ସଂକ୍ଷେପରେ ଆଜିର ତାଜା ଖବର - Tuesday, 25 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗୁରୁବାର ନୁହେଁ, ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ଆସନ୍ତା ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ସୂଚନା ଦେଇଥିଲେ। ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି । More

କାର୍ଗିଲ ବିଜୟ ଦିବସ; ଏବେ ବି ବୀର ଓଡ଼ିଆ ପୁଅଙ୍କୁ ଝୁରୁଛି ମା, ମାଟି ଓ ପରିବାର

୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ । More

ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ । More

ବଢ଼ିଲା ସର୍ପ ଦଂଶନ ଟେନସନ୍ ! ଗୋଟିଏ ଦିନରେ ୫ ମୃତ

ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ । More

ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଝାମେଲା, ବଢ଼ିଲାଣି ଦଳୀୟ କନ୍ଦଳ

ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା । More

ଅଭାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର କରୁଛି ‘ଅତୁଟ ବନ୍ଧନ’

ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର । More

ରଶ୍ମିତାଙ୍କ ସଂଘର୍ଷର କାହାଣୀ; ଯୌତୁକ ଜୁଇରେ ଜଳିବା ପରେ IAS ପାଇଁ ହସ୍ପିଟାଲ ବେଡ୍‌ରୁ ଦେଖୁଛନ୍ତି ସ୍ୱପ୍ନ

ଯୌତୁକ ଜୁଇରେ ଜଳିବା ପରଠୁ, ଗତ ଅକ୍ଟୋବର ୨୮ରୁ କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଦରପୋଡ଼ା ଦେହ ସହ ରଶ୍ମିତା ଜିଉଁଛନ୍ତି ଏମିତି ଯନ୍ତ୍ରଣା ଜର୍ଜରିତ ଜୀବନ । More

୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଂଟା ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା ଜାରି ହୋଇଛି । ୪ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । More

୨୦୨୧ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ

ଫଳ ପ୍ରକାଶ ଉପରେ ରୋକ ଲଗାଇଲେ ହାଇକୋର୍ଟ । କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦ୍ଦେଶ । More

କାର୍‌ରେ ଯୁବତୀଙ୍କୁ ଅପହରଣ କରି ନେଉଥିଲେ, ରାସ୍ତା ବ୍ଲକିଂ କରି ଅଭିଯୁକ୍ତକୁ ଧରିଲା ପୋଲିସ୍‌...

ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ। ରେଡ୍ ହ୍ୟାଣ୍ଡ୍‌ରେ ଧରାପଡ଼ିଲା ଅପହରଣକାରୀ। ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ କାର୍‌ ଯୋଗେ ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଯାଉଥିବା ବେଳେ ଧରିଲା ପୋଲିସ୍‌। More

Panchang Today 25th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୭ମୀ ଦିବା ୦୩.୦୮ ଗତେ ୮ମୀ, ଘାତ ଚନ୍ଦ୍ର – ବୃଷ ଦିବା ୧୧.୧୧ ପର୍ଯ୍ୟନ୍ତ, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୦୩.୦୮ ଗତେ ୧ପାଦ More

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ବାର୍ଷିକ ଉତ୍ସବ ଏବଂ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। More

ଆଜିଠୁ ପ୍ରବଳ ବର୍ଷା ! ଅଶାନ୍ତ ରହିପାରେ ସମୁଦ୍ର, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

୨୭ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ଆଜି ଓ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। More

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ କବଜା କଲା ଭାରତ

ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି। More

ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ ସ୍ଥିତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଭୟାବହ ସ୍ଥିତିକୁ ଆସିନି ରୋଗ

ରାଜଧାନୀକୁ ଘାରିଲାଣି ଡେଙ୍ଗୁ ଚିନ୍ତା। ହେଲାଣି ବେକାବୁ, ନେଲାଣି ମୁଣ୍ଡ। ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଆସିନି ଡେଙ୍ଗୁ। More

ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି । More

ପୁଞ୍ଜିନିବେଶ ନାଁରେ ପାୱାରଫୁଲ୍ ଅଫିସର୍ ଗୋଷ୍ଠୀଙ୍କ ବିଦେଶ ଗସ୍ତ: ଜିଲ୍ଲାଗସ୍ତ ପରେ ଆମେରିକାରେ ସିଏମଓ ଟିମ୍

ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। More

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ; OSSC ଅଧିକାରୀ ନା ରହିଛି କର୍ମଚାରୀଙ୍କ ସଂପୃକ୍ତି ?

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ ? OSSCରେ ଏବେ ବି କାମ କରୁଛି କି ବିରଞ୍ଚି ଥିଓରୀ ? ପ୍ରଶ୍ନପତ୍ର ଲିକ୍ ମାମଲାରେ କେମିତି ଥିଲା ଦଲାଲଙ୍କ କାରସାଦି ? ବାଲେଶ୍ୱର ପୋଲିସ ହାତରେ ଲାଗିଥିବା ଏ ହେଉଛି ସେହି ତାଲିକା, ଯେଉଁଥିରେ ରହିଛି ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦଲାଲ ଲେଖିଥିବା ପରୀକ୍ଷାର୍ଥୀଙ୍କ ନାଁ ଆଉ ଫୋନ୍ ନମ୍ବର । More

ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ । More