ସଂକ୍ଷେପରେ ଆଜିର ତାଜା ଖବର - Saturday, 29 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଛତ୍ରବଜାରରୁ ଟମାଟୋ ନେଇ ଗ୍ରାହକ ଛୁ, ବନ୍ଧକ ପଡ଼ିଲେ ଦୁଇ ନାବାଳକ !

ଗାଡ଼ିରେ ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି ୨ କିଲୋ ଟମାଟୋ ଧରି ଖସିଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଇ ଘଣ୍ଟା ପରେ ବି ସେ ନଆସିବାରୁ ସନ୍ଦେହ ବଢ଼ିଥିଲା ଟମାଟୋ ବ୍ୟବସାୟୀଙ୍କର। More

ଭତ୍ତା ମିଳୁନି କି ଘର ମିଳୁନି...ପାଲ ତଳେ ବାପା ସହ ରହୁଛି ଦିବ୍ୟାଙ୍ଗ ଝିଅ

ଓଃ କି ଦୁଃଖ? ବୟସ ୬୩ ଛୁଇଁଲାଣି...୧୮ ବର୍ଷର ଦିବ୍ୟାଙ୍ଗ ଝିଅ । ସରକାରୀ ସହାୟତା କିଛି ମିଳୁନି । ପ୍ରଶାସନକୁ ଗୁହାରି କରିକରି ଥକିଗଲେ ହେଲେ ଦୁଃଖ କେହି ଶୁଣିଲେନି More

ବସ୍‌ରେ କାହିଁକି ପ୍ରଥମେ ଚଢନ୍ତିନି ମହିଳା?

କାହିଁକି ? କେବେଠାରୁ? ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍‌ରେ ଚଢାନ୍ତି ନାହିଁ ବସ୍‌ କର୍ମଚାରୀ ? ବରମୁଣ୍ଡାରେ ଏମିତି କଣ ଘଟିଲା ଯେ ମହିଳାଙ୍କୁ ପ୍ରଥମେ ଚଢାଇବାକୁ ନିର୍ଦ୍ଦେଶ ଦେଲେ ମହିଳା କମିଶନ ଅଧ୍ୟକ୍ଷା More

ବାପା ଦିନ ମଜୁରିଆ, ମାଆ ପକୁଡ଼ି ଛାଣନ୍ତି...ପୁଅ ୨ ଥର ଏମବିବିଏସ୍‌ ପାଇଲେଣି..ହେଲେ ଟଙ୍କା ନଥିବାରୁ....

ଥରେ ନୁହେଁ ଦୁଇଦୁଇ ଥର MBBS ପାଇଲେଣି । ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଭାରି ଇଚ୍ଛା...ହେଲେ ସ୍ୱପ୍ନ ପୂରଣରେ ବାଧକ ସାଜିଛି ଟଙ୍କା । ବାପା ମଜୁରିଆ, ମାଆ ପକୁଡ଼ି ବିକନ୍ତି...ଏତିକି ଟଙ୍କାରେ ପୁଅ ଡାକ୍ତର ପଢିବ ବା କେମିତି? ଆପଣ ସାହାଯ୍ୟ କଲେ ଡାକ୍ତରୀ ପଢିପାରନ୍ତେ ଛତ୍ରପତି More

ହାତୀ ପାଇଁ ୪ ଦିନ ଅନ୍ଧାରରେ ୧୦ ହଜାର ଲୋକ

ବଣରୁ ଆସି ଗାଁରେ ବୁଲୁଛି ହାତୀ । ଡରି ଡରି ବଞ୍ଚୁଛନ୍ତି ଲୋକେ...ହେଲେ ୪ ଦିନ ହେଲାଣି ଲାଇନ୍‌ କଟିଯିବାରୁ ତେଜିଲାଣି ଅସନ୍ତୋଷ । ବିଷାକ୍ତ ସାପଙ୍କ ବାସସ୍ଥଳି ହୋଇଥିବାରୁ ଲାଇନ୍‌ ନଦେଲେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ More

ଆମେ ବାହାରିବୁନି...ଭାଲୁ ଛକିଚି, କାମୁଡ଼ି ଦେବ

ଭାଲୁ ଡରରେ ଲୋକେ ଭୟଭୀତ । ଏକା ଘରୁ ବାହାରିବାକୁ ରାଜି ହେଉନାହାନ୍ତି ଲୋକେ...ସେପଟେ ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ More

ଦେଢଲକ୍ଷ ନେଲେ...କାର ଡିମାଣ୍ଡ କଲେ...ପାଇଲେନି ବୋଲି ମାରିଦେଲେ !

ବାହାଘର ବେଳେ ଦେଢଲକ୍ଷ ଟଙ୍କା ନେଲେ, ଜାନିଯୌତୁକ ବି ନେଲେ । ଏବେ ପୁଣି କାର ମାଗୁଥିଲେ...ଅନେକ ସମୟରେ ମାରପିଟ୍‌ ବି କରୁଥିଲେ । ସଙ୍ଗେ ସଙ୍ଗେ କାର ଦେବା ସମ୍ଭବ ନହେବାରୁ ନବବଧୂକୁ ମାରିଦେଲେ ଶାଶୂଘର ଲୋକେ । ଘର ଲୋକ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା More

'ତନ୍ତ୍ର ସାଧନାରେ ବିଘ୍ନ ହେବାରୁ ସାଧୁଙ୍କ ହତ୍ୟା କରି ରକ୍ତ ପିଇବାକୁ ଚାହୁଁଥିଲା ବାବା ବୋଲାଉଥିବା ପିଶାଚ !'

ସାଧୁସନ୍ଥ ରହୁଥିବା ଆଶ୍ରମରେ ସୈତାନୀ କାଣ୍ଡର କାରଣ କଣ? ବାବାଙ୍କୁ କାହିଁକି ନିର୍ମମ ଭାବେ ହତ୍ୟାକଲେ ଆଉ ଜଣେ ବାବା? ଜଘନ୍ୟ କାରନାମା ପଛରେ ଲୁଚିଛି କି ତନ୍ତ୍ରମନ୍ତ୍ରର କଳାକାହାଣୀ? More

ମନୋଜ ବରିହା କିଏ ? ମନ୍ତ୍ରୀଙ୍କ ନାଁ ନେଇ ଗୋପାଳକୁ ଡରାଇଥିଲେ !!

ପ୍ରଭାବଶାଳୀ ରାଜନେତା ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ଆସିବା ପରେ ଏବେ ନାନା ଚର୍ଚ୍ଚା । More

ଆସନ୍ତା ୫ ଦିନ ଯାଏଁ ପ୍ରବଳ ବର୍ଷିବ, ଏସବୁ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ

ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। More

OSSC ପ୍ରଶ୍ନପତ୍ର ଲିକ୍: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପ୍ରଶ୍ନପତ୍ର ଲିକ୍ ମାମଲାରେ OSSCର କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ୫୫ ପରୀକ୍ଷାର୍ଥୀଙ୍କୁ OSSCର ସୋ’ କଜ୍‌ ନୋଟିସ୍‌ କରିଛି। More

ଆଶ୍ରମ ଭିତରେ ବାବାଙ୍କୁ ହତ୍ୟା କଲା ବାବା: ହତ୍ୟା ପରେ ରକ୍ତ ପିଇବା ପାଇଁ ଚେଷ୍ଟା କରୁଥିଲେ ବାବା...

ପୁରୀ ବାସେଲିସାହି ଲୋକନାଥ ରୋଡ୍‌ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି। ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଛନ୍ତି। More

International Tiger Day: ୧୨ ବର୍ଷ ମଧ୍ୟରେ ୭୫ ବାଘକୁ ହରାଇଛି ଶିମିଳିପାଳ

ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି। ଏହାସତ୍ତ୍ୱେ ଶିମିଳିପାଳ ଅଭୟାରଣ୍ୟରେ କମି ଚାଲିଛି ବାଘଙ୍କ ସଂଖ୍ୟା। More

Panchang Today 29th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୧.୦୫ ଗତେ ୨ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ More

ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। More

କୋରାପୁଟର ଶ୍ରାବଣ ଛତୁ: କିଲୋ ପିଛା ଦୁଇ ହଜାର ଛୁଇଁ ଥିଲେ ବି ପ୍ରବଳ ଚାହିଦା

ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି। More

ନୀତି ସବ୍‌କମିଟିରେ ବି ଝୁଲିଲା ବନକଲାଗି ବାର କେଁ

ଠାକୁରଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ପାଇଁ ଭକ୍ତଙ୍କ କ୍ଷୋଭ ଓ ଆଜିର ନୀତି ସବକମିଟି ବୈଠକ ପରେ ସାମାନ୍ୟ ନରମିଛି ଦତ୍ତମହାପାତ୍ର ନିଯୋଗ। More

ପ୍ରଯୋଜକଙ୍କ ବିରୋଧରେ ଆଗଧାଡ଼ିର ନାୟିକାଙ୍କ ଏତଲା, ଅନ୍ତରଙ୍ଗ ମୁହୁର୍ତ୍ତକୁ ଭାଇରାଲ୍ ସହ ବ୍ଲାକମେଲିଂ ଅଭିଯୋଗ

ପୁଣି ହଲଚଲ୍ ଓଲିଉଡ, ପୁଣି ଓଲିଉଡରେ ଚାଞ୍ଚଲ୍ୟ। ଏଥର ନା କାଷ୍ଟିଂ କାଉଚ୍ ନା ପ୍ରେମକୁ ନେଇ କୌଣସି ବିବାଦ, ବରଂ ସିଧାସଳଖ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ୍ କରି ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ପୁଣି କୌଣସି ଅର୍ଡ଼ିନାରୀ ଅଭିନେତ୍ରୀ ନୁହଁନ୍ତି, ରୂପେଲି ପରଦାର ଆଗଧାଡ଼ିର ଜଣେ ନାୟିକା ଆଣିଛନ୍ତି ସଂଗୀନ ଅଭିଯୋଗ। More

ରାଜ୍ୟସଭାରେ ୫୦ % ସଂରକ୍ଷଣ କଥା ଉଠାଇ ଅଡ଼ୁଆରେ ଶଙ୍ଖ ଦଳ

କଂଗ୍ରେସ କହିଛି ବିଜେଡିର ଯଦି ଆନ୍ତରିକତା ଅଛି, ସଂସଦର ସାଂପ୍ରତିକ ସ୍ଥିତିର ଫାଇଦା ନେଉ।  ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ ପାଇଁ ପ୍ରତିଶ୍ରୁତି  ନମିଳିଲେ ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ। More

ପାତ୍ରପଡ଼ାରେ ତିଆରି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୂଆ ଘର

ସାହିପଡିଶାଙ୍କ ସହ କଥା ହେବା ସହ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ । ପାଖାପାଖି ୧୦ ମିନିଟ ଯାଏ ସେ ପାତ୍ରପଡ଼ାରେ ରହି ଘର କାମର ଅନୁଧ୍ୟାନ କରିଥିବା ଜଣାପଡିଛି। More