ସଂକ୍ଷେପରେ ଆଜିର ତାଜା ଖବର - Saturday, 05 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯୌତୁକ ପାଇଁ ବଧୂ ହତ୍ୟା ! ପୋଲିସ ସହ ଧସ୍ତାଧସ୍ତି, ମୃତ ମହିଳାଙ୍କ ଶାଶୁଙ୍କୁ ଘୋଷାଡ଼ିଲେ

ଗତ ରାତିରେ ଅତି ରହସ୍ୟଜନକ ଭାବେ ମିଲିଙ୍କ ଅର୍ଦ୍ଧ ଦଗ୍ଧ ମରଶରୀର ଉଦ୍ଧାର କରାଯାଇଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ? More

ଉପର ଚିକ୍କଣ ଭିତର ଫମ୍ପା: ଶିକ୍ଷକ ନାହାନ୍ତି, ଭିତ୍ତିଭୂମି ଥାଇ ଲାଭ କଣ ?

ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର । More

ବନ୍ୟାରେ ବତୁରି ଯାଇଛି ଭବିଷ୍ୟତ, ବଢ଼ି ପାଣି ଘେରରେ ସଢୁଛନ୍ତି ବିପନ୍ନ

ଘରେ ପଶିଛି ପାଣି, ବୁଡିଛି ଚୁଲି-ଚାଳ । ଛାତ ଉପରୁ ପ୍ରଶାସନର ସହାୟତାକୁ ଅପେକ୍ଷା । More

ପୋଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ରଣକ୍ଷେତ୍ର ପାଲଟିଲା କନ୍ଧମାଳ ଫିରିଙ୍ଗିଆ ଥାନା ପରିସର

ଆକ୍ରୋଶରୁ ପୋଲିସ୍ ଉପରେ ଭୟଙ୍କର ଆକ୍ରମଣ । ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । More

ରତ୍ନଭଣ୍ଡାର ମରାମତି ନା ଅଳଙ୍କାର ଗଣତି ଆଗ ?

ଗୋଟିଏ ପଟେ ରତ୍ନଭଣ୍ଡାର ଶୀଘ୍ର ଖୋଲିବା ସହ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ପାଇଁ ବିଭିନ୍ନ ମହଲର ଦାବି ତେଜୁଛି। ଖୋଦ୍ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ବି ୟା ସପକ୍ଷରେ ମତ ରଖିଛନ୍ତି।  More

ମନରୁ ଦ୍ୱନ୍ଦ୍ୱ ଦୂର କର, ଲଢେଇ ପାଇଁ ପ୍ରସ୍ତୁତ ହୁଅ: ଅମିତ ଶାହ 

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ଶାହ ବି ହାତ ହଲେଇ ନେତା ଓ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲ। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା ଦଳର ରୁଦ୍ଧଦ୍ବାର ବୈଠକ। More

ଗୋଟିଏ ମଞ୍ଚରେ ଶାହ-ନବୀନ: ପରସ୍ପରକୁ ପ୍ରଶଂସା କଲେ, ଧନ୍ୟବାଦ ଦେଲେ

ଗୋଟିଏ ମଞ୍ଚରେ ଏକାଠି ହେଲେ ବିଜେପିର ଚାଣକ୍ୟ ଓ ବିଜେଡି ସୁପ୍ରିମୋ। ପରସ୍ପରକୁ ଭୁରି ଭୁରି ପ୍ରଶଂସା ସହ ଧନ୍ୟବାଦରେ ପୋତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। More

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ, ଭୁବନେଶ୍ୱର ପାଲଟିବ କି ହଟସ୍ପଟ୍‌ ?

ଖୋର୍ଦ୍ଧାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ କେବଳ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି। More

ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଲେଲେ ଉତ୍ତ୍ୟକ୍ତ ଲୋକେ

ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।  More

ଗୋଟିଏ ମଞ୍ଚରେ ଶାହ-ନବୀନ, ଏକାଠି ଲୋକାର୍ପଣ କଲେ ଏନ୍‌ଏଚ୍‌ ପ୍ରକଳ୍ପ

୨ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସେବା ଭବନରେ ପହଞ୍ଚି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। More

ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା...ଲାଭ ତ ବହୁତ ଦୂର, ମୂଳ ବି ଚାଲିଗଲା

ନିବେଶ କର, ଆଉ ନେଇଯାଅ ୪ ଗୁଣା ଟଙ୍କା। ଟଙ୍କା ଚାରିଗୁଣା କରିଦେବାକୁ କହି ପୁରା ଗ୍ରାମବାସୀଙ୍କୁ ଚୁନ ଲଗାଇ ଦେଇଛନ୍ତି ସାଇବର ଠକ।  More

Today Panchang 5th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର । More

ବନ୍ୟା ଖବର ରିପୋର୍ଟିଂ କରୁଥିଲେ ସାମ୍ବାଦିକ, ହଠାତ୍‌ ପାଣିରେ ଭାସି ଆସିଲା ନାଗ ସାପ...

ବନ୍ୟା ଖବର ସଂଗ୍ରହ ବେଳେ ହଠାତ୍‌ ପାଣିରେ ଭାସି ଆସିଲା ନାଗ ସାପ। ହୁଏତ ଏହି ସମୟରେ ସାପକୁ ଦେଖିପାରି ନଥିଲେ, ସାପ ଯେ କାମୁଡ଼ି ଦେଇ ନଥାନ୍ତା ଏଥିରେ ସନ୍ଦେହ ନାହିଁ। More

ସରକାରୀ କାର୍ଯ୍ୟକ୍ରମରେ ଏକାଠି ହେବେ ଶାହ-ନବୀନ

୨ ଦିନିଆ ଓଡ଼ିଶା ଗସ୍ତରେ ବିଜେପିର ଚାଣକ୍ୟ ଅମିତ ଶାହ। ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। More

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦୀ ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ। More

ପ୍ରତିବର୍ଷ କାହିଁକି ଜଳବନ୍ଦୀ ଜୀବନ ବିତାଉଛନ୍ତି ରାଜଧାନୀବାସୀ?

ଅକଥନୀୟ, ଅକଳ୍ପନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ । More

ଓଡ଼ିଶା ଦଖଲ ପାଇଁ ମନମୋହନଙ୍କ ‘ଟିମ୍‌ ୨୪’

ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍  ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ । More

ବାଦ୍ ପଡ଼ିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କଧାରୀ

ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍ । ବାଦ ପଡିଲେ ମେଧାବୀ, ନାଁ ଲେଖାଇଲେ କମ୍ ମାର୍କ ଧାରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ସାମ୍ସର ସ୍ୱଚ୍ଛତା ଉପରେ ସାଂଘାତିକ ପ୍ରଶ୍ନଚିହ୍ନ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରୁ ଆସିଛି ଏଭଳି ଅଭିଯୋଗ । More

ମହାନଦୀରୁ ଦେବୀ, ବୈତରଣୀରୁ ବ୍ରାହ୍ମଣୀ ନଦୀ: ନଈରେ ପାଣି କମୁଥିଲେ ବି ବଢ଼ି ଘେରରେ ଶହ ଶହ ଗାଁ 

ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ଖସିଥିଲେ ବି ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଭାବିତ ହୋଇଛି ଧାମନଗର, ଭଣ୍ଡାରୀପୋଖରୀ, ତିହିଡ଼ି, ଚାନ୍ଦବାଲି ବ୍ଲକ। ବନ୍ୟାରେ ନିଖୋଜ ଧାମନଗର ବ୍ଲକର ଜଣେ ନାବାଳକ ଓ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। More