ସଂକ୍ଷେପରେ ଆଜିର ତାଜା ଖବର - Saturday, 20 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବସ୍‌ ମାଲିକଙ୍କୁ ପରିବହନ ବିଭାଗର ନିର୍ଦ୍ଦେଶ: ଯାତ୍ରୀଙ୍କୁ ଜଣାଅ ଦୂରତା ଓ ବସ୍‌ ଭଡ଼ା

ବେଆଇନ ଭାବେ ବସ୍ ଭଡ଼ା ଆଦାୟ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପରିବହନ ବିଭାଗ ଏହି ଚିଠି ଲେଖିଛି। More

ସଫଳତାର ଶୀର୍ଷରେ ଗରିବ ପରିବାରର କନ୍ୟାରତ୍ନ, ମାଟ୍ରିକରେ ରଖିଛନ୍ତି ୯୦% ନମ୍ବର

ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି। More

ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ରଦ୍ଦ ପରେ ଅକଳରେ OPSC

କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। More

ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ? More

କୋଟିଏ ପରିବାର ପାଖରେ ପହଞ୍ଚିବ ଦଳ, କାର୍ଯ୍ୟକାରୀ ହେବ ବଂଶଲଙ୍କ ସିକ୍ରେଟ ପ୍ଲାନ

ବିଜେଡିମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପିର ଷ୍ଟ୍ରାଟେଜି । ୨୪ରେ ଜିତ୍ ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ରୋଡ୍ ମ୍ୟାପ୍ । More

ଦିନକ ପରେ ନୂଆ ମନ୍ତ୍ରିମଣ୍ଡଳ, ରେସ୍‌ରେ ଦୀପାଳି-ବ୍ୟୋମକେଶ-ଲତିକା-ରୁଦ୍ର

ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି । More

ଯିଏ ବେଞ୍ଚ୍‌ରେ ବସାଉଥିଲା, ତାକୁ ହରାଇଲେ ମୋହସିନ୍

ବାମହାତି ପେସର୍ ମୋହସିନ୍ ଖାନ୍ ଭାରତୀୟ କ୍ରିକେଟ୍‌ରେ ଆଉ ଅପରିଚିତ ନାହାନ୍ତି । ପୂର୍ବ ସିଜନ୍ ଭଳି ଚଳିତ ସିଜନ୍‌ରେ ବି ତାଙ୍କ ପ୍ରତିଭା ସମସ୍ତେ ଦେଖିଛନ୍ତି । ଆଘାତଜନିତ ସମସ୍ୟା ତାଙ୍କୁ ଅଟକାଇ ପାରି ନାହିଁ । ଗୋଟିଏ ପରେ ଗୋଟିଏ ସିଜନ୍‌ରେ ଯେଉଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବେଞ୍ଚ୍‌ରେ ବସାଇ ଉପେକ୍ଷା କରିଆସୁଥିଲା, ସେହି ଟିମ୍‌କୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି ମୋହସିନ୍। More

ଖୁବଶୀଘ୍ର ଓଡ଼ିଶାକୁ ଦୁଇଟି ନୂଆ ରେଳ ପ୍ରକଳ୍ପ

ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ ହେବ ନୂଆ ରେଳ ଲାଇନ୍ । ଅନୁଗୁଳ-ତାଳଚେର ନୂଆ ୱାଇ କନେକ୍ସନ ଲାଇନ ନିର୍ମାଣ ହେବ । More

ଏଣିକି ଗଡ଼ବଡ଼ କଲେ ଆଉ ଖସିପାରିବେନି, ଆକାଶମାର୍ଗରୁ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡ଼ି ଉପରେ ରହିବ ନଜର..

ଭୁବନେଶ୍ୱରକୁ ଜଗିବ ପୋଲିସ୍‌ ଡ୍ରୋନ୍‌। ଡ୍ରୋନ୍‌ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍‌। More

ଭତ୍ତା ଟଙ୍କା ଉଠାଇ ଫେରିବା ବେଳେ ବେହୋସ ହୋଇପଡ଼ିଲେ ସ୍ୱାମୀ, ଗଛ ତଳେ ଜଗି ବସିଥିଲେ ସ୍ତ୍ରୀ...

ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ, ସେଠାରୁ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହିନପାରିଲେନି ବୃଦ୍ଧ। ଶେଷରେ ଏକ ଗଛ ତଳେ ଆଶ୍ରୟ ବେଳେ ସେ ବେହୋସ ହୋଇପଡ଼ିଲେ। More

ଭୟଙ୍କର ଦୃଶ୍ୟ : ଜଳିଗଲା ମୋ ବସ୍‌, ଚାଲୁଥିବା ବେଳେ ଲାଗିଲା ନିଆଁ

ରାଉରକେଲାରୁ ବେଦବ୍ୟାସ ଯାଉଥିବା ଏକ ମୋ ବସ୍‌ ଟିସିଆଇ ଛକ ନିକଟରେ ଜଳି ଯାଇଛି। More

ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଢ଼ିଛି ଏତିକି ଟଙ୍କାର ସମ୍ପତ୍ତି...

୨୦୨୧ ମସିହା ଅପେକ୍ଷା ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବଢ଼ିଛି। ୪୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ବଢ଼ିଛି ମୁଖ୍ୟମନ୍ତ୍ରୀଙ୍କର। More

ସମଦୂରତା ନାଁରେ ସୁବିଧାବାଦୀ ରାଜନୀତିର ସେଫ୍ ଗେମ୍ ଖେଳୁଛି କି ଶଙ୍ଖଦଳ ?

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା More

ସାଲୁବାଲୁ ଜେଲିଫିସ୍‌; ଗାଧୋଇବାକୁ ଡରିଲେଣି ପର୍ଯ୍ୟଟକ

ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । More

ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ

ଅଭିଯୁକ୍ତମାନେ, ବିଭିନ୍ନ ଲୋକଙ୍କ ନାଁରେ ବିପୁଳ ପରିମାଣର ମୋବାଇଲ ସିମ୍ କିଣୁଥିଲେ ଏବଂ ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପିି ବିକୁଥିଲେ। ଯାହାକି ଅତ୍ୟନ୍ତ ଧର୍ତ୍ତବ୍ୟ ଓ ଦେଶବିରୋଧୀ କାର୍ଯ୍ୟକଳାପ ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ଡିଜି More

ନବୀନଙ୍କ 'ମୋଦି ପ୍ରଶଂସା' ଚାଲ୍ ! ଏଠି କଳି, ସେଠି କୋଳାକୋଳି

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି..କେନ୍ଦ୍ରରେ କୋଳାକୋଳି ! More

ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଉପର କୋର୍ଟକୁ ଯିବ କି OPSC ?

ରାଜ୍ୟର ୭୯୬ଟି ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ବା ଏଏସ୍ଓ ପଦ ପାଇଁ ଜାରି ବିଜ୍ଞପ୍ତି ଆଧାରରେ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନ କରିଥିଲେ।୨୦୨୨ ଅଗଷ୍ଟ ୨୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା। More