ସଂକ୍ଷେପରେ ଆଜିର ତାଜା ଖବର - Sunday, 26 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱର ଇମ୍ଫା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା BIPF ପରିଚାଳନାରେ ମାଗଣା ସ୍ୱାସ୍ଥ୍ୟ ସେବା ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। More

କାଲି କାର୍ତ୍ତିକ ପୂର୍ଣ୍ଣିମା, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ। More

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ର୍ପୂବରୁ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । More

ହୋଟେଲ ଭିତରେ ପଶି ମାଲିକଙ୍କୁ କରିଥିଲେ ଆକ୍ରମଣ, ଏବେ ବାନ୍ଧିଲା ପୋଲିସ୍‌

ମାଲିଙ୍ଗା ଓ ତାର କିଛି ସହଯୋଗୀ ମାରଣାସ୍ତ୍ର ଧରି ହୋଟେଲ ଭିତରେ ପଶି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏହାପରେ ଅର୍ଦ୍ଧ ନିର୍ମିତ ଲିଫ୍ଟର ଉପର ମହଲାରୁ ତଳକୁ ଠେଲି ଦେଇଥିଲେ। More

ଶୁଭ୍ରାଂଶୁଙ୍କୁ ଭରସା କଲେନି ଧୋନି, IPL-17 ପୂର୍ବରୁ ସେନାପତିଙ୍କୁ ରିଲିଜ୍‌ କଲା CSK

ଚଳିତ ଆଇପିଏଲ ସିଜିନ୍‌ ଆରମ୍ଭ ପୂର୍ବରୁ ଶୁଭ୍ରାଂଶୁ ସେନାପତିଙ୍କୁ ଦଳରୁ ରିଲିଜ୍‌ କରିଛି ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱଧୀନ ସିଏସ୍‌କେ। ଶୁଭ୍ରାଂଶୁ ସେନାପତିଙ୍କ ସହ ଆଉ ମୋଟ୍‌ ୮ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି ଚେନ୍ନାଇ। More

ମାଲକାନଗିରିରୁ ଟଲିଉଡ୍,ତେଲୁଗୁ ସିନେମାର ନାୟିକା ହେବେ ଓଡ଼ିଆ ଝିଅ

‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ....ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ...କାଲିମେଳା ଏମଭି ୭୫ ଗାଁର ମୋନିକା ସମାଦ୍ଦାର... More

ଲଜ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର...

ବ୍ରହ୍ମପୁରର ଏକ ଲଜ୍‌ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ଘର କେରଳ ରାଜ୍ୟର ବୋଲି ଜଣାପଡ଼ିଛି । More

Today Panchang 26th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଆଜି ଶ୍ରୀଜିଉଙ୍କ ଲକ୍ଷ୍ମୀ ନୃସିଂହ ବେଶ, ପ୍ରଶାସନକୁ ଘାରିଛି ଭିଡ଼ ନିୟନ୍ତ୍ରଣ ଚିନ୍ତା...

ଆସନ୍ତାକାଲି ସୋମବାର ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ରହିଛି । ଏଥିଲାଗି ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି । More

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ, ତରଣ

ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି । More

ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । More

କେବେ ସୁଧୁରିବ ବିଦ୍ୟୁତ ବ୍ୟବସ୍ଥା ? ଛତିଶଗଡ଼ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ କଟିଗଲା ଲାଇନ୍‌

କାହିଁକି ଓ କାହାଦ୍ୱାରା ଘଟିଲା ଏଭଳି ବିଭ୍ରାଟ୍ ? ତାହା ସ୍ପଷ୍ଟ ହୋଇନଥିବା ବେଳେ, କଳିଙ୍ଗ ପୁସ୍ତକ ମେଳା ଆୟୋଜିକା କହିଛନ୍ତି, ଜାତୀୟ ସଂଗୀତ ପରିବେଷଣ ବେଳେ ଲାଇନ୍ ଚାଲିଗଲା ଏବଂ ଜେନେରେଟର ଚାଲୁ କରିବା ସମୟରେ ପୁଣି ଆସିଗଲା । More

ଭକ୍ତ-ଭଗବାନଙ୍କ ଆଗରେ ଭାଙ୍ଗିଗଲା ଜିଦ୍; ବଡ଼ଓଷାରେ ହାର୍ ମାନିଲେ ସେବାୟତ-ପ୍ରଶାସନ

ବଡ଼ ଓଷାରେ ଭକ୍ତ ଭଗବାନଙ୍କ ପ୍ରେମ ଆଗରେ ଫେଲ୍ ମାରିଲା ପ୍ରଶାସନ ଓ ପୂଜକ ସମିତିର ସବୁ ଜିଦି, ଅହଙ୍କାର...ପବିତ୍ର ବଡ଼ ଓଷାରେ ରାତି ତିନିଟା ବେଳେ ଦ୍ୱାର ଫିଟା ଯାଇ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ପରେ ପୁଣି ଦର୍ଶନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁଙ୍କ ଆଗରେ ମନ୍ଦିରରେ ତାଲା ପକାଇ ପୂଜକ ଚାଲିଯିବାରୁ... ଭାଙ୍ଗି ଯାଇଥିଲା ଭକ୍ତଙ୍କ ଧୈର୍ଯ୍ୟ । More

ଗୁମର ଖୋଲିଲା CDR; ୩ ମାସ ତଳୁ ବ୍ଲୁ ପ୍ରିଣ୍ଟ, ୬ ସାପ ଧରାଳିଙ୍କ ସହ ଡିଲ୍

ଶେଷରେ ବସନ୍ତ ଆଚାର୍ଯ୍ୟ ସହ ଡିଲ୍ ଫାଇନାଲ୍ ହୋଇଥିଲା ଏବଂ ପ୍ରମାଣକୁ ଲୁଚାଇବାକୁ ଯାଇ ସେହି ସିମକୁ ନଷ୍ଟ କରିବା ସହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ । ଏସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ-CDRରେ ଥିବା କହିଛି ଗଞ୍ଜାମ ପୋଲିସ୍ । More

ସାଥୀ ଖୋଜୁଛି ମହାରାଷ୍ଟ୍ରର ମହାବଳ; ଜଙ୍ଗଲରୁ ଜଙ୍ଗଲକୁ ମାରୁଛି ପଇଁତରା

ଏ ମହାବଳ ମହାରାଷ୍ଟ୍ରର ବୋଲି କେମିତି ଜଣାପଡ଼ିଲା ? ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, କିଛିଦିନ ତଳେ ଗଜପତିର ଅଁଳାବର ଜଙ୍ଗଲରେ କ୍ୟାମେରା ଟ୍ରାପରେ ଆସିଥିବା ମହାବଳର ଚିହ୍ନଟ ପାଇଁ ଫଟୋଗୁଡ଼ିକୁ ୱାଇଲ୍ଡଲାଇଫ୍ ଉନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା । More

ମାଟି ତଳୁ ମିଳିଲା ଟୁକୁଡ଼ା ଟୁକୁଡ଼ା ମୃତଦେହ; କିଏ କଲା ଯୁବତୀଙ୍କୁ ୩୧ ଖଣ୍ଡ ?

ଘଟଣାସ୍ଥଳଠୁ କିଛି ଦୂରରେ ଯୁବତୀଙ୍କ ପୋଡ଼ା ପୋଷାକ ଓ ଏକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ହତ୍ୟା କରିବା ପରେ, ଯୁବତୀଙ୍କୁ ୩୧ ଖଣ୍ଡ କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଲୁଣ ଦେଇ ମାଟିରେ ପୋତାଯାଇଥିବା ଫରେନ୍ସିକ ତଦନ୍ତରୁ ଜଣାପଡ଼ିଛି । More