ସଂକ୍ଷେପରେ ଆଜିର ତାଜା ଖବର - Wednesday, 27 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର "ଫେସ୍ ଅଫ୍ ଦ ଇୟର"

'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪ରେ "ଫେସ୍ ଅଫ୍ ଦ ଇୟର ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର । More

ଜିରୋ ନାଇଟ୍‌ ପାଇଁ ନୂଆ ନିୟମ; ମାତାଲ୍‌ଙ୍କୁ କାର୍‌ ବୁକ୍‌ କରି ଘରେ ଛାଡ଼ିବେ ପବ୍‌ ମାଲିକ

ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ । More

ପ୍ରଶାସନ ବୁଝୁନି, ଭକ୍ତ ହନ୍ତସନ୍ତ; ସମ୍ଭାଳି ନପାରି ବ୍ୟାରିକେଡ୍‌ରେ ମଳତ୍ୟାଗ କଲେ ଶ୍ରଦ୍ଧାଳୁ

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଲେ ଜଣେ ଭକ୍ତ । ସୀମା ଟପିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା । More

ନୂଆବର୍ଷରୁ ନନ୍ଦନକାନନରେ ଚିତା ଦେଖିବେ ଦର୍ଶକ

ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି । More

ପାଣ୍ଡିଆନଙ୍କ ପାଦ ପଡ଼ିଥିଲା ବୋଲି ମନ୍ଦିରରେ ଗୋବର ପାଣି ଛିଞ୍ଚିଲେ ସେବାୟତ !

ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗ୍ରସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ । ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । More

ଅରୁଣଙ୍କ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ ! ଘରିଗଲେ ଚାଷୀ, ପଚାରିଲେ ପ୍ରଶ୍ନ...

କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ବିଧାୟକ ନୟାଗଡ଼ ବିଧାୟକ ଅରୁଣ ସାହୁ। More

ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଲା ଏକଲବ୍ୟ କ୍ରୀଡା ପୁରସ୍କାର

ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ। ଟେନିସ ଖେଳାଳି ଦେବାଶିଷ ସାହୁ ପାଇଲେ ଏକଲବ୍ୟ ପୁରସ୍କାର। More

‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ। More

ଶ୍ରୀମନ୍ଦିର ଆଗରେ ବ୍ୟାରିକେଡ୍ ଯନ୍ତ୍ରଣା, ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଅଚେତ ହେଲେ ମହିଳା

ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । More

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। More

ତେଲକୋଇ ବନାଞ୍ଚଳରେ ଅଘଟଣ, ଟ୍ରକ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ନୟାଗଡ଼ ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା। More

Panchang Today 27th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ପ୍ରତିପଦ ଅହୋରାତ୍ର । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ।ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ କେଉଁ ସମୟ ଅଶୁଭ... More

ସରପଞ୍ଚ-ପୂର୍ତ୍ତ ବିଭାଗ SDO ମାରପିଟ୍ ଘଟଣା, ଉଭୟ ବାବୁ ଓ ସରପଞ୍ଚ ଗିରଫ

ବଲାଙ୍ଗିର ହରିଶଙ୍କର ପୀଠର ଉନ୍ନୟନ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ। More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ଏକାମ୍ର କ୍ଷେତ୍ର ଅଧିପତିଙ୍କୁ ଶ୍ରୀକ୍ଷେତ୍ର ଆମନ୍ତ୍ରଣ

ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ । ଉତ୍ସବ ଲାଗି ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ । More

ଖୋଲୁଛି ସରକାରଙ୍କ ଧାନମଣ୍ଡି ପୋଲ୍, ଛତିଶଗଡକୁ ହେଉଛି ଚୋରା ଚାଲାଣ

କଳାହାଣ୍ଡିରୁ ଧରାପଡିଲା ଦୁଇ ଶହ କ୍ୱିଣ୍ଟାଲ ଧାନ । ଆଜିବି ରାଜ୍ୟପାଳଙ୍କ ଆଗରେ ମଣ୍ଡି ଦୁଃଖ ବଖାଣିଲେ ଚାଷୀ । More

ବିଜେଡିରେ ଜଳ ଜଳ ଗୋଷ୍ଠି କନ୍ଦଳ ! ବିଭିନ୍ନ ସ୍ଥାନରେ ପାରାଲାଲ ପ୍ରତିଷ୍ଠା ଦିବସ ପାଳନ

ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ବଢିଲା ଦଳର ଟେନ୍ସନ୍ । ବିଜେଡି ପାଇଁ ଅଧିକ ଚ୍ୟାଲେଞ୍ଜିଂ ହେବ କି ଅନ୍ତଃକନ୍ଦଳ ? More

ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ 'ଉତ୍‌ସାହିତ୍ୟ' ର ଚତୁର୍ଥ ସଂସ୍କରଣ ଆୟୋଜିତ; ଟାଇମ୍‌ ପାସ୍‌ ବୁକର୍‌ ପାଇଲେ ମହାଶ୍ଵେତା ସାହୁ

ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍‌ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ। More

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଛାତ୍ର ଜୀବନକୁ କଳଙ୍କିତ କରିବାକୁ ଚେଷ୍ଟା କରୁଛି କିଏ ?

ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି । More