ସଂକ୍ଷେପରେ ଆଜିର ତାଜା ଖବର - Sunday, 09 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶାକୁ ଭେଟି ଦେଲା ରାଜ୍ୟର ପ୍ରଥମ AI ନ୍ୟୁଜ୍ ଆଙ୍କର: ଓଡ଼ିଆ ଓ ଇଂଲିଶରେ ନ୍ୟୁଜ୍ ପଢିବେ AI ଆଙ୍କର 'ଲିସା'

ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହଁନ୍ତି। କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି। More

'ଆହାର' ଉପରେ ଦରବୃଦ୍ଧିର ପାହାର ! ଆଳୁ ଓ ଭଣ୍ଡାକୁ ଛାଡ଼ି ଡାଲମାରୁ ଉଭାନ ଅନ୍ୟ ପରିବା

ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା। More

ରାଜ୍ୟରେ ମରୁଡ଼ି ଶଙ୍କା ଜଳ ଜଳ: ଶୀଘ୍ର ବର୍ଷା ନହେଲେ ଜଳିଯିବ ଧାନ ତଳି

ସ୍ଥିତି ଆହୁରି ସଂଗୀନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ, ଏଠି ତ ଶହ ଶହ ଏକର ଜମିରେ ଏଯାଏଁ ହଳ ବି ପଶିନି। ହିଡ଼ ମୁଣ୍ଡରେ ବର୍ଷାକୁ ଚାହିଁ ଚାହିଁ ଚାଷୀର ନିଦ ହଜିଗଲାଣି। More

ଓଟିପି ସେୟାରିଂ ମାମଲାରେ ଚାଞ୍ଚଲ୍ୟକର ସୁରାଗ୍

ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା। More

କ୍ରିପ୍ଟୋ କରେନ୍ସି କିଣୁଥିଲେ ସାବଧାନ ! ଆକାଉଣ୍ଟ ହୋଇଯିବ ଖାଲି..

ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ। More

କହ୍ନେଇ କଥା ପୁରସ୍କାର ପାଇବେ ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳ

କହ୍ନେଇଲାଲ ଦାସ ସ୍ମୃତି ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ସହଭାଗୀତାରେ ୭୬ତମ କହ୍ନେଇ ସ୍ମୃତି ସମାରୋହ ଅନୁଷ୍ଠିତ ହେବ। ଆସନ୍ତା ୨୩ ତାରିଖ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯୁବ ଗାଳ୍ପିକ ରାଜେନ୍ଦ୍ର ରାଉଳଙ୍କୁ କହ୍ନେଇ କଥା ପୁରସ୍କାରରେ ସମ୍ମାନୀତ କରାଯିବ। More

ଷ୍ଟେସନ ମାଷ୍ଟରଙ୍କୁ CBI ସମନ !

ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । More

ଧୁମଧାମରେ ବାହା ହେଲେ ସାରଥୀଙ୍କ ପୁଅ; ବେକରେ ଥିଲା ୯୦ ଲକ୍ଷର ହୀରା ହାର

ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି । More

ଶାରଳାଙ୍କ ପୀଠରେ ମୋବାଇଲ୍‌ ମନା; ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଫାଇନ୍‌..

ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା କରାଯାଇଛି । More

Lion Safari: ବସ୍‌ରେ ବସିଥିଲେ ପର୍ଯ୍ୟଟକ, ଚାରିପଟେ ବୁଲୁଥିଲେ ସିଂହ ! ଦେଖନ୍ତୁ ଭିଡିଓ...

ସିଂହମାନଙ୍କୁ କାବୁ କରିବା ପରେ ପର୍ଯ୍ୟଟକ ଉଦ୍ଧାର । ସିଂହ ସଫାରୀରେ ପର୍ଯ୍ୟଟକଙ୍କ ବସ୍ କାହିଁକି ଫସିଲା ? More

OTP ସେୟାରିଂ ମାମଲା: ଭୁବନେଶ୍ୱରରେ ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍

STF କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ATS କରିବ ଜେରା । More

ରାଜଧାନୀରେ ମାତିଛନ୍ତି ଚୁଡ଼ି ଗ୍ୟାଙ୍ଗ, ଗ୍ରୀଲ ତାଡ଼ି ଘରେ ପଶି ଲୁଟୁଛନ୍ତି...

ଗ୍ରୀଲ୍ ତାଡ଼ି ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଲୁଟିଲେ । ସିସିଟିଭିରେ କଏଦ୍ ଚୋରି କରି ଖସି ପଳାଉଥିବାର ଦୃଶ୍ୟ । More

DN ଗ୍ରୁପ୍ ମୁଖ୍ୟଙ୍କୁ ITର ଜେରା ଶେଷ, ଜଗଦୀଶ କହିଲେ ଆୟକର ଫାଙ୍କିବା ଅଭିଯୋଗ ମିଛ

ମୋତେ ଆୟକର ବିଭାଗ କିଛି ପ୍ରଶ୍ନ କରିନି କହିଲେ ଜଗଦୀଶ । ଏଯାଏଁ ଜବତ ହେଲାଣି ୩୨ କୋଟିରୁ ଅଧିକ ଟଙ୍କା । More

ନିରାଶ୍ରୟ ଭବନରୁ ହଠାତ୍ ୪୫ଜଣଙ୍କୁ ସ୍ଥାନାନ୍ତର କାହିଁକି ? ଭଡ଼ାଘରେ ଦୟନୀୟ ସ୍ଥିତିରେ ଅଛନ୍ତି ଅନ୍ତେବାସୀ

ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି। More

ଜବତ ୩୨ କୋଟି ଆସିଲା କୁଆଡୁ ? ଚାରି ଦିନର ଚଢ଼ାଉ ପରେ ବି ହିସାବ ସରୁନି..!

DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ ଜେରା । ଏପଟେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ । More

ପିଜିଆଇ ରିପୋର୍ଟରୁ ଖୋଲିଗଲା ସ୍କୁଲ ଶିକ୍ଷାର ପୋଲ

ଶିକ୍ଷା ମନ୍ତ୍ରାଳୟର ପର୍ଫମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ବା ପିଜିଆଇ ସୂଚକାଙ୍କର ରିପୋର୍ଟରେ ଯାହା ଖୋଲି ଦେଇଛି ରାଜ୍ୟରେ ଡିଣ୍ଡିମ ପିଟା ଶିକ୍ଷା ବ୍ୟବସ୍ଥାର ବାସ୍ତବ ରୂପ। More

‘ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ଚାଲିପାରିବନି ପ୍ରକ୍ସି ଗଭର୍ଣ୍ଣମେଣ୍ଟ’ କହିଲେ ଅପରାଜିତା

5T ସଚିବଙ୍କ ଗସ୍ତକୁ ନେଇ ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ । More

Bahanaga Train Tragedy: କାହିଁକି ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ ଗିରଫ ୩ ଅଭିଯୁକ୍ତ ?

ରିମାଣ୍ଡରେ ନେଇ ଚନ୍ଦକା ଥାନାରେ ସିବିଆଇର ଖୋଳତାଡ଼ । ଏଣେ କର୍ମଚାରୀଙ୍କ ତ୍ରୁଟି ନା ଅନ୍ତର୍ଘାତୀ ପ୍ଲାନ୍ । More