ସଂକ୍ଷେପରେ ଆଜିର ତାଜା ଖବର - Saturday, 19 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଥାକୁହା ବିରଳ ଫଟୋର ଶିଳ୍ପୀ ଇଞ୍ଚୁଡିର ସର୍ବେଶ୍ୱର ଦାସ

ଗାଥା ବଖାଣୁଛି ଇତିହାସର କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ। More

ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS

ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ? More

ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି । More

ଏ କେମିତିକା ବ୍ୟବସ୍ଥା? ୫୦୦ ଟଙ୍କା ଭତ୍ତା ଲାଗି ଟ୍ରଲିରେ ବୁହା ହେଲେ ବୃଦ୍ଧା

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା More

5T ସଚିବଙ୍କୁ କାଳିମାଡ଼ ପ୍ରାୟୋଜିତ ନା ବିଜେଡି ଆଭ୍ୟନ୍ତରୀଣ ବିବାଦର ପ୍ରତିଫଳନ ?

ତେବେ କିଏ ଏହି ଭାସ୍କର ସାହୁ ? ବ୍ୟବସ୍ଥା ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏହି ପ୍ରତିବାଦ କି ? କାଳିମାଡ଼ ପଛର ଅସଲ କାରଣ କ’ଣ ? ତାଙ୍କୁ କିଏ ବ୍ୟବହାର କରିନି ତ ? ମାଇଲେଜ୍ ନେବା ପାଇଁ କାଳିମାଡ଼ ପ୍ରାୟୋଜିତ ନୁହେଁ ତ ? More

‘କୁନି ଝିଅଟିର ବାସ୍ତବ କଥାକୁ ନବୁଝି ପାଗଳଙ୍କ ଭଳି ହସିବା କେତେଦୂର ଯୁକ୍ତିଯୁକ୍ତ’

କୁନି ଝିଅଟିର ବାସ୍ତବ କଥାକୁ ନବୁଝି ପାଗଳଙ୍କ ଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ। More

କଲେଜ ସଭାରେ ଯୋଗ ଦେବାବେଳେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼

5T ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ହୋଇଛି।  ୟୁଜିଏସ୍‌ କଲେଜ ସଭାରେ ଯୋଗ ଦେବାବେଳେ ଏହି କାଳିମାଡ଼ ହୋଇଥିବା ସୂଚନା ମିଳିଛି। More

‘ମୋ ଲେଖା ନେଇ ଦଳର ମୁଖ୍ୟ ମୋତେ କିଛି କହିନାହାନ୍ତି’

ଜନ୍ମଦିନର ଅନୁଚିନ୍ତା ପ୍ରସଙ୍ଗରେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ପୁଣି ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖିଛନ୍ତି। More

ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି, ମଝି ସମୁଦ୍ରରୁ ଓଡ଼ିଆ ମତ୍ସଜୀବୀଙ୍କୁ ଅପହରଣ କରିନେଲେ

ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି। ସମୁଦ୍ର ମଧ୍ୟରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। More

ଗଣେଶ ମୂର୍ତ୍ତିକୁ ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଏହି ୩ ଦିନ ହେବ ଗଣେଶ ଭସାଣ...

ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ। More

ଆନ୍ତର୍ଜାତିକ ଆଥଲେଟ୍ ଦୂତିଙ୍କୁ ହୋଇଥିଲା କ୍ୟାନସର

ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତି ଚାନ୍ଦ । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ । More

Today Panchang 19th August 2023: ଜାଣନ୍ତୁ ଆଜିର ଶୁଭଅଶୁଭ ସମୟ

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଚନ୍ଦ୍ର- ସିଂହ ପ୍ରାତଃ ୦୫.୪୦ ଗତେ କନ୍ୟା । ତିଥି – ୩ୟା ରାତ୍ରି ୧୦.୧୯ ଗତେ ୪ର୍ଥୀ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୫.୪୦ ଗତେ ବୃଷ ରାଶି । ଘାତ ବାର –ବୃଷ ସିଂହ ଓ କନ୍ୟା । ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞନ ଦାନ ରାତ୍ରି ୦୧.୪୭ ଗତେ ୧ ପାଦ କୃଷିହାନି ଭୂମିଦାନ । More

କାହାକୁ ନମିଳୁ ଏମିତି ଦୁଃଖ: ପୁଅ ସହିଦ ହେବାର ୮ ଦିନ ପରେ ଆଖି ବୁଜିଲା ମା’...

ପୁଅ ସହିଦ ହେବାର ୮ ଦିନ ପରେ ଚାଲିଗଲେ ମା’। ଝାଡ଼ଖଣ୍ଡରେ ମାଓ ମୁକାବିଲା ବେଳେ ସହିଦ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ସନ୍ତାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ଆଉ ନାହାନ୍ତି। More

ଆଜିଠୁ କମିବ ବର୍ଷା ! ଆଗାମୀ ୪ରୁ ୫ ଦିନ ଯାଏ ବର୍ଷାର ସମ୍ଭାବନା ନାହିଁ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ଆଜିଠୁ କମିବ ଲଘୁଚାପର ପ୍ରଭାବ। ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ କମିବା ସମ୍ଭାବନା ରହିଛି। More

ଦାରିଂବାଡ଼ିରୁ ବଲିଉଡ୍‌; ଫଲି ଆର୍ଟିଷ୍ଟ ଭାବେ ନାଁ କଲା ଓଡ଼ିଆ ପୁଅ

ଫିଲ୍ମ ସୁଟିଂ ପରେ ପୋଷ୍ଟ ପ୍ରଡକସନରେ ଏହି ସାଉଣ୍ଡ ସୃଷ୍ଟି କରାଯାଇଥାଏ ଏବଂ ଏହା ପଛରେ ଥିବା କଳାକାରଙ୍କୁ କୁହାଯାଏ ଫଲି ଆର୍ଟିଷ୍ଟ । କହିବାକୁ ଗଲେ ଫିଲ୍ମକୁ ଜୀବନ୍ୟାସ ଦେଇଥାନ୍ତି ଫଲି ଆର୍ଟିଷ୍ଟ । More

ଶିଳ୍ପଶୂନ୍ୟ ସ୍ଥିତିକୁ ଆସିଯିବନି ତ ଦାଦନ ବହୁଳ ଗଞ୍ଜାମ ?

ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ। More

ସୌମ୍ୟରଞ୍ଜନଙ୍କ ସଂପାଦକୀୟ ପ୍ରହାର ଝଡ଼: 5T ସଚିବଙ୍କୁ ନିଶାନା, ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍

ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ ନେଇ ଝଡ଼। More

କାଠରେ ନୁହେଁ, CNG ରେ ଦାହ କରାଯିବ ମୃତଦେହ

ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି । More

୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ୨୫ରୁ ପୁଣି ଏକ ଘୂର୍ଣ୍ଣିବଳୟ !

ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି। More