ସଂକ୍ଷେପରେ ଆଜିର ତାଜା ଖବର - Saturday, 23 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତେଜିଲା ବର୍ଷା-ଅନୁଭବ କଳି; ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ

ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ । More

କେମିତି ହେଲା ଯୁବ ଡାକ୍ତରଙ୍କ ମୃତ୍ୟୁ ? ୨୪ ଘଣ୍ଟା ପରେ ବି ସସ୍‌ପେନ୍ସ

କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି । More

୯ ବର୍ଷ ପରେ ଆକ୍ସନ ମୋଡ୍‌ରେ CBI; ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ

କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ । More

ସରକାରଙ୍କ ଟାର୍ଗେଟରେ ଗଣମାଧ୍ୟମ; ପଦବୀ ଦେଇ ମୁଣ୍ତରେ ବସାଇଲେ, ଏବେ..

ନାଁ ନେଇ ବି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବୈଜୟନ୍ତ । More

‘ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ମୋ ପୁଅର ନିବିଡ଼ ସମ୍ପର୍କ ଥିଲା, ସେ ହିଁ ସବୁ ଜାଣିଛି..’

ବାରିପଦାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।  More

ଅକ୍ଟୋବର ପହିଲାରେ ବଙ୍ଗୋପସାଗରରେ ଲଘୁଚାପ !

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ ! ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରୋ More

Today Panchang 23rd September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ, ଶନିବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଏ କେମିତିକା ନିଶା ! ମୋବାଇଲ୍‌ ପାଇଁ ବିଷ ପିଇଲେ ଅଷ୍ଟମ ଶ୍ରେଣୀ ଛାତ୍ର...

ମୋବାଇଲ୍‌ ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଷ ପିଇ ଦେଇଥିବା ଜଣାପଡ଼ିଛି। ସ୍କୁଲ୍‌ରୁ ଆସିବା ମାତ୍ରେ ପୁଅ ମୋବାଇଲ ଧରୁଥିବାରୁ ମାଆ ରାଗିକି ଗାଳି କରିଥିଲେ। More

ବୁଲିବା ବାହାନାରେ ଘରୁ ଡାକିନେଲା ପ୍ରେମିକ, ହୋଟେଲ୍‌ରେ ସାଙ୍ଗ ସହ ମିଶି ପ୍ରେମିକାକୁ ଦୁଷ୍କର୍ମ !

ବିଷ ପିଇଦେଲେ ଗଣଦୁଷ୍କର୍ମ ପୀଡ଼ିତା। ସମ୍ପୃକ୍ତ ନାବାଳିକାକୁ ପଞ୍ଚଲିଙ୍ଗେଶ୍ୱର ବୁଲିବା ପାଇଁ କହି ପ୍ରେମିକ ଘରୁ ଡାକି ନେଇଥିଲେ। ହେଲେ ପଞ୍ଚଲିଙ୍ଗେଶ୍ୱର ପରିବର୍ତ୍ତେ ଯୁବକ ଜଣକ ନାବାଳିକାଙ୍କୁ ଚାନ୍ଦିପୁର ନେଇ ଯାଇଥିଲେ। More

ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଡାକ୍ତରଙ୍କ ଝୁଲନ୍ତା ମୃତଦେହ

ଝୁଲନ୍ତା ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର। ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍‌ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ। More

୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ମହିଳା ଭୋଟ୍ ! ଭୁଶୁଡ଼ିବ ବିଜେଡି ମହିଳା ଗଡ଼ ?

କେନ୍ଦ୍ରର ମହିଳା ସଂରକ୍ଷଣ ବିଲକୁ କାଉଣ୍ଟର ପାଇଁ ବିଜେଡି ମହିଳା କାର୍ଡ ଖେଳି ସ୍ୱାଧୀନୋତ୍ତର ଓଡ଼ିଶାରେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିଛି ପ୍ରମିଳା ମଲ୍ଲିକଙ୍କୁ । ଯିଏ ଜଣେ ଅନୁସୂଚିତ ଜାତି ବର୍ଗର । ଆଉ ବିଜେଡି ସରକାରର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ମହିଳା ବିଧାୟିକା ଟିମ୍ । More

ମରଣଯନ୍ତା ଜାତୀୟ ରାଜପଥ; ବର୍ଷ ବର୍ଷ ଧରି ସରୁନି NH ୫୩ ଚଣ୍ଡିଖୋଲରୁ ଡୁବୁରୀ ରାସ୍ତା

ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବଂ ଚଣ୍ଡୀଖୋଲରୁ ଡୁବୁରୀ ଯାଏଁ ଏନଏଚ୍ ନମ୍ବର ୫୩ । ଉଭୟ ରାସ୍ତାରେ ଗଲେ ଭୋଗିବାକୁ ପଡ଼ିବ ସମାନ ଦଶା । ରାସ୍ତା ତ ନୁହେଁ, ସତେ ଯେମିତି ମରଣ ଯନ୍ତା । ପ୍ରତି ମୁହୂର୍ତ୍ତରେ ଧନ-ଜୀବନ ହାନୀର ଆଶଙ୍କା । More

ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ ! ପୁଅ ଜୀବନ ଫେରିବାକୁ ଦୁଇ ଦିନ ଘରେ ଶବ ରଖିଲା ପରିବାର

ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ । More

OSSSC Recruitment: ଓଡ଼ିଶାରେ ସରକାରୀ ଚାକିରି ପାଇଁ ଚାଲିଛି ଆବେଦନ; ଦରମା ୮୦ ହଜାର ପରେ

OSSSC ନୂତନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ବିଭିନ୍ନ ଜିଲ୍ଲା ପ୍ରତିଷ୍ଠାନ ତଥା ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ହେବ। ଜିଲ୍ଲା କ୍ୟାଡର ଗ୍ରୁପ୍ ସି ପଦବୀରେ ୪୦୦ ଉପରେ ରେଡିଓଗ୍ରାଫରଙ୍କ ନିଯୁକ୍ତି ହେବ। More

ଗର୍ଜିଲେ ଅଙ୍ଗନୱାଡି କର୍ମୀ; ୧୦ ଦଫା ଦାବିରେ ଘେରିଲେ ବିଧାନସଭା

ସରକାରଙ୍କ ଆଗରେ ଦାବି ଦୋହରାଇଛନ୍ତି ଅଙ୍ଗନୱାଡି କର୍ମୀ । ତୁରନ୍ତ ସରକାରୀ ମାନ୍ୟତା ସହ ମଜୁରୀ ପ୍ରଦାନ, ମାନ୍ୟତା ମିଳିବା ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୧୮ ହଜାର ଏବଂ ସହାୟିକାକୁ ୯ ହଜାର ଟଙ୍କା ବେତନ ଦାବି ହୋଇଛି । More