ସଂକ୍ଷେପରେ ଆଜିର ତାଜା ଖବର - Tuesday, 05 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜିଲ୍ଲା ମାନ୍ୟତା ରାଜନୀତି: ମୁଖ୍ୟମନ୍ତ୍ରୀ କଥାଦେଇଥିଲେ ଡିସେମ୍ବର ସୁଦ୍ଧା ମିଳିବ ମାନ୍ୟତା

ତେଜୁଛି ଜିଲ୍ଲା ମାନ୍ୟତା ରାଜନୀତି । ନିର୍ବାଚନ ପାଖେଇବା ସହ ଦାବି ବି ଜୋର୍ ଧରୁଛି । ପଦମପୁରକୁ ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ପାଦେ ଆଗେଇଥିବା ବେଳେ ବିରୋଧୀ କିନ୍ତୁ ଏଥିରୁ ଭୋଟ୍ ରାଜନୀତିର ଗନ୍ଧ ବାରିଛନ୍ତି । More

ବଢୁଛି ଅପରାଧ: ପ୍ରତି ୩ ଘଣ୍ଟାରେ ୨ ଜଣଙ୍କୁ ଅପହରଣ

ପ୍ରତିଦିନ ରାଜ୍ୟରେ ୧୬ ଜଣ ଅପହରଣ ହେଉଛନ୍ତି, ଆଉ ନିଖୋଜ ହେଉଛନ୍ତି ୫୧ ଜଣ। ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ- NCRBରୁ ମିଳିଛି ଏଭଳି ଆଖି ତରାଟିଲା ଭଳି ତଥ୍ୟ। More

ନବୀନ ସରକାରରେ କାନ୍ଦୁଛି ଚାଷୀ: ଦୁର୍ନୀତିର ଖିଅ କାଢିବାକୁ ସିିବିଆଇ ତଦନ୍ତ ଦାବି କଲା ବିଜେପି

ଓଡ଼ିଶାରେ ପ୍ରମୁଖ ଚାଷ ଧାନଚାଷ କିନ୍ତୁ ଦୀର୍ଘ ବର୍ଷ ଧରି ଓଡ଼ିଶାର ଚାଷୀ ଶୋଷିତ ହେଉଛି। ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିନଥିବା କାରଣରୁ ଚାଷୀ ତାର ଧାନକୁ ୧୩ ଶହରୁ ୧୪ ଶହ ଟଙ୍କାରେ ଦଲାଲମାନଙ୍କୁ ବିକିବା ପାଇଁ ବାଧ୍ୟ ହେଉଛି। More

ମହିଳା ଭୋଟ୍ ପାଇଁ ବିଜେପି ଆପଣେଇବ କି ଏମ୍‌ପି ଓ ଛତିଶଗଡ଼ ଫର୍ମୁଲା?

ଓଡିଶାରେ ବିଜେପି ଆପଣାଇବ କି ମଧ୍ୟପ୍ରଦେଶ ଆଉ ଛତିଶଗଡ ବିଜୟ ଫର୍ମୂଲା ? ରାଜ୍ୟରେ କରିପାରେ କି ମଧ୍ୟପ୍ରଦେଶର ଲାଡଲି ବେହେନା ଆଉ ଛତିଶଗଡରେ ଦଳର ମହତାରୀ ବନ୍ଦନ ଭଳି ସ୍କିମ୍ ଷ୍ଟ୍ରାଟେଜି ? More

‘ମିଗଜୋମ୍’ ଦେଖାଇଲା କୋପ; ଉପୁଡିଲା ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ

ତୋଡ ଦେଖାଇଲା ଭୀଷଣ ବାତ୍ୟା ମିଗଜୋମ୍। ଉପୁଡିଲା ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଦିନ ପ୍ରାୟ ସାଢେ ୧୨ଟାରେ ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିଛି। More

ଆବେଦନ ପତ୍ରରେ ତ୍ରୁଟି; ପ୍ରତ୍ୟୁଷାଙ୍କୁ ଏବେ ବିବାହ କରିପାରିବେନି ବିଜୟ ଶଙ୍କର

ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ କଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ । More

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ରାଜଧାନୀ ଉପକଣ୍ଠ ମେଡିକାଲରେ ନାହାନ୍ତି ଡାକ୍ତର

ନିର୍ଭର କରୁଛନ୍ତି ୬ ପଞ୍ଚାୟତର ୫୦ ହଜାର ଲୋକେ । ବିପଦଶଙ୍କୁଳ ପାଲଟିଲାଣି ଡାକ୍ତରଖାନା କୋଠା । More

Today Panchang 5th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୩୭ ଗତେ ୯ମୀ । More

ଚାଷୀ କାନ୍ଦିଲେଣି, ଯୁଆଡ଼େ ଦେଖିବ ସିଆଡ଼େ ପାଣି; ଘର ଦୁଆର ବୁଡ଼ିଗଲାଣି, କାର ଭାସିଲାଣି !

ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ବି ସୂଚନା ମିଳିଛି More

ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗଜୋମ’

ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାପାଟଲା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ଅତିକ୍ରମ କରିବ ବାତ୍ୟା । More

ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର, ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି

ପ୍ରଥମାଷ୍ଟମୀ ପାଇଁ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜାର୍ଚ୍ଚନା । ବଡ଼ ପୁଅ ଝିଅଙ୍କୁ ନୂତନ ବସ୍ତ୍ର ପିନ୍ଧାଇ କରାଯାଏ ବନ୍ଦାପନା । More

ଜମୁଛି କଟକ ବାଲିଯାତ୍ରା; କୋଲକାତା ମାଛଜାଲର ସ୍ୱତନ୍ତ୍ର ଚାହିଦା

ଯାହା କେଉଁଠି ମିଳେନି, ତାହା ବାଲିଯାତ୍ରାରେ ମିଳେ । ସେ ସୁସ୍ୱାଦୁ ଖାଦ୍ୟ ହେଉ ଅବା ଘରକରଣା ସାମଗ୍ରୀ । More

ବାଲିଯାତ୍ରାରେ ଟାଟୁର କ୍ରେଜ୍; ବିଭିନ୍ନ ଡିଜାଇନର ଟାଟୁ ତିଆରୁଛନ୍ତି ଟାଟୁଶିଳ୍ପୀ

ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର । More

ସାଧାରଣ ମଣିଷ ପାଲଟିଛି ରକ୍ତ ପିପାଷୁ ! ମହିଳା ଅସଦାଚରଣରେ ଓଡ଼ିଶା ୪ର୍ଥ

ନର ହତ୍ୟା..ଶିଶୁ ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମ୍ । ଦେଶ ହେଉ କି ରାଜ୍ୟ, ସବୁଠି ଘାଇଁ ଘାଇଁ ବଢି ଚାଲିଛି ଏ ସଂଖ୍ୟା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ବା NCRBର କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟରୁ ଆସିଛି ଏ ସମ୍ପର୍କିତ ଆଖି ତରାଟିଲା ଭଳି ତଥ୍ୟ । More

ସୀମା ପାର୍ ପ୍ରେମର ବିରହ କାହାଣୀ; ୬ ବର୍ଷ ତଳୁ ସରିଛି ବାହାଘର, ଧୋକା ଦେଇଛି ସ୍ୱାମୀ

କମର୍ଦ୍ଦାର ଯୁବକଙ୍କ ବାପାଙ୍କ ଅଭିଯୋଗ- ଯୁବତୀ କହୁଛନ୍ତି ମିଛ କଥା । ସ୍ବାମୀକୁ ଖୋଜି ଖୋଜି ବାଲେଶ୍ବରରେ ପହଞ୍ଚିଲେ ବାଂଲାଦେଶୀ ଯୁବତୀ More

ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ; ଏଥିପାଇଁ ଦାୟୀ କିଏ ?

NHରେ ବେଆଇନ ଗାଡ଼ି ପାର୍କିଂ ଡାକୁଛି ବିପଦ । ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ । କେନ୍ଦୁଝର ହେଉ ବା ଭୁବନେଶ୍ୱର ଅଥବା ଆଜି ଯାଜପୁରରେ ଘଟିଥିବା ଦୁର୍ଘଟଣା, ସବୁଠି ବେଆଇନ ଗାଡ଼ି ପାର୍କିଂ ହିଁ ଦୁର୍ଘଟଣା ପଛର ମୁଖ୍ୟ କାରଣ । More