ସଂକ୍ଷେପରେ ଆଜିର ତାଜା ଖବର - Friday, 19 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସାଲୁବାଲୁ ଜେଲିଫିସ୍‌; ଗାଧୋଇବାକୁ ଡରିଲେଣି ପର୍ଯ୍ୟଟକ

ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । More

ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ

ଅଭିଯୁକ୍ତମାନେ, ବିଭିନ୍ନ ଲୋକଙ୍କ ନାଁରେ ବିପୁଳ ପରିମାଣର ମୋବାଇଲ ସିମ୍ କିଣୁଥିଲେ ଏବଂ ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପିି ବିକୁଥିଲେ। ଯାହାକି ଅତ୍ୟନ୍ତ ଧର୍ତ୍ତବ୍ୟ ଓ ଦେଶବିରୋଧୀ କାର୍ଯ୍ୟକଳାପ ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ଡିଜି More

ନବୀନଙ୍କ 'ମୋଦି ପ୍ରଶଂସା' ଚାଲ୍ ! ଏଠି କଳି, ସେଠି କୋଳାକୋଳି

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି..କେନ୍ଦ୍ରରେ କୋଳାକୋଳି ! More

ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଉପର କୋର୍ଟକୁ ଯିବ କି OPSC ?

ରାଜ୍ୟର ୭୯୬ଟି ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ବା ଏଏସ୍ଓ ପଦ ପାଇଁ ଜାରି ବିଜ୍ଞପ୍ତି ଆଧାରରେ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନ କରିଥିଲେ।୨୦୨୨ ଅଗଷ୍ଟ ୨୭ ତାରିଖରେ ଏଥିପାଇଁ ଲିଖିତ ପରୀକ୍ଷା ହୋଇଥିଲା। More

ଟ୍ୱିନ୍‌ସିଟିରେ କାଳବୈଶାଖୀ ଝଡ଼

ଆଜି ଦିନବେଳେ ରାଜ୍ୟର ପ୍ରାୟ ୧୮ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ଅପରାହ୍ନରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଝଡ଼ ସହ ହାଲୁକା ବର୍ଷା ରେକର୍ଡ କରାଯାଇଛି। More

Vastu Tips: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଆଜିକାଲି ଘରଟିଏ କଲେ ଏଥିରେ ଭଣ୍ଡାର ଘର କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ତେବେ ଏହାର ନିର୍ମାଣରେ ଯଦି ବାସ୍ତୁତ୍ରୁଟି ରୁହେ ତେବେ ଅନେକ ଅଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଭଣ୍ଡାର ଘରର ଉଚିତ ବାସ୍ତୁ ବିଷୟରେ ଜାଣିନେବା। More

କାଲି ମାଟ୍ରିକରେ ୮୬% ରଖିଥିଲେ, ଆଜି ଚାଲିଗଲା ଜୀବନ

କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି। More

‘ଲଭ୍‌ ୟୁ ମାଇ ଲାଇଫ୍‌, ମାଇ ସନ୍‌’...ପୁଅର ଫଟୋ ଶେୟାର କରି ଏମିତି କହିଲେ ପ୍ରମୋଦିନୀ ରାଉଳ

ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ପ୍ରମୋଦିନୀ ନିଜେ ସୋସିଆଲ୍‌ ମିଡିଆରେ ପୁଅର ଫଟୋ ଶେୟାର କରିଛନ୍ତି। More

ଜେଲ୍‌ରେ ସାବିତ୍ରୀ ବ୍ରତ ପାଳିଲେ ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ

ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । More

ପରୀକ୍ଷାର୍ଥୀଙ୍କୁ ବଡ଼ ଝଟ୍‌କା ! ASO ମେରିଟ୍‌ ଲିଷ୍ଟ୍‌ ଖାରଜ

ହାଇକୋର୍ଟରେ ASO ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ହୋଇଛି। OPSC ଦ୍ୱାରା ପରିଚାଳିତ ASO ପରୀକ୍ଷାର ମେରିଟ୍‌ ଲିଷ୍ଟ୍‌ ହାଇକୋର୍ଟ ଖାରଜ କରିଛନ୍ତି।  More

ରାତିରେ ବସ୍‌ରେ ଯାତ୍ରା କରୁଥିଲେ, ହଠାତ୍‌ ହେଲା ଫାୟାରିଂ...ଭୟଭୀତ ଯାତ୍ରୀ

ସରକାରୀ ବସ୍‌ ଉପରକୁ ଗୁଳିମାଡ଼। ରାତିରେ ବସ୍‌ରେ ଯାତ୍ରୀମାନେ ଯାତ୍ରା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ଫୁଟିଲା ଗୁଳି। ସବୁଠାରୁ ବଡ଼ କଥା, ଥାନାଠୁ ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଛି। More

ବାହା ଘର ପରେ ଅସଲି ରଙ୍ଗ ଦେଖାଇଲା ବର, ବାଇକ୍‌ ଡିମାଣ୍ଡ କରି ସିଧା ଥାନାରେ...

ଯୌତୁକ ବାବଦରେ ବାଇକ ମାଗି ହଟହଟା ବର। ବାହା ଘର ଭାଙ୍ଗି ସିଧା ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ଆଉ ବିବାହ ପରେ ବରକୁ ଉଠାଇ ଆଣି ଥାନାରେ ଅଟକ ରଖିଲା ପୋଲିସ।  More

୧୦ ବର୍ଷର ଅପେକ୍ଷା...ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍‌

ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ।  More

ରାତି ପାହିଲେ ସାବିତ୍ରୀ ଓଷା: ବଜାରରୁ ଫଳ କିଣିଲାବେଳକୁ କରେଣ୍ଟ ମାରୁଛି ଆକାଶଛୁଆଁ ଦର

ସେଓ କିଲୋଗ୍ରାମ ପ୍ରତି ଦର ୨୦୦ରୁ ୨୫୦ ଟିପିଥିବା ବେଳେ ଲିଚୁ ୨୦୦ ଛୁଇଁଛି। ଅଙ୍ଗୁର ୨୦୦ରୁ ତେଣିକି ଏବଂ ପିଜୁଳି କିଲୋ ୧୦୦ରୁ ଅଧିକ। More

୨୦୨୪ରେ ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ଆକଳନ କରୁଛନ୍ତି କି ନବୀନ ?

ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ହେଉଛି କି ? More

ଅଶୋକ ପଣ୍ଡା କେଉଁ ବିଭାଗର ମନ୍ତ୍ରୀ..ଜାଣନ୍ତିନି କି ଉନ୍ନୟନ କମିଶନର ?

ରାଜ୍ୟରେ କେମିତି ଚାଲିଛି ଶାସନ ? ମନ୍ତ୍ରୀ, ବିଧାୟକଙ୍କୁ ମିଳୁଛି କି ଉପଯୁକ୍ତ ସମ୍ମାନ ? ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ? More

ମାଳମାଳ ହୋର୍ଡିଂରେ ସୀମିତ କି ରାଜ୍ୟ ସରକାରଙ୍କ ଜାଗା ମିଶନ ?

କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ? ସରହାଞ୍ଚଳ ଭୂମିହୀନଙ୍କୁ ସମ୍ମାନର ସହ ମୁଣ୍ଡ ଗୁଂଜିବାକୁ ଆଉ କେବେ ମିଳିବ ସ୍ଥାୟୀ ଜମି ପଟ୍ଟା ? ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ମହତ୍ୱାକାଂକ୍ଷୀ ଜାଗା ମିଶନ୍ ଯୋଜନା । More

ପୁଣି ପୁଅଙ୍କୁ ପଛରେ ପକାଇ ବାଜି ମାରିନେଲେ ଝିଅ

ଗତଥର ରାଜ୍ୟ ବୋର୍ଡର ପାସ୍ ହାର ଥିଲା ୯୦. ୫୫% । ଏଥରେ ସେଥିରେ ୫.୮୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚଳିତ ଥର କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ରହିଛି ୯୭.୯୯% । More