପିଣ୍ଟୁ ସାହୁ। ତାଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏ More

ରାଜଧାନୀରେ କୁକୁରଙ୍କ ପାଇଁ ମଶାଣି କରିବ BMC

ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି । More

ପଦ୍ମପୁର ଲାଗି ନୂଆ ADM ପଦବୀକୁ ମଂଜୁରୀ, ଚଭନ କୁନାଲ ମୋତିରାମ ହେଲେ ନୂଆ ADM

ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର। More

ଗୋଳିଆ ଗଞ୍ଜାମ ଗଣିତ; ଅଲୋଡ଼ା ହେଲେଣି ପୁରୁଖା, ବିଜେଡି ପାଇଁ ବଢ଼ିବ ଅଡୁଆ !

କିଏ ଦୁଇ ଥରର ବିଧାୟକ ତ କିଏ ଥରେ । କିଏ ବିଜେଡି ଆରମ୍ଭରୁ ଅଛନ୍ତି ତ ଆଉ କିଏ ୧୮ ବର୍ଷ ଧରି ଦଳ ସହ ଜଡିତ । ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି, ବିଜୁ ଜନତା ଦଳର ବରିଷ୍ଠ ନେତା । More

କରୋନା ଆକ୍ରାନ୍ତ ବଢ଼ିବା ପରେ ଆଲର୍ଟ, ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି

ଏଥିସହ କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ କୁହାଯାଇଛି । More