ସଂକ୍ଷେପରେ ଆଜିର ତାଜା ଖବର - Saturday, 15 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ? More

କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ?

ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ। More

ଆସନ୍ତାବର୍ଷଠୁ ଓଡ଼ିଆରେ ହେବ CAPF କନଷ୍ଟେବଲ ଭର୍ତ୍ତି ପରୀକ୍ଷା

ଓଡ଼ିଆ ମିଡିୟମରେ ପାଠ ପଢ଼ିଥିବା ଏମିତି ଅନେକ ଆଶାୟୀଙ୍କର ଥିଲା ସମାନ ଚିନ୍ତା । ହେଲେ ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ବଦଳୁଛି ନିୟମ । More

ଝାରସୁଗୁଡ଼ା ଲଢ଼େଇ ପାଇଁ ନାମାଙ୍କନ ପର୍ବ ଆରମ୍ଭ

ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । More

ଓଃ କି ଗରମ...ତାତିରେ କଲବଲ ହେଉଛି ସାରା ରାଜ୍ୟ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ । More

ସମ୍ବଲପୁରରେ ଜାରି ହେଲା ହେଲ୍ପଲାଇନ୍ ନମ୍ବର : ଗୁଜବ ପ୍ରଚାର ନକରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ସମସ୍ତଙ୍କ ସହଯୋଗ ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି । More

ସ୍ଥିତି ନସୁଧୁରିବା ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ !

ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍‌ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା। More

Today Panchang 15th April 2023: ଜାଣନ୍ତୁ ଆଜି କେଉଁ ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ...

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ, ଶନିବାର, ଚନ୍ଦ୍ର – ମକର ସନ୍ଧ୍ୟା ୦୬.୪୩ ଗତେ କୁମ୍ବ, ତିଥି – ୧୦ମୀ ରାତ୍ରି ୦୮.୪୫ ଗତେ ୧୧ଶୀ, ଘାତ ଚନ୍ଦ୍ର – ସିଂହ ସନ୍ଧ୍ୟା ୦୬.୪୩ ଗତେ ମିଥୁନ ଓ ମୀନ, ଘାତ ବାର – ବୃଷ, ସିଂହ ଓ କନ୍ୟା More

ଓଡ଼ିଶା ଉପକୂଳରେ ମାଛ ଧରିବା ମନା !

ଓଡିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି  ଦେଇଥିବାରୁ ଆପତ୍ତି ଉଠାଇଛନ୍ତି ଟ୍ରଲର ମାଲିକ ଓ କର୍ମଚାରୀ । More

କାମରେ ଆସୁନି ପାର୍କିଂ, ରାସ୍ତାରେ ଗାଡ଼ି ରଖି ଲୋକେ କରୁଛନ୍ତି ମାର୍କେଟିଂ

ବିଏମସିର କହିବା ଅନୁଯାୟୀ, ଲୋକଙ୍କ ଭିତରେ ପାର୍କିଂ ସ୍ଥଳକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି। More

ସମ୍ବଲପୁରରେ ଲାଗିଲା କର୍ଫ୍ୟୁ : ଘରୁ ବାହାରିବା ଉପରେ ଲାଗିଲା କଟକଣା

ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ସମ୍ବଲପୁର ସହରରେ ଲାଗୁ ହେଲା କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି More

ପ୍ରାର୍ଥନା ଚ୍ୟାନେଲର ତ୍ରୟୋଦଶତମ ସ୍ୱନକ୍ଷତ୍ର ଦିବସ; କଟକ ବାଲିଯାତ୍ରା ପଡ଼ିଆରେ ବିଶାଳ ହନୁମାନ ଉତ୍ସବ

ଅପରାହ୍ଣରେ ହନୁମାନ ଜୁନିଅର ଓ ସିନିୟର୍ ବର୍ଗକୁ ନେଇ ଦୁଇଟି ବିଭାଗରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି । More

କଡ଼ା ସୁରକ୍ଷା ବଳୟରେ ହେଲା ଶୋଭାଯାତ୍ରା, ସାରା ସହରରେ ପୋଲିସ ଛାଉଣୀ

ସମ୍ବଲପୁରରେ ଆରମ୍ଭ ହେଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଶୋଭାଯାତ୍ରା ପାଇଁ ସମ୍ବଲପୁରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା  । More

ପୁଣି ସକ୍ରିୟ ହେଲେଣି କି ଗୁରୁଜୀ ?

ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଆଦିବାସୀ ବି ଗୁରୁଜୀଙ୍କ ଉପଦ୍ରବୀ ଚେହେରାକୁ ଭୁଲି ତାଙ୍କ ଫଟୋ ଥିବା ଗଞ୍ଜି ପିନ୍ଧିବା ସହ ବ୍ୟବସ୍ଥା ବିରୋଧରେ ବର୍ଷିଲେଣି । More

ଦାଗୀ ନେତାଙ୍କ ତାଲିକାରେ ବିଜେଡିର ଆଉ ଜଣେ ମନ୍ତ୍ରୀ, ଦଳୀୟ ନେତ୍ରୀ କରିଛନ୍ତି ଅଭିଯୋଗ

ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି। More

ଓଡ଼ିଆ ନବ ବର୍ଷ: ଗାଁଠୁ ସହର ଜମିଲା ପଣାପାଣିର ଆସର

ଆଜି ହେଉଛି ଓଡ଼ିଆ ନବ ବର୍ଷର ପ୍ରଥମ ଦିନ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ସାଙ୍ଗକୁ ଦଣ୍ଡପର୍ବ ମଧ୍ୟ ଅନୁଷ୍ଠିତ ହୋଇଛି। More